ETV Bharat / sports

ଜୁନ ପହିଲାରୁ ଅଭ୍ୟାସକୁ ଫେରିବେ 13 ଶ୍ରୀଲଙ୍କା କ୍ରିକେଟର - କୋରୋନା ଭାଇରସ

13 ଜଣ ଖେଳାଳିଙ୍କୁ ଜୁନ ପହିଲାରୁ ଅଭ୍ୟାସ ଆରମ୍ଭ ପାଇଁ ଶ୍ରୀଲଙ୍ଗା କ୍ରିକେଟ ବୋର୍ଡ ଅନୁମତି ପ୍ରଦାନ କରିଛି ।

13 Sri Lanka cricketers to resume training on june 1
ଜୁନ ପହିଲାରୁ ଅଭ୍ୟାସକୁ ଫେରିବେ 13 ଶ୍ରୀଲଙ୍କା କ୍ରିକେଟର
author img

By

Published : May 31, 2020, 3:35 PM IST

କଲମ୍ବୋ: କୋରୋନା ଭାଇରସ ଲକଡାଉନ କୋହଳ ପରେ ଫେରୁଛି କ୍ରିକେଟ । ପ୍ରଥମେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ପରେ କ୍ରିକେଟ ଖେଳୁଥିବା ପ୍ରଥମ ଏସିଆନ ଦେଶ ଭାବେ ଅଭ୍ୟାସକୁ ଫେରିବ ଶ୍ରୀଲଙ୍କା । ଏନେଇ ଶ୍ରୀଲଙ୍ଗା କ୍ରିକେଟ ବୋର୍ଡ(SLC)ର ବଡ ଘୋଷଣା କରିଛି ।

13 Sri Lanka cricketers to resume training on june 1
ଜୁନ ପହିଲାରୁ ଅଭ୍ୟାସକୁ ଫେରିବେ 13 ଶ୍ରୀଲଙ୍କା କ୍ରିକେଟର

ବୋର୍ଡ ପକ୍ଷରୁ 13 ଜଣ ଖେଳାଳିଙ୍କୁ ଜୁନ ପହିଲାରୁ ଅଭ୍ୟାସ ଆରମ୍ଭ ପାଇଁ ଅନୁମତି ମିଳିଛି । ତେବେ ଅଭ୍ୟାସ ସମୟରେ ସରକାରଙ୍କ ପକ୍ଷରୁ ନିର୍ଧାରିତ ସ୍ବାସ୍ଥ୍ୟ ଗାଇଡଲାଇନକୁ ଖେଳାଳିଙ୍କୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

ଚୟନ ହୋଇଥିବା 13 ଜଣିଆ ଶ୍ରୀଲଙ୍କା ଟିମ, କଲମ୍ବୋର ସିସିସିରେ 12ଦିନିକିଆ ଘରୋଇ ପ୍ରଶିକ୍ଷଣ ଶିବିରରେ ରହିବେ । ଏହି 13 ଜଣିଆ ଖେଳାଳି ତାଲିକାରେ ଅଧିକାଂଶ ବୋଲର ରହିଥିବା ଜଣାପଡିଛି ।

ବୋଲରଙ୍କୁ ଅଧିକ ଅଭ୍ୟାସର ଆବଶ୍ୟକ ଥିବାରୁ 3ଟି ଫର୍ମାଟରେ ଖେଳୁଥିବା ବୋଲରଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ କରାଯାଇଥିବା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.