ETV Bharat / sports

ଆସେସ 4ର୍ଥ ଟେଷ୍ଟ: ଲଢିଲା ଇଂଲଣ୍ଡ, ଜିତିଲା ଅଷ୍ଟ୍ରେଲିଆ

ଶେଷ ଦିନରେ ମ୍ୟାଚ ବଞ୍ଚାଇବାକୁ ଘରୋଇ ଇଂଲଣ୍ଡର ସବୁ ଚେଷ୍ଟା ବିଫଳ ହୋଇଛି । ଚଳିତ ଆସେସ ସିରିଜର 4ର୍ଥ ମ୍ୟାଚରେ ଘରୋଇ ଇଂଲଣ୍ଡକୁ 185 ରନରେ ମାତ ଦେଇଛି ଅଷ୍ଟ୍ରେଲିଆ । ଫଳରେ 2-1ରେ ଆଗୁଆ ହୋଇଛି ଟିମ ପେଇନଙ୍କ ଦଳ ।

author img

By

Published : Sep 9, 2019, 1:39 AM IST

ଫଟୋ ସୌଜନ୍ୟ: twitter@ICC

ମାଞ୍ଚେଷ୍ଟର: ଚଳିତ ଆସେସ ସିରିଜର 4ର୍ଥ ମ୍ୟାଚରେ ଘରୋଇ ଇଂଲଣ୍ଡକୁ 185 ରନରେ ମାତ ଦେଇଛି ଅଷ୍ଟ୍ରେଲିଆ । ଫଳରେ 2-1ରେ ଆଗୁଆ ହୋଇଛି ଟିମ ପେଇନଙ୍କ ଦଳ । ମାଞ୍ଚେଷ୍ଟରରେ ପୁଣି ଦେଖିବାକୁ ମିଳିଛି ହାଇଭୋଲଟେଜ ଲଢେଇ । ଶେଷ ଦିନରେ ମ୍ୟାଚ ବଞ୍ଚେଇବାକୁ ଘରୋଇ ଇଂଲଣ୍ଡର ସବୁ ଚେଷ୍ଟା ବିଫଳ ହୋଇଛି ।

Ashes test
ଫଟୋ ସୌଜନ୍ୟ: twitter@ICC

383 ରନର ବଡ ବିଜୟ ପିଛାକରୁଥିବା ଇଂଲଣ୍ଡ 197 ରନରେ ଅଲଆଉଟ ହୋଇଛି । ପ୍ରଥମରୁ 2ଟି ବଲରେ 2ଟି ଝଟକା ଦେଇ ଇଂଲଣ୍ଡ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ପାଟ କମିନ୍ସ । କ୍ୟାପଟେନ ରୁଟଙ୍କୁ ଶୂନରେ ଆଉଟ କରି କଙ୍ଗାରୁ ବିଜୟର ମୂଳଦୁଆ ପକାଇଥିଲେ କମିନ୍ସ । ଶେଷ ଦିନରେ ବିଜୟ ପାଇଁ 8 ୱିକେଟ ଆବଶ୍ୟକ କରୁଥିଲା ଅଷ୍ଟ୍ରେଲିଆ । ତେବେ ଜୋ ଡେନଲି ଓ ବଟଲର ଏହାକୁ କଷ୍ଟ କରିଦେଇଥିଲେ । ମାତ୍ର ଅର୍ଧଶତକ ହାସଲ କରିବା ପରେ ଡେନଲି ଲାୟନଙ୍କ ସ୍ପିନ ଜାଲରେ ଫସି ଲଭୁସାନଙ୍କୁ କ୍ୟାଚ ଦେଇଥିଲେ ।

Ashes test
ଫଟୋ ସୌଜନ୍ୟ: twitter@ICC

ଜେସନ ରୟ କିଛି ସମୟ ଦଳର ପରାଜୟ ଏଡାଇବା ପାଇଁ ଲଢେଇ କରିଥିଲେ । ତେବେ ସେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ । ଗତ ମ୍ୟାଚର ହିରୋ ବେନ ଷ୍ଟୋକସଙ୍କୁ ମାତ୍ର 1ରନରେ ଆଉଟ କରି, କମିନ୍ସ ପୁଣି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲିଦେଇଥିଲେ । ଅନ୍ତିମ ସେସନରେ ମାତ୍ର ଡ୍ର ରେ ଶେଷ ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜାକ ଲିଚ ଓ କ୍ରେଗ ଓଭରଟନ ଶେଷ ଲଢେଇରେ ଅଷ୍ଟ୍ରେଲିଆ ବିଜୟକୁ ପ୍ରାୟତଃ ଶେଷ କରିଦେଇଥିଲେ । ତେବେ ମ୍ୟାଚ ଶେଷ ଆଉ ମାତ୍ର ଅଳ୍ପ ସମୟ ଥିବାବେଳେ କାମଚଳା ବୋଲର ଲାବୁସାନ କମାଲ କରିଥିଲେ । ପରେ ହେଜଲଉଡ ଶେଷ ୱିକେଟ ନେଇ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ । ତେବେ ଷ୍ଟିଭ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.