ETV Bharat / sports

କୋରୋନା ଭାଇରସ: ନିଶ୍ବାସ ପାଇଁ ସଂଘର୍ଷ, ଅଶ୍ବିନଙ୍କ ସାହାଯ୍ୟ ପ୍ରତିଶୃତି

ଟ୍ବିଟ ଜରିଆରେ ନିଜର ଭାବାବେଗ ପରିପ୍ରକାଶ କରିବା ସହ ସମର୍ଥ ଅନୁଯାୟୀ ସାହାଯ୍ୟ କରିବେ ବୋଲି କଥା ଦେଇଛନ୍ତି ଅଶ୍ବିନ । ଅଧିକ ପଢନ୍ତୁ...

author img

By

Published : Apr 23, 2021, 10:40 PM IST

Covid-19: Aswini promise to help, appealed citizen stay safe
କୋରୋନା ଭାଇରସ: ନିଶ୍ବାସ ପାଇଁ ସଂଘର୍ଷ, ଅଶ୍ବିନଙ୍କ ସାହାଯ୍ୟ ପ୍ରତିଶୃତି

ହାଇଦ୍ରାବାଦ: ମହାମାରୀ କୋରୋନାରେ ଦେଶରେ ହାହାକାର ସ୍ଥିତି । ଜନସଂଖ୍ୟା ବହୁଳ ଭୁଖଣ୍ଡକୁ କବଳିତ କରିଛି ଅଦୃଶ୍ୟ ଭାଇରସ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ତାଳଦେଇ ବୃଦ୍ଧିପାଇବାରେ ଲାଗିଛି । ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ଆକ୍ରାନ୍ତ ରୋଗୀଟିଏ ପାଇଁ ଡାକ୍ତରଖାନାରେ ଶଯ୍ୟାଟିଏ ପାଇବାକୁ ପ୍ରତିଯୋଗିତା କରିଚାଲିଛି । ଏକାଧିକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିବା ପରେ ସଭିଏଁ ଚିନ୍ତିତ ।

  • I know there will be people who will retort with a tweet about my position of privilege. I would like to reiterate that this is a virus that spares no one and I am in this fight with all of you. Let me know if I can help and i promise to help anyone that is within my capacity🙏🙏

    — Stay home stay safe! Take your vaccine🇮🇳 (@ashwinravi99) April 23, 2021 " class="align-text-top noRightClick twitterSection" data=" ">

ଅକ୍ସିଜେନର ଅଭାବ ଅଣନିଶ୍ବାସୀ ନୀରିହ ମଣିଷଙ୍କ ସଂଖ୍ୟା ବଢାଉଛି । ତେବେ ଦେଶର ଏପରି ସ୍ଥିତିରେ ମର୍ମାହତ ହୋଇଛନ୍ତି କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ ।

  • Heart breaking to see what’s happening around my country! I am not in the healthcare fraternity, but my sincere gratitude to each of them. I would also like to make an earnest appeal to every Indian to exercise caution and stay safe.

ଏକାଧିକ ଟ୍ବିଟ ଜରିଆରେ ନିଜର ଭାବାବେଗ ପରିପ୍ରକାଶ କରିବା ସହ ସମର୍ଥ ଅନୁଯାୟୀ ସାହାଯ୍ୟ କରିବେ ବୋଲି କଥା ଦେଇଛନ୍ତି ଅଶ୍ବିନ । ନିଜେ ସ୍ବାସ୍ଥ୍ୟ ବିଭାଗର କୌଣସି କର୍ମଚାରୀ ହୋଇନଥିଲେ ମଧ୍ୟ ତାଙ୍କ ଦ୍ବାରା ଯାହା ସମ୍ଭବ ନିଶ୍ଚୟ କରିବେ ବୋଲି ଦୃଢୋକ୍ତି କରିଛନ୍ତି ଷ୍ଟାର ଭାରତୀୟ ସ୍ପିନର । ଅଶ୍ବିନଙ୍କ ଏହି ଅପିଲ ପରେ, ଦେଶର ବିଭିନ୍ନ ପ୍ରାନ୍ତରୁ ଅସୁବିଧାରେ ଥିବା ଲୋକେ ଯୋଗାଯୋଗ କରିଛନ୍ତି ।

ଅନ୍ୟପଟେ ଅନ୍ୟତମ ଷ୍ଟାର ଭାରତୀୟ ସ୍ପିନର ହରଭଜନ ସିଂହ, ପୁନେରେ କୋଭିଡ-19 ଟେଷ୍ଟ ପାଇଁ ଏକ ମୋବାଇଲ ଲାବୋରୋଟରୀ ସେବା ଆରମ୍ଭ କରିଛନ୍ତି । ଏହି ଲାବୋରୋଟରୀରେ ଶନିବାର ଠାରୁ ସେବା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.