ହାଇଦ୍ରାବାଦ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ କେନ୍ଦ୍ର ସରକାର ପପୁଲାର ଗେମିଂ ଆପ୍ ପବଜି ସମେତ 118ଟି ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମୋବାଇଲ୍ ଆପଗୁଡ଼ିକ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ଭାରତର ପ୍ରତିରକ୍ଷା ତଥା ଜନସାଧାରଣଙ୍କ ପାଇଁ ବିପଦ ବୋଲି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କହୁଯାଇଛି । ତେବେ ପବଜି ବ୍ୟାନ ହେବା ପରେ ନିରାଶ ରହିଛନ୍ତି ଦେଶର ଯୁବପୀଢି । ତେବେ କେବଳ ଏହି ଯୁବ ଦେଶର ସାଧାରଣ ଜନତା ନୂହେଁ, ବହୁ ସେଲିବ୍ରେଟି ଓ କ୍ରିକେଟରଙ୍କ ମଧ୍ୟ ପ୍ରିୟ ଗେମ ରହିଥିଲା । ଆଉ ଏହି ଗେମିଂ ଆପ ପ୍ରତି ଅଧିକ ଆକର୍ଷିତ ହୋଇଥିବା 5 ଭାରତୀୟ କ୍ରିକେଟରଙ୍କ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଯିଏ କି ଏହି ଲୋକପ୍ରିୟ ଗେମିଂ ଆପ ପାଇଁ ପାଗଳ ପ୍ରାୟ । ତେବେ ନଜର ପକାନ୍ତୁ ଏହି ତାଲିକା ଉପରେ....
- 1. ଏମଏସ ଧୋନି
ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଅଧିକ ସମୟ ମୋବାଇଲ ଗେମରେ ବ୍ୟସ୍ତ ରହୁଥିବା ଖେଳାଳି ହେଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି । ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିବା ଏହି କ୍ରିକେଟର ତାଙ୍କ ବିରତି ସମୟରେ ଅଧିକାଂଶ ସମୟ ମୋବାଇଲ ଗେମ ଖେଳିଥାନ୍ତି । ପବଜି ଧୋନିଙ୍କ ଅନ୍ୟତମ ପ୍ରିୟ ଗେମ ବୋଲି ଚର୍ଚ୍ଚା ହୁଏ । ନିକଟରେ ମଧ୍ୟ ତାଙ୍କ ଧର୍ମ ପତ୍ନୀ ସାକ୍ଷୀ କହିଥିଲେ ଧୋନି ଜଣେ ପବଜି ପାଗଳ । ସେ ନିଦରେ ଶୋଇଥିବା ବେଳେ ମଧ୍ୟ ଏହି ଲୋକପ୍ରିୟ ଗେମ ଖେଳୁଥିବା ସ୍ବପ୍ନ ଦେଖନ୍ତି । ତେବେ ଭାରତରେ ପବଜି ବ୍ୟାନ ହେବା ପରେ ଦେଖିବାକୁ ବାକି ରହିଲା ଧୋନି କିପରି ତାଙ୍କର ବିରତି ସମୟ ଅତିବାହିତ କରୁଛନ୍ତି ।
- 2. କେଦାର ଯାଦବ
ଧୋନିଙ୍କ ପରେ ଦଳରେ ଅଧିକ ସମୟ ମୋବାଇଲ ଗେମରେ ବ୍ୟସ୍ତ ରହିଥିବା ଅନ୍ୟତମ କ୍ରିକେଟର ହେଉଛନ୍ତି କେଦାର ଯାଦବ । ଯେତେବେଳେ ବି ଖାଲି ସମୟ ପାଆନ୍ତି, ଯାଦବ ନିଜକୁ ମନୋରଞ୍ଜନ କରିବା ପାଇଁ PUBG ଖେଳନ୍ତି | ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସରେ ନଜର ଆସିବେ ।
- 3. ୟୁଜବେନ୍ଦ୍ର ଚହଲ
ନିଜର ଫିନି ଅନ୍ଦାଜ ପାଇଁ ଏହି ଭାରତୀୟ ସ୍ପିନର ବେଶ ଜଣାଶୁଣା । ପଡିଆରେ ହେଉ କି ପଡିଆ ବାହାରେ ଚହଲ ସବୁ ସମୟରେ କିଛି ନା କିଛି ମଜାଳିଆ କାର୍ଯ୍ୟରେ ବ୍ୟସ୍ତ ଥାନ୍ତି । ପୂର୍ବରୁ ଟିକ୍ଟକ୍ରେ ପପୁଲାରିଟ ପାଇଥିବା ଏହି କ୍ରିକେଟର ମଧ୍ୟ ଅଧିକାଂଶ ସମୟ ପବଜି ଖେଳିବାରେ ବ୍ୟସ୍ତ ଥାନ୍ତି । ପବଜି ଗେମର ଜଣେ ଡାଏ-ହାର୍ଟ ଫ୍ୟାନ ହେଉଛନ୍ତି ଚହଲ । ଯେବେ ସମୟ ମିଳେ କେଦାର ଯାଦବ ଏବଂ ଚହଲ ଦୁହେଁ ମିଶି ପବଜି ଖେଳିବାରେ ଲାଗି ପଡନ୍ତି ।
- 4. ମହମ୍ମଦ ଶାମି
ଭାରତୀୟ ଦୃତି ବୋଲିଂ ଅନ୍ୟତମ ଫେସ୍ ମହମ୍ମଦ ଶାମି ମଧ୍ୟ ପବଜିର ଜଣେ ବଡ ଫ୍ୟାନ । ପେସ ଆଟାକରେ ମାହିର ଶାମି ମଧ୍ୟ ପବଜି ଖେଳରେ ଜଣେ ଚମ୍ପିଆନ ଖେଳାଳି । ସେ ନିଜ ଭାଇଙ୍କ ସହ ଅଧିକ ସମୟ ପବଜି ଖେଳିନ୍ତି, ଯାହାକି ଦଳର ବହୁତ କମ ଖେଳାଳି ଜାଣିଥାନ୍ତି । ଶାମି ତାଙ୍କ ସହ ଏକ ଟ୍ୟାବ ଧରି ବୁଲିଥାନ୍ତି, ଯେଉଁଥିରେ ସେ ଅଧିକାଂଶ ସମୟ ପବଜିରେ ବ୍ୟାସ୍ତ ଥାନ୍ତି ।
- 5. ଶିଖର ଧୱନ
ଆଇସିସି ଟୁର୍ଣ୍ଣାମେଣ୍ଟର ଏହି ଚମ୍ପିଆନ ଖେଳାଳି ମଧ୍ୟ ଜଣେ ପବଜି ଲଭର । ମାତ୍ର ଅନ୍ୟ ଖେଳାଳିଙ୍କ ପରି ଧୱନ ଅଧିକ ସମୟ ପବଜି ଖେଳନ୍ତି ନାହିଁ । ମାତ୍ର ବିରତି ସମୟରେ ସେ ଦଳର ସାଥି ଖେଳାଳିଙ୍କ ସହ ପବଜିରେ ବ୍ୟସ୍ତ ରୁହନ୍ତି ।