ETV Bharat / sports

କ୍ରିକେଟ ଜଗତରୁ କ୍ୟାପଟେନ୍‌ କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା - Cricket fraternity wishes Virat Kohli

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍‌ ବିରାଟ କୋହଲି ଶୁକ୍ରବାର(ନଭେମ୍ବର ୫) ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

Cricket fraternity wishes 'run machine' Virat Kohli on his 33rd birthday
କ୍ରିକେଟ ଜଗତରୁ କ୍ୟାପଟେନ୍‌ କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା
author img

By

Published : Nov 5, 2021, 4:48 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍‌ ବିରାଟ କୋହଲି ଶୁକ୍ରବାର(ନଭେମ୍ବର ୫) ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ।

  • Not everyone is as lucky as me to be blessed with a elder brother like you. Thank you so much for coming into my life and standing by my side through thick and thin. I hope you get all that you truly deserve. Happy Birthday king 👑 @imVkohli pic.twitter.com/pTn8NBZrHh

    — Mohammed Siraj (@mdsirajofficial) November 5, 2021 " class="align-text-top noRightClick twitterSection" data=" ">
  • 23,159 intl. runs & going strong 💪
    Most Test wins as Indian captain 👍
    2011 World Cup & 2013 Champions Trophy-winner 🏆 🏆

    Wishing @imVkohli - #TeamIndia captain & one of the best modern-day batsmen - a very happy birthday. 🎂👏

    Let's relive his fine ton in pink-ball Test 🔽

    — BCCI (@BCCI) November 5, 2021 " class="align-text-top noRightClick twitterSection" data=" ">

କିମ୍ବଦନ୍ତୀ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେହ୍ବାଗଙ୍କ ଠାରୁ ସାଥି ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ କୋହଲିଙ୍କୁ ସ୍ବତନ୍ତ୍ର ଦିନରେ ଟ୍ବିଟ୍‌ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।

ବର୍ଷ ୨୦୦୮ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବିରାଟ କୋହଲି ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ହୋଇନାହାନ୍ତି, ବରଂ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେବା ସହିତ 'କ୍ରିକେଟ'ର ମହାନ ବ୍ରାଣ୍ଡ୍‌ ହୋଇପାରିଛନ୍ତି । ଏଯାବତ ୨୫୪ଟି ଅନ୍ତର୍ଜାତୀୟ ଦିନିକିଆ, ୯୬ଟି ଟେଷ୍ଟ ମ୍ୟାଚ୍‌ ଓ ୯୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି କୋହଲି । ସମସ୍ତ ଫର୍ମାଟରେ ତାଙ୍କ ନାମରେ ରହିଛି ଅନେକ କିର୍ତ୍ତୀମାନ । ତେବେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ଆଭରେଜ ଥିବା ବିଶ୍ବର ଏକମାତ୍ର ବ୍ୟାଟର ହେଉଛନ୍ତି ବିରାଟ କୋହଲି ।

ଶୁଭେଚ୍ଛା ବାର୍ତ୍ତାରେ ଲକ୍ଷ୍ମଣ ଲେଖିଛନ୍ତି, "ଜନ୍ମଦିନର ଅନେକ ଶୁଭେଚ୍ଛା । ଆଗାମୀ ଭବିଷ୍ୟତରେ ସଫଳତା ଓ ଉତ୍ତମ ସ୍ବାସ୍ଥ୍ୟର କାମନା ।"

ସେହିପରି କୋହଲିଙ୍କ ଉଦ୍ଦେଶ୍ୟରେ ସେହ୍ବାଗ ଲେଖିଛନ୍ତି, "ଖରାପ ସମୟ ବେଶୀ ସମୟ ରୁହେନି, ତୁମ ପରି ଖେଳାଳି ଗୋଟିଏ ପିଢିରେ ଗୋଟିଏ ଦେଖିବାକୁ ମିଳେ ।"

ଟିମ ଇଣ୍ଡିଆ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ମଧ୍ୟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ବାସ୍ଥ୍ୟ ଓ ଖୁସି କାମନା କରିଛନ୍ତି ।

କୋହଲିଙ୍କ ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB), ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର, ଦିନେଶ କାର୍ତ୍ତିକ, ଉମେଶ ଯାଦବ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଆରସିବି ସାଥି ଖେଳାଳି ମହମ୍ମଦ ସିରାଜ, କୋହଲିଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଟ୍ବିଟ କରିଛନ୍ତି । ସିରାଜ ଲେଖିଛନ୍ତି, "ମୁଁ ଭାଗ୍ୟବାନ ଯେ ମୋତେ ତୁମପରି(କୋହଲି) ବଡ ଭାଇ ମିଳିଛନ୍ତି । ମୋ ଜୀବନରେ ଆସିଥିବାରୁ, ମୋର ସଫଳତା ଓ ବିଫଳତା ସବୁ ସମୟରେ ସାଥ୍‌ ଦେଇଥିବାରୁ ଧନ୍ୟବାଦ । ତୁମକୁ ସେ ସବୁସଫଳତା ମିଳୁ ଯେଉଁଥିପାଇଁ ତୁମେ ବାସ୍ତବିକ ଯୋଗ୍ୟ ।"

୭୦ ଅନ୍ତର୍ଜାତୀୟ ଶତକ ସହ କ୍ରିକେଟ ଇତିହାସରେ ସର୍ବାଧିକ ସଂଖ୍ୟକ ବ୍ୟକ୍ତିଗତ ଶତକ ତାଲିକାରେ କୋହଲି, ସଚିନ ତେନ୍ଦୁଲକର(୧୦୦) ଓ ରିକି ପଣ୍ଟିଂ(୭୧)ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ କ୍ୟାପଟେନ ଏଯାବତ ୨୩୧୫୯ ରନ୍‌ ସଂଗ୍ରହ କରିସାରିଥିବାବେଳେ, ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ।

୩୩ ବର୍ଷୀୟ କୋହଲି ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୯୨ ମ୍ୟାଚ୍‌ରୁ ୩୨୨୫ ରନ୍‌ ସହ ସର୍ବାଧିକ ରନ୍‌ ସଂଗ୍ରହକାରୀ ରହିଛନ୍ତି । ଦିଲ୍ଲୀ ଜନ୍ମିତ ବ୍ୟାଟ୍‌ର ବିରାଟ ସବୁଠୁ ଟେଷ୍ଟ କ୍ରିକେଟରେ ସଫଳତମ ଭାରତୀୟ କ୍ୟାପଟେନ ରହିଛନ୍ତି । ତାଙ୍କ ଅଧିନାୟକତ୍ବରେ ୬୫ଟି ମ୍ୟାଚ୍‌ ଟିମ ଇଣ୍ଡିଆ ଖେଳିଥିବାବେଳେ ୩୮ଟି ମ୍ୟାଚ୍‌ରେ ବିଜୟୀ ହେବାସହ ବିଦେଶ ମାଟିରେ ସ୍ମରଣୀୟ ଟେଷ୍ଟ ସିରିଜ ବିଜେତା ହୋଇଛି । ଆଧୁନିକ କ୍ରିକେଟର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଅନ୍ୟତମ ଶ୍ରେଷ୍ଠ ଖେଳାଳି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.