ETV Bharat / sports

ଦିଲ୍ଲୀର ବିଜୟୀ ମହାରଥୀ: 7 ବିଜୟ, 7 ମ୍ୟାଚ ଅଫ ଦ ମ୍ୟାଚ ବିଜେତା - DC MoMs

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଥିବା 7ଟି ବିଜୟରେ 7 ଜଣ ନୂଆ ମ୍ୟାଚ ବିଜେତା ଖେଳାଳି ସାମ୍ନାକୁ ଆସିଛନ୍ତି ଓ ମ୍ୟାଚ ଅଫ ଦ ମ୍ୟାଚ ଆୱାର୍ଡ ଜିତିଛନ୍ତି ।

7 MoMs in 7 wins: Table toppers DC find different heroes for each game
ଦିଲ୍ଲୀର ବିଜୟୀ ମହାରଥୀ: 7ବିଜୟ, 7ମ୍ୟାଚ ଅଫ ଦ ମ୍ୟାଚ ବିଜେତା
author img

By

Published : Oct 18, 2020, 2:31 PM IST

ଶାରଜାହ: ଚଳିତ ସଂସ୍କରଣର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରଥ ପ୍ଲେ-ଅଫ୍ ଦ୍ବାରରେ ପହଞ୍ଚିଛି । ସବୁଠୁ ମଜାଦାର କଥାହେଉଛି, ଟିମକୁ ମିଳିଥିବା 7ଟି ବିଜୟରେ 7ଜଣ ନୂଆ ମ୍ୟାଚ ବିଜେତା ଖେଳାଳି ସାମ୍ନାକୁ ଆସିଛନ୍ତି ଓ ମ୍ୟାଚ ଅଫ ଦ ମ୍ୟାଚ ଆୱାର୍ଡ ଜିତିଛନ୍ତି । ଏହା ବୟାନ କରୁଛି ଦିଲ୍ଲୀ କ୍ୟାପିଟାଲ୍ସ ଟିମ କେତେ ଶକ୍ତିଶାଳୀ ରହିଛି ।

7 MoMs in 7 wins: Table toppers DC find different heroes for each game
ଦିଲ୍ଲୀର ବିଜୟୀ ମହାରଥୀ: 7ବିଜୟ, 7ମ୍ୟାଚ ଅଫ ଦ ମ୍ୟାଚ ବିଜେତା

ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସପ୍ତମ ଖେଳାଳି ଭାବେ ମ୍ୟାନ ଅଫ ଦ ମ୍ୟାଚ ବିଜେତା ହୋଇଛନ୍ତି । ଏଥିସହିତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହା ଦର୍ଶାଉଛି ଯେ, ଜଣେ ଖେଳାଳିଙ୍କ ପ୍ରଦର୍ଶନରେ ଟେବୁଲ ଟପର ହେବା କଷ୍ଟକର ।

ଧାୱନ 58 ବଲରୁ ଅପରାଜିତ 101 ରନର ମାରାଥନ ଇଂନିସ ଖେଳିଛନ୍ତି ଧାୱନ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 180 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦିଲ୍ଲୀ । ତେବେ ଧାୱନ ଶତକୀୟ ଇଂନିସ ଖେଳିବା ସହ ଟିମର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ରବିଚନ୍ଦ୍ରନ ଅଶ୍ବିନୀ ରାଜସ୍ଥାନ ରୟାଲ୍ସ ବିପକ୍ଷରେ (2/22), ଅକ୍ସର ପଟେଲ ଆରସିବି ବିପକ୍ଷରେ(2/18), ଶ୍ରେୟସ ଆୟର କେକେଆର ବିପକ୍ଷରେ(38 ବଲରୁ 88), ପୃଥ୍ବୀ ଶ ସିଏସକେ ବିପକ୍ଷରେ(43 ବଲରୁ 64) ଓ ମାର୍କସ ଷ୍ଟୋଇନିସ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ 21 ବଲରେ 53 ରନ ଓ ଦୁଇଟି ୱିକେଟ ଅକ୍ତିଆ କରି ମ୍ୟାଚ ଅଫ ଦ ମ୍ୟାଚ ହୋଇଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଦିଲ୍ଲୀକୁ କେବଳ ଦୁଇଟି ପରାଜୟ ମିଳିଛି । ଶ୍ରେୟସ ଆୟରଙ୍କ ଟିମ ଗୁରୁବାର କିଙ୍ଗ୍ସ ଇଲେଭେନକୁ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.