ETV Bharat / sports

ଡିସେମ୍ବର 6ରେ 5 ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ - କ୍ରିକେଟ ନ୍ୟୁଜ

6 ଡିସେମ୍ବର ଭାରତୀୟ କ୍ରିକେଟ ଜଗତ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଦିନ । ଏହି ଦିନରେ ଟିମ ଇଣ୍ଡିଆର ଯୁବ କ୍ରିକେଟରଙ୍କ ଜନ୍ମଦିନ । ଜଣେ ନୁହେଁ 5 ଜଣ କ୍ରିକେଟର ଏହି ଦିନ ଜନ୍ମଗ୍ରହଣ କରିଛନ୍ତି । ଏହି ସମ୍ବନ୍ଧରେ ଅଧିକ ପଢନ୍ତୁ..

india cricketer
india cricketer
author img

By

Published : Dec 6, 2019, 8:02 PM IST

ହାଇଦ୍ରାବାଦ: ଆଜିର ଦିନ ଅର୍ଥାତ 6 ଡିସେମ୍ବର ଆମର ଭାରତୀୟ କ୍ରିକେଟରଙ୍କ ପାଇଁ ବେଶ୍‌ ଖାସ୍‌ ଦିନ । ଏହି ଗୋଟିଏ ଦିନରେ 5 ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ। ଏହି 5 ଖେଳାଳି ହେଲେ ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମରାହ, ଶ୍ରେୟସ ଅୟର, କରୁଣ ନାୟର ଓ ଆରପି ସିଂ ।

ତେବେ ଜନ୍ମଦିନର ଖାସ୍‌ ଦିନରେ ରବିନ୍ଦ୍ର ଜାଡେଜା ଓ ଶ୍ରେୟସ ଅୟର ଆଜି ଇଣ୍ଡିଜ ବିପକ୍ଷ ଟି-20 ମ୍ୟାଚର ଭାରତୀୟ ସ୍କ୍ବାର୍ଡରେ ସାମିଲ ଅଛନ୍ତି । ସେହିପରି ଜସପ୍ରୀତ ବୁମରାହ ଏବେ ନିଜର ଫିଟନେସରେ ଧ୍ୟାନ ଦେଉଛନ୍ତି । କରୁଣ ନାୟର ଭାରତୀୟ ଟିମରେ ସାମିଲ ନାହାଁନ୍ତି ଓ ଆରପି ସିଂ କ୍ରିକେଟ କ୍ୟାରିଅରରୁ ଅଲବିଦା ନେଇ ସାରିଛନ୍ତି ।

ରବିନ୍ଦ୍ର ଜାଡେଜା ଆଜି 31ବର୍ଷରେ ପଦାର୍ପଣ କରିଛନ୍ତି । 6ଡିସେମ୍ବର 1988ରେ ଗୁଜୁରାଟର ଜାମଗନଗ ଠାରେ ରବିନ୍ଦ୍ର ଜାଡେଜା ଜନ୍ମଗ୍ରହଣ କରିଥିଲେ । ସେ 2009ରେ ନିଜର ଦିନିକିଆ ଅନ୍ତରାଷ୍ଟ୍ରୀୟ କ୍ୟାରିଅର ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ କରିଥିଲେ । ଏଯାଏଁ ଜାଡେଜା 156 ଦିନିକିଆରେ 30.84 ବ୍ୟାଟିଂ ଆଭରେଜରେ 2128ରନ ହାସଲ କରିଛନ୍ତି । ସେ ନିଜର ଦିନିକିଆ କ୍ୟାରିଅରରେ ଶତକୀୟ ପାଳି ଖେଳି ନାହାଁନ୍ତି । 11ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ବାମ ହାତି ସ୍ପିନର 178 ଓ୍ବିକେଟ ଅକ୍ତିଆର କରିଛନ୍ତି । ସେ 36ରନ ବିନିମୟରେ 5ଓ୍ବିକେଟ ହାସଲ କରିବା ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ । ସେହିପରି 13 ଡିସେମ୍ବର2012ରେ ନିଜର ଟେଷ୍ଟ ଡେବ୍ୟୁ ଇଂଲଣ୍ଡ ବିପକ୍ଷରେ କରିଥିଲେ । ଟେଷ୍ଟ କ୍ୟାରିଅରରେ ଏଯାଏଁ ସେ 211 ଓ୍ବିକେଟ ନେଇଛନ୍ତି । 48ରନ ବିନିମୟରେ 7ଓ୍ବିକେଟ ତାଙ୍କର ଟେଷ୍ଟ କ୍ୟାରିଅରେ ସର୍ବଶ୍ରେଷ୍ଠ ବୋଲିଂ ।

