ନୂଆଦିଲ୍ଲୀ: ପୁରୁଣା ଦିନକୁ ମନେ ପକାଇଛନ୍ତି ଟିମ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି । ଭାରତର 2014ରେ ଅଷ୍ଟ୍ରେଲିଆ ଗସ୍ତ ବେଳେ ଆଡିଲେଡ ଟେଷ୍ଟକୁ ମନେ ପକାଇ କୋହଲି କହିଛନ୍ତି ଯେ ତାହା ଟିମ୍ ଇଣ୍ଡିଆ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ।
ଡିସେମ୍ବର 9ରୁ 13 ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାଇକେଲ କ୍ଲାର୍କ ଏବଂ ତାଙ୍କ ଦଳକୁ କଡ଼ା ଟକ୍କର ଦେଇଥିଲା । ତେବେ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ କୋହଲିଙ୍କ ଶତକ ହାସଲ କରିବା ସତ୍ତ୍ବେ ଅଷ୍ଟ୍ରେଲିଆ ମ୍ୟାଚ ଜିତିବାକୁ ସକ୍ଷମ ହୋଇନଥିଲେ ।
-
(1/2) Throwback to this very special and important test in our journey as the test team that we are today. Adelaide 2014 was a game filled with emotion on both sides and an amazing one for people to watch too. Although we didn't cross the line being so close, it taught us that.. pic.twitter.com/BrgHL3ffyR
— Virat Kohli (@imVkohli) June 30, 2020 " class="align-text-top noRightClick twitterSection" data="
">(1/2) Throwback to this very special and important test in our journey as the test team that we are today. Adelaide 2014 was a game filled with emotion on both sides and an amazing one for people to watch too. Although we didn't cross the line being so close, it taught us that.. pic.twitter.com/BrgHL3ffyR
— Virat Kohli (@imVkohli) June 30, 2020(1/2) Throwback to this very special and important test in our journey as the test team that we are today. Adelaide 2014 was a game filled with emotion on both sides and an amazing one for people to watch too. Although we didn't cross the line being so close, it taught us that.. pic.twitter.com/BrgHL3ffyR
— Virat Kohli (@imVkohli) June 30, 2020
କୋହଲି ସେହି ଟେଷ୍ଟର ଦୁଇଟି ଫଟୋ ଟ୍ବିଟ କରି କହିଛନ୍ତି, ଟେଷ୍ଟ ଦଳ ଭାବରେ ଆଜି ଆମେ ଯେଉଁ ସ୍ଥାନରେ ପହଁଞ୍ଚିଛୁ ସେହି ଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ଥିଲା 2014ରେ ଅଷ୍ଟ୍ରେଲିଆ ଗସ୍ତ । ଯଦିଓ ଆମେ ଅତି ନିକଟବର୍ତ୍ତୀ ହୋଇ ମଧ୍ୟ ବିଜୟ ରେଖା ଅତିକ୍ରମ କରି ପାରିଲୁ ନାହିଁ, ଏହା ଆମକୁ ଶିକ୍ଷା ଦେଇଛି ଯେ ଯଦି ଆମେ ଏହା ଉପରେ ଧ୍ୟାନ ଦେବା ତେବେ କିଛି ବି ସମ୍ଭବ ହୋଇପାରେ । କାରଣ ଆମେ ଏପରି କିଛି କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲୁ ଯାହା ଆରମ୍ଭ କରିବା କଷ୍ଟକର ମନେ ହେଉଥିଲା କିନ୍ତୁ ପ୍ରାୟ ଆମେ ଏହି ମ୍ୟାଚକୁ ଟାଣି ନେଇଥିଲୁ। ଆମେ ସମସ୍ତେ ଏଥିପ୍ରତି ପ୍ରତିବଦ୍ଧ ଥିଲୁ । ତେଣୁ ଟେଷ୍ଟ ଦଳ ଭାବରେ ଏହା ସର୍ବଦା ଏକ ଖୁବ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ।
ଡେଭିଡ ୱାର୍ଣ୍ଣର, କ୍ଲାର୍କ ଏବଂ ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ 517/7ର ବିଶାଳ ସ୍କୋରରେ ଘୋଷଣା କଲା । ଭାରତୀୟ ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି 444 ସ୍କୋର କରିଥିଲା, ଯେଉଁଥିରେ ସାମିଲ ଥିଲା କୋହଲିଙ୍କ 115 ରନ। ଦ୍ବିତୀୟ ଇନିଂସରେ ଘରୋଇ ଦଳ 290/5 ସ୍କୋରରେ ପାଳି ଘୋଷଣା କଲା ଓ ଟିମ ଇଣ୍ଡିଆକୁ ବିଜୟ ପାଇଁ 364 ରନର ଲକ୍ଷ୍ୟ ଦେଲା ।
କୋହଲି ପୁଣି ଥରେ ଶତକ ହାସଲ କରି 141 ରନର ବଡ଼ ସ୍କୋର କରିଥିଲେ ଏବଂ ମୁରଲୀ ବିଜୟ ମଧ୍ୟ ମୂଲ୍ୟବାନ 99ର ସହଯୋଗ କରିଥିଲେ। ତଥାପି ସେମାନଙ୍କ ଉଦ୍ୟମ ଯଥେଷ୍ଟ ପ୍ରମାଣିତ ହୋଇପାରିଲା ନାହିଁ କାରଣ ଭାରତ ମ୍ୟାଚକୁ 48 ରନରେ ହାରି ଯାଇଥିଲା । ଅଫ ସ୍ପିନର ନାଥନ ଏହି ମ୍ୟାଚରେ 12ଟି ୱିକେଟ ନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।
ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ 0-2ରେ ଭାରତ ହାରିଗଲା । ପ୍ରକାଶ ଥାଉକି, 2018/19 ରେ କୋହଲିଙ୍କ ଅଧୀନରେ ଭାରତ ପ୍ରଥମ ଏସୀୟ ଦଳ ଭାବେ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ପେନଙ୍କ ଦଳକୁ 2-1ରେ ପରାସ୍ତ କରିଥିଲା ।
@IANS