ETV Bharat / sports

ଚଳିତ ବର୍ଷର ଘରୋଇ କ୍ରିକେଟ ସିଜନ ଶେଷ, ଖେଳାଯାଇଛି 2000 ମ୍ୟାଚ

author img

By

Published : May 1, 2019, 9:08 PM IST

ଶେଷ ହୋଇଛି ୨୦୧୮-୧୯ ଭାରତୀୟ ଘରୋଇ କ୍ରିକେଟ ସିଜିନ । ଚଳିତ ବର୍ଷ ମୋଟ 2000ରୁ ଅଧିକ ମ୍ୟାଚ ଖେଳାଯାଇଛି ।

ଫଟୋ ସୌଜନ୍ୟ- ଟ୍ବିଟର @bbci

ନୂଆଦିଲ୍ଲୀ: ଶେଷ ହୋଇଛି ୨୦୧୮-୧୯ ଭାରତୀୟ ଘରୋଇ କ୍ରିକେଟ ସିଜନ । ଚଳିତ ବର୍ଷ ମୋଟ 2000ରୁ ଅଧିକ ମ୍ୟାଚ ଖେଳାଯାଇଛି । ତେବେ ୨୩ ବର୍ଷରୁ କମ୍‌ ମହିଳା ଚ୍ୟାଲେଞ୍ଜର ଟ୍ରଫି ଫାଇନାଲ ଥିଲା ଚଳିତ ବର୍ଷର ଶେଷ ମ୍ୟାଚ ।

ସେହିପରି ଆଗାମୀ ମେ ୧୨ ତାରିଖରେ ଚଳିତ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ସହ ଭାରତୀୟ କ୍ରିକେଟ ସିଜନର ବି ସମାପ୍ତି ହେବ । ତେବେ ୨୦୧୮-୧୯ ଭାରତୀୟ କ୍ରିକେଟ କ୍ୟାଲେଣ୍ଡର ବର୍ଷରେ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଭାରତୀୟ ଘରୋଇ କ୍ରିକେଟରେ ୨୦୨୪ଟି ମ୍ୟାଚ୍‌ ଖେଳାଯାଇଛି । ୩୭ଟି ଦଳ ୩,୪୪୪ ଦିନ କ୍ରିକେଟ ଖେଳିଛନ୍ତି । ମାତ୍ର ୨୦୧୭- ୧୮ ସିଜନରେ ୧୦୩୨ଟି ମ୍ୟାଚ୍‌ ଖେଳାଯାଇଥିଲା ଓ ଏଥିରେ ୨୮ଟି ଦଳ ଅଂଶଗ୍ରହଣ କରିଥିଲେ ।

ତେବେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କାର୍ଯ୍ୟସୂଚୀ ଓ ସଦସ୍ୟମାନଙ୍କ କଠିନ ପରିଶ୍ରମ ବଳରେ ଏହା ସମ୍ଭବ ହୋଇଛି ବୋଲି ବିସିସିଆଇ ଏକ ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ କରିଛି । ପୂର୍ବ ଅପେକ୍ଷା ମ୍ୟାଚ୍‌ ଦିବସରେ ୮୧ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କୁହାଯାଇଛି । ସାରା ସିଜିନରେ ୧୩୦୧୫ ଖେଳାଳିଙ୍କ ପଞ୍ଜୀକରଣ ହୋଇଥିଲା । ତେବେ ଏହି ସିଜିନରେ ୬୪୭୧ଜଣ ଖେଳାଳି ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ଦେଶବ୍ୟପୀ ୧୦୦ଟି ସହରରେ ସିନିୟର ଓ ବିଭିନ୍ନ ବୟସ ବର୍ଗର ମ୍ୟାଚ୍‌ ଖେଳାଯାଇଥିଲା । ବିସିସିଆଇ ୧୭୦ ଜଣ ଭିଡିଓ ବଶ୍ଲେଷକଙ୍କୁ କାମରେ ଲଗାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.