ETV Bharat / sports

ଷ୍ଟିଙ୍ଗ୍‌ ଅପରେସନରେ ଚେତନ ଶର୍ମାଙ୍କ ବିବାଦୀୟ ବୟାନ, BCCI ଉପରେ ଉଠୁଛି ପ୍ରଶ୍ନ - ରୋହିତ ଶର୍ମା

ଖୋଲୁଛି ବିସିସିଆଇ ଗୁମର । ଖୋଦ୍ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ସବୁ ରାଜ୍ ଖୋଲୁଛନ୍ତି । ଅଧିକ ପଢନ୍ତୁ...

Chetan Sharma
Chetan Sharma
author img

By

Published : Feb 15, 2023, 10:38 AM IST

Updated : Feb 15, 2023, 1:07 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚା ଆଉ ବିବାଦରେ ଭାରତୀୟ କ୍ରିକେଟରଙ୍କ ସହ କ୍ରିକେଟ ବୋର୍ଡ । ମୁଖ୍ୟ ଚୟନକର୍ତ୍ତା ଚେତନ୍ ଶର୍ମାଙ୍କ ବିସ୍ଫୋରକ ବୟାନ୍ ଖୋଲୁଛି BCCI ଗୁମର । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରା ଯାଇଥିବା ଷ୍ଟିଙ୍ଗ୍ ଅପରେସନ୍‌ରେ କ୍ରିକେଟ୍ ବୋର୍ଡର ରାଜ୍ ଖୋଲିଛନ୍ତି ଚେତନ୍ । ନାମି ଦାମୀ ଷ୍ଟାର୍ ଖେଳାଳିମାନେ ଫିଟ୍ ରହିବାକୁ ଇଞ୍ଜେକ୍ସନ୍ ନେବା ସହ ଏବେ ମଧ୍ୟ ବିରାଟ କୋହଲି ସବୁ ନିଷ୍ପତ୍ତି ନେଉଥିବା କହିଛନ୍ତି ଚେତନ୍ ।

କେବଳ ଏତିକି ନୁହେଁ, ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ୍ ଦେଇ ବୋର୍ଡ ଅଫ୍ କର୍ଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)ର ରାଜ୍ ଖୋଲି ଦେଇଛନ୍ତି । ସେ କହିଛନ୍ତି ଯେ, "ଭାରତୀୟ କ୍ରିକେଟ ଖେଳାଳିମାନେ ଆହତ ଥିବା ସତ୍ତ୍ବେ ଟିମ୍ ଚୟନ ସମୟରେ ଫିଟ୍ ଥିବା ଦର୍ଶାଇବା ପାଇଁ ଇଞ୍ଜେକ୍ସନ ନେଇଥାନ୍ତି । ଷ୍ଟାର୍ ଖେଳାଳିମାନେ ମଧ୍ୟ ଏପରି କରିବାକୁ ପଛାନ୍ତିନି । ସମସ୍ତଙ୍କର ବ୍ୟକ୍ତିଗତ ଡାକ୍ତର ଅଛନ୍ତି, ଆହତ ଥିବା ସମୟରେ ସେମାନଙ୍କ ଡାକ୍ତର ଇଞ୍ଜେକ୍ସନ୍ ଦେଇଥାନ୍ତି ବୋଲି ଚେତନ୍ କହିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଖେଳାଳି ଚୟନ ପୂର୍ବରୁ 80ରୁ 85 ପ୍ରତିଶତ ଖେଳାଳି ଶାରୀରିକ ଭାବେ ଅନ୍‌ଫିଟ୍‌ ଥିଲେ ମଧ୍ୟ ସେହି ଖେଳାଳିମାନଙ୍କୁ ଚୂଡାନ୍ତ ଟିମ୍‌ରେ ସାମିଲ୍ କରିବାକୁ ଅନୁରୋଧ ଆସିଥାଏ । ବିଶେଷ କରି ଷ୍ଟାର୍‌ ଖେଳାଳିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀ ସେମାନଙ୍କୁ ଚୟନ କରିଥାଏ ।"

