ETV Bharat / sports

2ୟ ଟେଷ୍ଟ: 2ୟ ଦିନରେ ବି ଟଳମଳ ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର - New Zealand

ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଟେଷ୍ଟର 2ୟ ଦିନରେ ଭାରତର 2ୟ ପାଳିରେ ଦେଖିବାକୁ ମିଳିଛି ବ୍ୟାଟିଂ ବିପର୍ଯ୍ୟୟ । 2ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 6 ୱିକେଟ ହରାଇ ମାତ୍ର 90ରନ କରିଛି । ଏଥି ସହିତ ପ୍ରଥମ ପାଳି ଆଧାରରେ ଭାରତ ଘରୋଇ ଦଳଠାରୁ 97ରନରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

2nd-test-day-2-new-zealand-reduce-india-to-90-slash-6-on-day-2-at-stumps
2ୟ ଟେଷ୍ଟ: 2ୟ ଦିନରେ ବି ଟଳମଳ ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର
author img

By

Published : Mar 1, 2020, 12:52 PM IST

ଖ୍ରୀଷ୍ଟଚର୍ଚ୍ଚ: ବୋଲରଙ୍କ କମାଲ ପରେ ପୁଣି ଫେଲ ମାରିଲେ ବ୍ୟାଟ୍ସମ୍ୟାନ । ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଟେଷ୍ଟର 2ୟ ଦିନରେ ଭାରତର 2ୟ ପାଳିରେ ଦେଖିବାକୁ ମିଳିଛି ବ୍ୟାଟିଂ ବିପର୍ଯ୍ୟୟ । 2ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 6 ୱିକେଟ ହରାଇ ମାତ୍ର 90ରନ କରିଛି । ଏଥି ସହିତ ପ୍ରଥମ ପାଳି ଆଧାରରେ ଭାରତ ଘରୋଇ ଦଳଠାରୁ 97ରନରେ ଆଗୁଆ ରହିଛି । କ୍ରିଜରେ ଅପରାଜିତ ଅଛନ୍ତି ହନୁମା ବିହାରୀ ଓ ଋଷଭ ପନ୍ତ ।

2nd-test-day-2-new-zealand-reduce-india-to-90-slash-6-on-day-2-at-stumps
2ୟ ଟେଷ୍ଟ: 2ୟ ଦିନରେ ବି ଟଳମଳ ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର

ତେବେ ପ୍ରଥମ ପାଳି ପରି 2ୟ ପାଳିରେ ମଧ୍ୟ ନିରାଶ କରିଛନ୍ତି ଅଧିନାୟକ କୋହଲି । 30 ବଲରୁ ମାତ୍ର 14ରନ କରିଛନ୍ତି ବିରାଟ । ତେବେ କିୱି ଦଳକୁ 235 ରନରେ ରୋକି କରି 7ରନ ଅଗ୍ରଣୀ 2ୟ ଦିନରେ 2ୟ ପାଳି ଆରମ୍ଭ କରିଥିଲା । ମାତ୍ର 8ରନରେ ଓପନର ମୟଙ୍କ ଅଗ୍ରୱାଲଙ୍କୁ ବ୍ଲାକକ୍ୟାପର ଅଭିଜ୍ଞ ପେସର ଟିମ ସାଉଥୀ ପାଭିଲିଅନ ପଠାଇଥିଲେ । ପରେ ପରେ ପୃଥୀ ଶ’ ଆଉଟ ହୋଇଥିଲେ । 3ୟ ୱିକେଟ ପାଇଁ ପୂଜାର ଓ ଅଧିନାୟକ କୋହଲି ଦଳୀୟ ସ୍କୋରକୁ 50ରନ ପାର କରାଇଥିଲେ । ମାତ୍ର ସଙ୍ଗେ ସଙ୍ଗେ କୋହଲି ଆଉଟ ହୋଇ ପାଭିଲିଅନ ଫେରିଥିଲେ ।

ସେହିପରି ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ମାତ୍ର 9ରନ କରି ସେ ୱାଗନରଙ୍କ ବଲରେ ବୋଲ୍ଡ ହୋଇଥିଲେ । ତେବେ କିୱି ଦଳ ପାଇଁ ବୋଲ୍ଟ 3ଟି ୱିକେଟ୍ ନେଇଥିବା ବେଳେ ଟିମ୍ ସାଉଥୀ, କଲିନ୍ ଡି ଗ୍ରାଣ୍ଡହୋମେ ଏବଂ ନିଲ୍ ୱାଗନର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ତେବେ ଆସନ୍ତାକାଲି ଖେଳ ପାଇଁ ଭାରତ 4ଟି ୱିକେଟ୍ ନେଇ 97 ରନରେ ଅଗ୍ରଣୀ ରହିଛି ।

2ୟ ଟେଷ୍ଟ

ଏହା ପୂର୍ବରୁ 235 ରନରେ ଘରୋଇ ଦଳର ପାଳିକୁ ରୋକିଥିଲେ ଭାରତୀୟ ବୋଲର୍ସ । ତେବେ ଆୟୋଜକ ଦଳ ପାଇଁ ଟମ୍ ଲାଥାମ୍ (52) ଏବଂ କାଇଲ୍ ଜାମିସନ୍ (42) ସର୍ବାଧିକ ସ୍କୋର କରିଥିବା ବେଳେ ଭ୍ରମଣକାରୀ ଭାରତୀୟ ଦଳ ପକ୍ଷରୁ ମହମ୍ମଦ ଶାମି 4ଟି ୱିକେଟ୍ ନେଇଥିଲେ । ସେହିପରି ଜସପ୍ରୀତ ବୁମରା 3ଟି ୱିକେଟ୍ ନେଇଥିଲେ । ତେବେ ଲଞ୍ଚ ବ୍ରେକ ପୂର୍ବରୁ ନ୍ୟୁଜିଲାଣ୍ଡ 5ଟି ୱିକେଟ୍ ହରାଇ ସାରିଥିଲା । ଉମେଶ ଯାଦବ ଏବଂ ଜସପ୍ରୀତ ବୁମରା ଦଳର ଟପ ଅର୍ଡର ଶୀଘ୍ର ଟମ ବ୍ଲଣ୍ଡେଲ ଏବଂ ଅଧିନାୟକ କେନ ୱିଲିୟମସନଙ୍କୁ ଶୀଘ୍ର ପାଭିଲିଅନ ପଠାଇ ଥିଲେ । ପରେ ଟମ ଲାଥାମ ଏବଂ ଅଭିଜ୍ଞ ରସ ଟେଲର ଘରୋଇ ଦଳର ସ୍କୋରକୁ 36 ଓଭରରେ 100 ରନ ପାରି କରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.