ETV Bharat / sports

Asia Cup 2023 : କ୍ରିକେଟ କ୍ୟାଲେଣ୍ଡର ନେଇ PCBର ଅଭିଯୋଗ, ଜବାବ ରଖିଲା ACC

author img

By

Published : Jan 6, 2023, 10:45 PM IST

PCB ଅଧ୍ୟକ୍ଷ ନଜମ ସେଠୀ ଜୟଶାହାଙ୍କ ଏସିଆ କପ କ୍ୟାଲେଣ୍ଡର ବାବଦରେ ଅସନ୍ତୋଷ ପ୍ରକାଶ କରି ନିଜର ପ୍ରିତିକ୍ରିୟା ରଖିଛନ୍ତି । ଏସିଆ କପ ଖେଳସୂଚୀ ଘୋଷଣା ପୂର୍ବରୁ ACC PCB ସହିତ କୌଣସି ଆଲୋଚନା କରିନାହିଁ । ଅଧିକ ପଢନ୍ତୁ

PCB ଅଧ୍ୟକ୍ଷ ଓ ACC ଅଧ୍ୟକ୍ଷ
PCB ଅଧ୍ୟକ୍ଷ ଓ ACC ଅଧ୍ୟକ୍ଷ

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଅଧ୍ୟକ୍ଷ ନଜମ ସେଠୀଙ୍କୁ ଭିତ୍ତି ହୀନ ଅଭିଯୋଗକୁ ଅସ୍ବୀକାର କରାଯାଉ ବୋଲି କହିଲା ଏସୀୟ କ୍ରିକେଟ ପରିଷଦ(ACC) । ଥମିବାର ନା ନେଉନାହିଁ ଏସିଆ କପ ବିବାଦ । ଏସିଆ କପ ଆୟୋଜନ କେଉଁଠାରେ ହେବ ଏହାକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି ।

PCB ଅଧ୍ୟକ୍ଷ ନଜମ ସେଠୀ ଜୟଶାହାଙ୍କ ଏସିଆ କପ କ୍ୟାଲେଣ୍ଡର ବାବଦରେ ଅସନ୍ତୋଷ ପ୍ରକାଶ କରି ନିଜର ପ୍ରିତିକ୍ରିୟା ରଖିଛନ୍ତି । ସେ କଟାକ୍ଷ କରି କହିଛନ୍ତି "ଏସିୟ କ୍ରିକେଟ ପରିଷଦର ୨୦୨୩-୨୪ କ୍ରିକେଟ କ୍ୟାଲେଣ୍ଡର ଏକ ତରଫା ଘୋଷଣା କରିଥିବାରୁ ଏସିସି ଅଧ୍ୟକ୍ଷ ଜୟ ଶାହାଙ୍କୁ ଧନ୍ୟବାଦ । ଜୟ ଶାହା ଅଧ୍ୟକ୍ଷ ଥିବା ବେଳେ ସେ ସବୁକିଛି ନିଜ ମନ ମୁତାବକ କରି ପାରିବେ ବୋଲି କହିଛି PCB । ଏସିଆ କପ କ୍ୟାଲେଣ୍ଡର ଘୋଷଣା ପୂର୍ବରୁ ACC PCB ସହିତ କୌଣସି ଆଲୋଚନା କରିନାହିଁ । ଏସିଆ କପ୍‌ର ଆୟୋଜକ ପାକିସ୍ତାନ ରହିଥିବା ବେଳେ କ୍ୟାଲେଣ୍ଡର ଏହାର ନାମ ନାହିଁ । ଜୟ ଶାହ ଚାହିଁଲେ PSL ପାଇଁ ମଧ୍ୟ ମନ ମୁତାବକ ନିଷ୍ପତ୍ତି ନେଇଯିବେ । ଆପଣଙ୍କ ଉତ୍ତର ପାଇଁ ଅପେକ୍ଷା କରିବି ।" ତେବେ ଏହାର ଜବାବରେ ACC ଏହା ଏକ ଭିତ୍ତିହୀନ ଅଭିଯୋଗ ବୋଲି PCBକୁ ଦୃଢ ଜବାବ ଦେଇଛି ।

ଏସିଆ କପକୁ ନେଇ ACC କହିଛି ଯେ, "ବର୍ଷ ୨୦୨୨ ଡିସେମ୍ବର ୨୨ ତାରିଖରେ ଏସିଆ କପର ଖେଳସୂଚୀ ନେଇ PCB ସମେତ ଅନ୍ୟ ଏସିଆ କପ ସଦସ୍ୟ ଦେଶକୁ ଖେଳସୂଚୀ ବାବଦରେ ଅବଗତ କରାଯାଇଥିଲା । କିଛି ସଦସ୍ୟ ଦେଶ ଏହାର ରିପ୍ଲାଏ ଦେଇଥିବା ବେଳେ କିଛି ସଦସ୍ୟ ଦେଶ ଏହାକୁ ନେଇ କିଛି ମତାମତ ରଖିନଥିଲେ । ଗତକାଲି(ଗୁରୁବାର) ଏସୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ଜୟ ଶାହା ଏସିଆ କପ୍‌ ପାଇଁ କ୍ରିକେଟ କ୍ୟାଲେଣ୍ଡର ଘୋଷଣା କରିଥିଲେ । ଏହି କ୍ୟାଲେଣ୍ଡରରେ ଆୟୋଜକ ଦେଶର ନାମ ରହିନାହିଁ, କାରଣ ୨୦୨୨ ମସିହା ଅକ୍ଟୋବର ମାସରେ ଜୟ ଶାହା କହିଥିଲେ ଯେ, ଏସିଆ କପରୁ ପାକିସ୍ତାନରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇପାରେ । ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହିଁ । ଏହାର ଜବାବରେ PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଭାରତରେ ଦିନିକିଆ ବିଶ୍ବକପ ଆୟୋଜନ ହେଲେ ପାକିସ୍ତାନ ସେଥିରେ ଅଂଶଗ୍ରହଣ କରିବ ନାହିଁ ବୋଲି କଡା ଜବାବ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.