ETV Bharat / sports

ଆମେ କେବଳ ପଦକ ପାଇଁ ଖେଳୁଛୁ: ହରମନପ୍ରିତ କୌର

ଅଧିନାୟିକା ହରମନପ୍ରିତ କୌର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଏହି ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ । ଏଥର ଆମେ କେବଳ ପଦକ ପାଇଁ ଖେଳୁଛୁ । ଯଦି ମୁଁ ନିଜ ବିଷୟରେ କହିବି ତାହେଲେ ଏହି ଭଳି ଟୁର୍ଣ୍ଣାମେଣ୍ଟ ଦେଖି ଦେଖି ମୁଁ ବଡ ହୋଇଛି । ଆଉ ଆମେ ଦଳ ତରଫରୁ ବହୁତ ଖୁସି ଅନୁଭବ କରୁଛୁ କି ଆମକୁ ମଧ୍ୟ ଏହି ଭଳି ଏକ ସୁଯୋଗ ମିଳୁଛି ।’ ଅଧିକ ପଢନ୍ତୁ

ଆମେ କେବଳ ପଦକ ପାଇଁ ଖେଳୁଛୁ : ହରମନପ୍ରିତ କୌର

author img

By

Published : Jul 24, 2022, 7:47 AM IST

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଅଧିନାୟିକା ହରମନପ୍ରିତ କୌର ଜୁଲାଇ 28 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସ ପାଇଁ ଉତ୍ସାହିତ ଥିବା କହିଛନ୍ତି । ଅଧିନାୟିକା ହରମନପ୍ରିତ କୌର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ‘ଏହି ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ । ଏଥର ଆମେ କେବଳ ପଦକ ପାଇଁ ଖେଳୁଛୁ । ଯଦି ମୁଁ ନିଜ ବିଷୟରେ କହିବି ତାହେଲେ ଏହି ଭଳି ଟୁର୍ଣ୍ଣାମେଣ୍ଟ ଦେଖି ଦେଖି ମୁଁ ବଡ ହୋଇଛି । ଆଉ ଆମେ ଦଳ ତରଫରୁ ବହୁତ ଖୁସି ଅନୁଭବ କରୁଛୁ କି ଆମକୁ ମଧ୍ୟ ଏହି ଭଳି ଏକ ସୁଯୋଗ ମିଳୁଛି । ଆମେ ମଧ୍ୟ ଏହି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତାର ଭାଗିଦାର ହେବୁ । ମୋତେ ଲାଗୁଛି ଯଦି ଆମକୁ ଏହି ଭଳି ସୁଯୋଗ ବାରମ୍ବାର ମିଳିବ ତାହେଲେ ଆମର ଦଳ ଭବିଷ୍ୟତରେ ଭଲ ପ୍ରଦର୍ଶନ ଜାରି ରଖିବ ।’

ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରତିଯୋଗିତାରେ କେବଳ କ୍ରିକେଟ ବିଷୟରେ ଚର୍ଚ୍ଚା ହେବ ନାହିଁ । ଆମେ ଅନ୍ୟ ଆଥଲେଟିକ୍ସ ଗୁଡିକ ମଧ୍ୟ ଚିୟର କରିବାକୁ ଚାହୁଁଛୁ । ଆମେ ଭାରତୀୟ ଦଳର ପ୍ରତ୍ୟେକ ପଦକର ଉତ୍ସବ ମନାଇବାକୁ ଚାହୁଁଛୁ । ଏହି ଅନୁଭବ ଆମ ପାଇଁ ସମ୍ପୂର୍ଣ୍ଣ ଅଲଗା । ଯାହାକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ ।

ଆସନ୍ତା 28ରୁ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସ ମ୍ୟାଚରେ ବିସିସିଆଇ 15 ଜଣ କ୍ରିକେଟରଙ୍କ ନାମ ଘୋଷଣା କରିଥିଲା । ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ । ଯାହା ଜୁଲାଇ 29 ତାରିଖରେ ଖେଳାଯିବ । ପରେ ଜୁଲାଇ 31 ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.