ଟିମ ଇଣ୍ଡିଆର 26 ବର୍ଷୀୟ ଜସପ୍ରୀତ ବୁମରାହ 1993 ମସିହାର ଆଜିର ଦିନରେ ଅହମଦାବାଦ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଟିମ ଇଣ୍ଡିଆ ପାଇଁ 3ଟି ପ୍ରର୍ମାଟରେ ଖେଳିଥାନ୍ତି । ତାଙ୍କର ୟର୍କର ଯାଦୁ ସାରା ବିଶ୍ବ ଦେଖୁଛି । ଆଇସିସିର ଦିନିକିଆ ବୋଲର ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି ବୁମରାହ । ସେ 58 ଦିନିକିଆରେ 103 ଓ୍ବିକେଟ ଓ 42ଟି-20 ମ୍ୟାଚରେ 51ଟି ଓ୍ବିକେଟ ନିଜ ନାଁରେ କରିଛନ୍ତି । ସେହିପରି 12ଟି ଟେଷ୍ଟ ମ୍ୟାଚରେ 62ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସେହିପରି ଆଜି 25ବର୍ଷ ବୟସରେ ପାଦ ଥାପିଛନ୍ତି ଶ୍ରେୟସ ଅୟର । ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଏହି ବ୍ୟାଟ୍ସମ୍ୟାନ ଏହି ଖେଳାଳି ଏବେ ଭାରତୀୟ ଟିମର ଟି-20 ଓ ଦିନିକିଆ ସ୍କ୍ବାର୍ଡରେ ସାମିଲ ଅଛନ୍ତି । ଟେଷ୍ଟ ମ୍ୟାଚରେ ତାଙ୍କୁ ଏଯାଏଁ ଏତୋଟା ସୁଯୋଗ ମିଳି ନାହିଁ । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟରେ କାଫି ରନ ହାସଲ କରିଛନ୍ତି । 54 ପ୍ରଥମ ଶ୍ରେଣୀ ମ୍ୟାଚରେ 4592ରନ ହାସଲ କରିଛନ୍ତି । ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପାଳି 202ରନର ରହିଛି । ଅନ୍ତର୍ଜାତୀୟ କ୍ୟାରିଅରେ ଶ୍ରେୟସ 9ଟି ଦିନିକିଆ ଓ 11ଟି-20 ମ୍ୟାଚ ଖେଳିଛନ୍ତି ।

ଭାରତୀୟ କ୍ରିକେଟର କରୁଣ ନାୟରଙ୍କୁ 28ବର୍ଷ ହୋଇଯାଇଛି । ସେ ଯୋଧପୁରରେ ଜନ୍ମଗ୍ରହଣ କରିଛନ୍ତି କିନ୍ତୁ କର୍ଣ୍ଣାଟକର ମୂଳବାସିନ୍ଦା । ନାୟର ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସହଓ୍ବାଗ ପରେ 2ୟ ଭାରତୀୟ ଖେଳାଳି ଯିଏ 300ରନର ପାଳି ଖେଳିଛନ୍ତି ।

ସେହିପରି ଆରପି ସିଂଙ୍କର ଆଜି 34ତମ ଜନ୍ମଦିନ । ୟୁପିର ଏହି ଦ୍ରୁତତମ ବୋଲର 2006ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେହି ମ୍ୟାଚରେ ହିଁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । 2007ର ପ୍ରଥମ ଟି-20 ବିଶ୍ବକପରେ ସେ ଭାରତକୁ ଚମ୍ପିଆନ କରିବାରେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଥିଲେ । 5ସେପ୍ଟେମ୍ବର 2018ରେ ସେ କ୍ରିକେଟ କ୍ୟାରିଅରରୁ ସନ୍ନ୍ୟାସ ନେଇଥିଲେ । ନିଜର କ୍ରିକେଟ କ୍ୟାରିଅରରେ ସେ 14ଟି ଟେଷ୍ଟ ମ୍ୟାଚରେ 40ଟି ଓ୍ବିକେଟ ଓ 58 ଦିନିକିଆରେ 69 ଓ୍ବିକେଟ ହାସଲ କରିଥିବାବେଳେ 10ଟି ଟି-20 ମ୍ୟାଚରେ 15ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.