ETV Bharat / sports

Olympic 2028: ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ - ଅଲିମ୍ପିକ୍ସ

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ । ଆମେରିକାର ଲସ ଏଞ୍ଜେଲେସରେ ହେବାକୁ ଥିବା 2028 ଅଲିମ୍ପିକ୍ସ କ୍ରିକେଟ ସାମିଲ ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

Los Angeles olympic
ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ
author img

By ETV Bharat Odisha Team

Published : Oct 10, 2023, 1:58 PM IST

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହେବ । ଆମେରିକାର ଲସ ଏଞ୍ଜେଲେସରେ ହେବାକୁ ଥିବା 2028 ଅଲିମ୍ପିକ୍ସ କ୍ରୀଡାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଏନେଇ ପଥ ପରିଷ୍କାର ହୋଇଛି । ଏନେଇ ଲସ ଏଞ୍ଜେଲ୍ସ ଅଲିମ୍ପକ୍ସ ଆୟୋଜକ କମିଟି 2028ରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ ଦେବା ପରେ ଏହା ସ୍ପଷ୍ଟ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖୁସି ବ୍ୟକ୍ତ କରିଛି । 128 ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ଯାଉଛି ।

ଦୀର୍ଘ 2 ବର୍ଷ ହେବ ଆଇସିସି ଏହି ପ୍ରଚେଷ୍ଠା ଚଳାଇ ଆସୁଥିଲା । 6ଟି ଦଳକୁ ନେଇ ଉଭୟ ପୁରୁଷ ଓ ମହିଳା ଟି-ଟ୍ବେଣ୍ଟି ପ୍ରତିଯୋଗିତା ଆୟୋଜନ ପାଇଁ ଆଇସିସି ପ୍ରସ୍ତାବ ଦେଇଥିଲା । ଅକ୍ଟୋବର 15 ତାରିଖରେ ମୁମ୍ବାଇରେ ଆଇଓସି ଅଧିବେଶନରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆଇିସିସିର ଦୀର୍ଘ ବର୍ଷର ପ୍ରଚେଷ୍ଟା ବାସ୍ତବରେ ପରିଣତ ହେବାକୁ ଯାଉଛି । ଆୟୋଜନ କମିଟିର ଏହି ପ୍ରସ୍ତାବକୁ ଅନୁମୋଦନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ କମିଟିକୁ ପଠାଯିବ । ସ୍ବୀକୃତି ପାଇବା ପରେ ଲସ ଏଞ୍ଜଲେସ ଅଲମ୍ପିକ୍ସରେ ଏହାକୁ ସାମିଲ କରାଯିବ । ଏହି ପ୍ରସ୍ତାବକୁ ସିଗନାଲ ମିଳିଲେ ଅଲିମ୍ପକ୍ସରେ କ୍ରିକେଟ ସାମଲ ହେବା ନେଇ ପଥ ପରିଷ୍କାର ହେବ ଏ ନେଇ ବେଶ ଆନନ୍ଦିତ ବୋଲି କହିଛନ୍ତି ଆଇସିସି ସଭାପତି ଗ୍ରେକ ବ୍ରାକଲେ ।

ଏହା ବି ପଢନ୍ତୁ..ଆଜି ଏସିଆନ ଗେମ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ଅମିତ ରୋହିଦାସଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଏସୀୟ କ୍ରୀଡାରେ ସଫଳତା ପାଇଁ ଜଣାଇଲେ ଅଭିନନ୍ଦନ

ରାଜ୍ୟଗୋଷ୍ଠୀ କ୍ରୀଡାରେ 24 ବର୍ଷ ପରେ କ୍ରିକେଟକୁ ସାମିଲ କରାଯାଇଥିଲା । 2022ରେ ବର୍ମିହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟକୁ ଇଭେଣ୍ଟ କରାଯାଇଥିଲା । 2022 କମନୱେଲ୍ଥ ଗେମରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏହା ପୂର୍ବରୁ 1998ରେ ପୁରୁଷ ଦିନିକିଆ ଫର୍ମାଟ ରାଜ୍ୟଗୋଷ୍ଠୀରେ ସାମିଲ ହୋଇଥିଲା ।

ଅଲିମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ । 1900 ମସିହାରୁ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇନଥିଲା । ଏବେ ଦୀର୍ଘ 128 ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.