ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଭାରତୀୟ ବୋଲିଂ ଆଟାକରେ ଘାଇଲା ହୋଇଛି କିୱି ଦଳ । 235 ରନ୍ ଘରୋଇ ଦଳର ପାଳିକୁ ରୋକିଛନ୍ତି ଭାରତୀୟ ବୋଲର । ତେବେ ପ୍ରଥମ ପାଳି ଆଧାରରେ 7 ରନର ଅଗ୍ରଣୀ ରହିଛି ଭାରତୀୟ ଦଳ ।
ତେବେ ଆୟୋଜକ ଦଳ ପାଇଁ ଟମ୍ ଲାଥାମ୍ (52) ଏବଂ କାଇଲ୍ ଜାମିସନ୍ (42) ସର୍ବାଧିକ ସ୍କୋର କରିଥିବା ବେଳେ ଭ୍ରମଣକାରୀ ଭାରତୀୟ ଦଳ ପକ୍ଷରୁ ମହମ୍ମଦ ସାମି 4ଟି ୱିକେଟ୍ ନେଇଛନ୍ତି । ସେହିପରି ଜସପ୍ରୀତ ବୁମରା 3ଟି ୱିକେଟ୍ ନେଇଛନ୍ତି । ତେବେ ଲଞ୍ଚବ୍ରେକ ପୂର୍ବରୁ ନ୍ୟୁଜିଲାଣ୍ଡର 5ଟି ୱିକେଟ୍ ଥିଲା ।
ଆଉ ବାକି ସମୟ ଭିତରେ 5ଟି ୱିକେଟ ଅକ୍ତିଆର କରିଥିଲା ଭାରତ । ଉମେଶ ଯାଦବ ଏବଂ ଜସପ୍ରୀତ ବୁମରା ଦଳର ଟପ ଅର୍ଡର ଟମ ବ୍ଲଣ୍ଡେଲ ଏବଂ ଅଧିନାୟକ କେନ ୱିଲିୟମସନଙ୍କୁ ଶୀଘ୍ର ପାଭିଲିୟନ ପଠାଇବାଥିଲେ । ପରେ ଟମ ଲାଥାମ ଏବଂ ଅଭିଜ୍ଞ ରସ ଟେଲର ଘରୋଇ ଦଳର ସ୍କୋରକୁ 36 ଓଭରରେ 100 ରନ ପାରି କରାଇଥିଲେ ।
ତେବେ 2ୟ ଦିନରେ ଭାରତ ତାର 2ୟ ଇଂନିସ ବ୍ୟାଟିଂ ଆରମ୍ଭ କରିଛି ।