ETV Bharat / sports

ଚଣ୍ଡିଗଡ ମହିଳା କ୍ରିକେଟରଙ୍କ ରେକର୍ଡ; ଗୋଟିଏ ମ୍ୟାଚରେ ନେଲେ 10 ୱିକେଟ - CHANDIGARH CRICKETER KESHAVI RECORD

ଚଣ୍ଡିଗଡର ମହିଳା କ୍ରିକେଟର କେଶବି ଗୌତମ ଏକ ଦିନିକିଆ ମ୍ୟାଚରେ ଏକାକୀ 10 ୱିକେଟ ଅକ୍ତିଆର କରି ରେକର୍ଡ କରିଛନ୍ତି ।

CHANDIGARH CRICKETER KESHAVI RECORD
ଚଣ୍ଡିଗଡ ମହିଳା କ୍ରିକେଟରଙ୍କ ରେକର୍ଡ
author img

By

Published : Feb 26, 2020, 5:30 AM IST

ହାଇଦ୍ରାବାଦ: ଏକଦା ପାକିସ୍ତାନ ବିପକ୍ଷରେ ଗୋଟିଏ ଇଂନିସରେ 10 ୱିକେଟ ଅକ୍ତିଆର କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ବଲେ । ଏହାପରେ କୁମ୍ବଲେ ବିଶ୍ବ କ୍ରିକେଟରେ ଏକ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଥିଲେ । ତେବେ ଦୀର୍ଘ 21 ବର୍ଷ ପରେ ଏହି ଘଟଣାର ପୁନରାବୃର୍ତ୍ତି ଘଟିଛି ।

ଚଣ୍ଡିଗଡର ମହିଳା କ୍ରିକେଟର କେଶବି ଗୌତମ ଏକ ଦିନିକିଆ ମ୍ୟାଚରେ ଏକାକୀ 10 ୱିକେଟ ଅକ୍ତିଆର କରି ଚର୍ଚ୍ଚାରେ ରହିଛନ୍ତି । ମାତ୍ର 26 ରନରେ ପ୍ରତିପକ୍ଷ ଟିମକୁ ଅଲଆଉଟ କରିଛନ୍ତି କେଶବି ।

CHANDIGARH CRICKETER KESHAVI RECORD
ଚଣ୍ଡିଗଡ ମହିଳା କ୍ରିକେଟ ଟିମ

ଅରୁଣାଚଳ-ଚଣ୍ଡିଗଡ ମଧ୍ୟରେ ଖେଳାଯାଇଥିବା 19 ବର୍ଷରୁ କମ ଦିନିକିଆ କ୍ରିକେଟ ମ୍ୟାଚରେ ଏହି ଘଟଣା ଘଟିଛି । କେଏସଆରଏମ କଲେଡ ଗ୍ରାଉଣ୍ଡ କଦାପାରେ ଏହି ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଚଣ୍ଡିଗଡ ନିର୍ଧାରିତ 50 ଓଭରରେ 4 ୱିକେଟ ହରାଇ 186 ରନ ସଂଗ୍ରହ କରିଥିଲା । ଏଥିରେ 68 ବଲରୁ 49 ରନର କ୍ୟାପଟେନସିପ ଇଂନିସ ଖେଳିଥିଲେ କେଶବି ।

ତେବେ ଅରୁଣାଚଳ ପ୍ରଦେଶ 187 ରନ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 26 ରନରେ ଅଲଆଉଟ ହୋଇଥିଲା । ସମସ୍ତ 10 ୱିକେଟ କ୍ୟାପଟେନ କେଶବି ହାସଲ କରିଥିଲେ । ଅରୁଣାଚଳ ପ୍ରଦେଶ ଖେଳାଳି ମାତ୍ର 29ଟି ବଲ ମଧ୍ୟରେ ସମସ୍ତ ୱିକେଟ ହରାଇଥିଲେ । ପୂର୍ବରୁ ଜାମ୍ମୁକାଶ୍ମୀର ବିପକ୍ଷ ମ୍ୟାଚରେ ମଧ୍ୟ କେଶବି 7ଟି ୱିକେଟ ଅକ୍ତିଆର କରିଥିଲେ । ଏଯାବତ ଏହି ଟୁର୍ଣ୍ଣାମେଣ୍ଟରେ 3ଟି ମ୍ୟାଚରୁ କେଶବି 18 ୱିକେଟ ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.