କୋଲକାତା: ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ସଭାପତି ଅଭିଷେକ ଡାଲମିୟା ହସ୍ପିଟାଲରେ ଭର୍ତ୍ତି । COVID-19 ଚିହ୍ନଟ ହେବାପରେ ମଙ୍ଗଳବାର ଅଭିଷେକଙ୍କୁ ଉଡଲାଣ୍ଡ୍ସ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହାମଧ୍ୟ ପଢନ୍ତୁ: COVID-19: ସ୍ପଷ୍ଟକଲେ ଗାଙ୍ଗୁଲି, ପୂର୍ବନିର୍ଦ୍ଧାରିତ ସୂଚୀରେ ଖେଳାଯିବ ରଣଜୀ ଟ୍ରଫି
CAB ସଭାପତି ସୋମବାର COVID ପଜିଟିଭ ଚିହ୍ନଟ ହୋଇଥିଲେ । ଡାକ୍ତରୀ ଟିମ ତାଙ୍କୁ ମନୋକ୍ଳୋନିକାଲ ଆଣ୍ଟି-ବଡି କକ୍ଟେଲ ଥେରାପି ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ।
ପୂର୍ବରୁ ରଣଜୀ ଟ୍ରଫି ସ୍କ୍ବାଡ୍ର ଅଧିକାଂଶ ସଦସ୍ୟ COVID ପଜିଟିଭ ଚିହ୍ନଟ ପରେ ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ରାଜ୍ୟରେ ସମସ୍ତ ଲୋକାଲ ଟୁର୍ନାମେଣ୍ଟ ସ୍ଥଗିତ ଘୋଷଣା କରିଛି । ଏଥିସହ COVID-19 ସ୍ଥିତି ପରଖିବାକୁ ଆପେକ୍ସ କାଉନସିଲର ଜରୁରୀକାଳିନ ବୈଠକ ଘୋଷଣା ହୋଇଛି ।
ANI