ETV Bharat / sports

ବାରବାଟୀରେ ଲିଜେଣ୍ଡ୍ସ ମ୍ୟାଚ ନେଇ ବଢୁଛି କ୍ରେଜ

author img

By

Published : Sep 24, 2022, 8:53 PM IST

ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ ଲିଗ ମ୍ୟାଚ ପାଇଁ ଜାରି ରହିଛି ଟିକେଟ ବିକ୍ରି ପ୍ରକ୍ରିୟା । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଟିକଟ କାଉଣ୍ଟରରେ ଅଧିକ କ୍ରିକେଟ ଫ୍ୟାନ୍ସ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ବାରବାଟୀରେ ଲିଜେଣ୍ଡ୍ସ ମ୍ୟାଚ ନେଇ ବଢୁଛି କ୍ରେଜ
ବାରବାଟୀରେ ଲିଜେଣ୍ଡ୍ସ ମ୍ୟାଚ ନେଇ ବଢୁଛି କ୍ରେଜ

କଟକ: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ ଲିଗ ( Legends League Cricket ) ମ୍ୟାଚ ପାଇଁ ଜାରି ରହିଛି ଟିକେଟ ବିକ୍ରି ପ୍ରକ୍ରିୟା । କ୍ରମାଗତ ଭାବରେ 26,27 ଓ 29 ତାରିଖରେ ଖେଳାଯିବ ସମସ୍ତ ଲିଗ ମ୍ୟାଚ । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଟିକଟ କାଉଣ୍ଟରରେ ଅଧିକ କ୍ରିକେଟ ଫ୍ୟାନ୍ସ ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନରେ 3 ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ହୋଇଥିଲା । ଗତକାଲି ଅପେକ୍ଷା ଆଜି ଅଧିକ ଫ୍ୟାନ୍ସ କିଣିଛନ୍ତି ଟିକେଟ । ନିଜର ପ୍ରିୟ କ୍ରିକେଟରଙ୍କୁ ପାଖରୁ ଦେଖିବା ପାଇଁ ସବୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ରହିଛି କ୍ରେଜ । ମୋଟ 8ହଜାର 421ଟି ଟିକେଟ ଅଫଳାଇନରେ ବିକ୍ରି ହେବ । ଷ୍ଟାଡିୟମର କାଉଣ୍ଟରରେ ଦିନ 10 ଟାରୁ ଆରମ୍ଭ ହୋଇଥିଲା ଟିକେଟ ବିକ୍ରି ପ୍ରକ୍ରିୟା । ଗ୍ୟାଲରି ନମ୍ବର 2 , ଗ୍ୟାଲେରୀ ନମ୍ବର 4, କ୍ଳବ ହାଉସ ,ଓ 9 ଏବଂ 10 ନମ୍ବର କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି କରାଯାଇଛି । 2ନମ୍ବର ଓ 4ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ଦର 350 ଟଙ୍କା ରହିଥିବା ବେଳେ କ୍ଳବ ହାଉସ ପାଇଁ 1200 ଓ କର୍ପୋରେଟ ବକ୍ସ ପାଇଁ 4ହଜାର 800 ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ତେବେ ପ୍ରଥମ ଦିନ ଟିକେଟ ବିକ୍ରି ସମୟରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିନଥିଲା ।

ଟିକଟ କାଟିବାକୁ ଆସିଥିବା ଜଣେ କ୍ରିକେଟ ପ୍ରେମୀ ଏବାବଦରେ କହିଛନ୍ତି, "ଲିଜେଣ୍ଡ୍ସ ଲିଗ କ୍ରିକେଟ ନେଇ ବହୁତ ଉତ୍ସାହିତ ରହିଛୁ । ବୀରେନ୍ଦ୍ର ସେହ୍ବାଗ, ଇର୍ଫାନ ପଠାନଙ୍କ ଭଳି କ୍ରିକେଟର ଆସିବା ନେଇ ବେଶୀ ଉତ୍ସାହିତ ରହିଛୁ । ଆମେ ୨୭ ତାରିଖ ଦିନ ମ୍ୟାଚ ପାଇଁ ଟିକଟ ନେଇଛୁ । ଏହି ଖେଳାଳି ମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବି ଏମାନେ ଭାରତର ଶ୍ରେଷ୍ଠ କ୍ରିକେଟର । ସେହିପରି ବିଦେଶୀ କ୍ରିକେଟର ବ୍ରେଟ ଲି ମଧ୍ୟ ଆସୁଛନ୍ତି । ସେମାନଙ୍କୁ ଦେଖିବା ନେଇ ମଧ୍ୟ ଆମେ ଉତ୍ସାହିତ ଅଛୁ । ବେଶୀ ଭିଡ ଦେଖିବାକୁ ମିଳୁ ନାହିଁ । କଟକରେ ଲିଜେଣ୍ଡ୍ସ ଲିଗ ମ୍ୟାଚ ନେଇ ଅଧିକ ପ୍ରଚାର ପ୍ରସାର ହୋଇପାରିଲାନାହିଁ । ପ୍ରାୟ ଲୋକଙ୍କୁ ମ୍ୟାଚ ବାବଦରେ ଭଲ ସେ ଜଣା ବି ନାହିଁ । ନ ହେଲେ ଆହୁରି ଅଧିକ ଭିଡ ଆଶା କରାଯାଇଥାନ୍ତା । ବାରବାଟୀ ଅନୁଭୂତି କିଛି ଅଲଗା ରହିଛି । ଏଠାରେ ମ୍ୟାଚ ଦେଖିବାକୁ ପ୍ରାୟ ସମୟରେ ଆସୁ । ଭାରତ ବନାମ ସାଉଥଆଫ୍ରିକା ମ୍ୟାଚ ଦେଖିବାକୁ ମଧ୍ୟ ଆସିଥିଲୁ ।"

ଭେଟରାନ କ୍ରିକେଟର ତଥା କ୍ରିକେଟରୁ ଅବସର ନେଇ ସାରିଥିବା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି କ୍ରିକେଟ ଲିଗର 3 ଟି ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । 4 ଟି ଟିମ ପରସ୍ପର ସହିତ ମୁଁହାଁମୁହିଁ ହେବେ । ତେବେ ଆଜି ଟିକେଟ କିଣିବା ପାଇଁ ବଢିଛି ଫ୍ୟାନ୍ସଙ୍କ ସଂଖ୍ୟା ।

ଇଟିିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.