ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପାଇଁ 15 ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ଟେଷ୍ଟ ଡେବ୍ୟୁ ମ୍ୟାଚ୍ରେ ଦ୍ବିଶତକ ହାସଲ କରିଥିବା ଓପନର ଡେଭନ କନୱେ, ବାମହାତୀ ସ୍ପିନର ଏଜାଜ ପଟେଲ, ଆହତ ଯୋଗୁଁ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଥିବା କେନ ୱିଲିୟମସନ ଓ ବିଜେ ୱେଟଲିଙ୍ଗ୍ଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି ।
![Conway, Patel included in 15-member NZ squad for WTC final](https://etvbharatimages.akamaized.net/etvbharat/prod-images/12141296_new-zealand.jpg)
ଶୁକ୍ରବାର ଠାରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଭାରତ ବିପକ୍ଷରେ ଖେଳିବ ନ୍ୟୁଜିଲାଣ୍ଡ ।
ଇଂଲଣ୍ଡ ବିପକ୍ଷରେ ଦୁଇଟିକିଆ ଟେଷ୍ଟ ସିରିଜ ଖେଳିଥିବା ନ୍ୟୁଜିଲାଣ୍ଡ ସ୍କ୍ବାଡରୁ ଡ୍ରଗ ବ୍ରେସୱେଲ, ଜାକବ ଡଫି, ଡାରିଲ ମିଚେଲ, ରଚିନ ରବିନ୍ଦ୍ର ଓ ମିଚେଲ ସାଣ୍ଟନର ବାଦ୍ ପଡିଛନ୍ତି । ତେବେ ଆହତ ଯୋଗୁଁ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିପାରିନଥିବା କ୍ୟାପଟେନ କେନ ୱିଲିୟମସନ ଟିମକୁ ଫେରିଛନ୍ତି ।
ନ୍ୟୁଜିଲାଣ୍ଡ ସ୍କ୍ବାଡ: କେନ ୱିଲିୟମସନ(କ୍ୟାପଟେନ୍), ଟମ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନୱେ, କଲିନ ଦେ ଗ୍ରାଣ୍ଡହୋମ୍, ମାଟ ହେନରୀ, କେଲ ଜେମିଏସନ, ଟମ ଲାଥମ, ହେନରୀ ନିକୋଲାସ, ଏଜାଜ ପଟେଲ, ଟିମ ସାଉଦୀ, ରସ ଟେଲର, ନେଲ ୱାଗନର, ବିଜେ ୱାଟଲିଙ୍ଗ(ୱିକେଟ କିପର), ୱିଲ ୟଙ୍ଗ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