ଏତିକିରେ ବିସିସିଆଇର ଗୁମର ସରି ଯାଇନି । ବିରାଟ କୋହଲି ଅଧିନାୟକ ପଦ ଛାଡିବା, ରୋହିତ ଶର୍ମା ଅଧିନାୟକ ହେବା ଏବଂ ବିରାଟ-ରୋହିତଙ୍କ ସମ୍ପର୍କ ଭିତରେ ଥିବା ରାଜ୍‌ର ମଧ୍ୟ ପର୍ଦ୍ଦାଫାସ୍ କରିଛନ୍ତି ଚେତନ୍ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଅଛି । ମାତ୍ର ଦୁହେଁ ଦୁହିଁଙ୍କୁ ଈର୍ଷା କରନ୍ତି, ଉଭୟଙ୍କ ମନରେ ଅହଂଭାବ ରହିଛି ବୋଲି କହିବା ସହ ଏବେ ମଧ୍ୟ ବିରାଟ ଦଳର ସବୁ ନିଷ୍ପତ୍ତି ନେଉଥିବା କହିଛନ୍ତି ଚେତନ୍ । କେବଳ ଏତିକି ନୁହେଁ 2021ରେ ଟି-ଟ୍ବେଣ୍ଟି ବିଶ୍ବକପ୍ ପରେ କୋହଲି ଦଳର ନେତୃତ୍ବ ପଦ ଛାଡିବାକୁ ଚାହିଁଥିଲେ ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "କୋହଲି ଅଧିନାୟକ ପଦ ଛାଡନ୍ତୁ ବୋଲି ସୌରଭ ଗାଙ୍ଗୁଲି ଚାହୁଁନଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାରୁ ତାଙ୍କୁ ଦିନିକିଆ ଦଳର ନେତୃତ୍ବ ପଦରୁ ହଟାଯିବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କୋହଲି ଭାବୁଥିଲେ ।" ଏହି କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗୁଲିଙ୍କ ମାନହାନି କରିବାକୁ କୋହଲି ଚାହୁଁଥିଲେ ବୋଲି ଚେତନ୍ କହିଛନ୍ତି । ଚେତନଙ୍କ କହିବା ଅନୁସାରେ, ଟି-ଟ୍ବେଣ୍ଟି କ୍ୟାପ୍ଟେନ ପଦ ଛାଡିବା ନେଇ କୋହଲି ନିଷ୍ପତ୍ତି ନେବା ପରେ ଗାଙ୍ଗୁଲି ତାଙ୍କୁ ଏ ଉପରେ ପୁନର୍ବିଚାର କରିବାକୁ କହିଥିଲେ । ମାତ୍ର କୋହଲି ଏଥିରେ ତିଳେ ମାତ୍ର ଭୃକ୍ଷେପ ନକରିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ଏହା ସତ୍ତ୍ବେ ଦିନିକିଆ ଓ ଟି-ଟ୍ବେଣ୍ଟିରେ ଜଣେ ଅଧିନାୟକଙ୍କୁ ରଖିବା ପାଇଁ କମିଟି ଚାହୁଁଥିଲା । ମାତ୍ର କୋହଲି ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଏସବୁ ସତ୍ତ୍ବେ ବର୍ତ୍ତମାନ କୋହଲି କୌଣସି ଦଳର ନେତୃତ୍ବ ନେଉନଥିଲେ ମଧ୍ୟ ଅଧିନାକଙ୍କ ଭଳି ସବୁ ନିଷ୍ପତ୍ତି ନେଉଛନ୍ତି । ଏବେ ବି ଦଳରେ ତାଙ୍କ କଥା ଚାଲୁଛି ବୋଲି ଚେତନ୍ କହିଛନ୍ତି । ଏହା ସାଙ୍ଗକୁ ନିଜର ଗୁମର ମଧ୍ୟ ଖୋଲିଛନ୍ତି ଚେତନ୍ ।

ସେ କହିଛନ୍ତି ଯେ, ଘରେ ରହି ଯେଉଁ କଥା ଆଲୋଚନା କରିହେବ, ସେକଥା ଅଫିସ୍‌ରେ କରିହେବନି । ହାର୍ଦ୍ଦିକ୍ ପାଣ୍ଡ୍ୟା ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନକୁ ଭେଟିବାକୁ ଆସୁଥିବା କହିଛନ୍ତି । ପାଣ୍ଡ୍ୟାଙ୍କ ଉପସ୍ଥିତିରେ ସେ ରୋହିତ ଶର୍ମାଙ୍କ ସହ ଘଣ୍ଟାଘଣ୍ଟା ଫୋନରେ କଥା ହୋଇଥିବା ସ୍ୱୀକାର କରିଛନ୍ତି । ଏପରିକି ଟି-20 ଫର୍ମାଟରେ ଯୁବ ଖେଳାଳିଙ୍କୁ ସାମିଲ୍ କରାଯିବା ପଛରେ ତାଙ୍କ ହାତ ଥିବା କହିଛନ୍ତି । ଈଶାନ କିଶାନ, ସୂର୍ଯ୍ୟ କୁମାର ଯାଦବ, ଶୁଭମନ୍‌ ଗିଲ୍ ଆଦି ଖେଳାଳିଙ୍କୁ ସେ ହିଁ ଦଳରେ ସ୍ଥାନ ଦେଇଥିବା ସ୍ବୀକାର କରିଛନ୍ତି । ଏପରିକି ଶୁଭମନ୍‌ ଗିଲ୍‌ଙ୍କୁ ଟି-20 ଦଳରେ ସାମିଲ୍ କରାଇବା ପାଇଁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡିଥିଲା ବୋଲି ସେ କହିଛନ୍ତି ।

କହି ରଖୁଛୁ ଯେ, ନିକଟରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର୍ ଗାଭାସ୍କର ଟ୍ରଫିର ସ୍ପିନର୍ ରବିନ୍ଦ୍ର ଜାଡେଜା ହାତରେ ଆଘାତ ପାଇଥିଲେ । ଏହି ସମୟରେ ସେ ନିଜ ସ୍ପିନିଂ ଆଙ୍ଗୁଠିରେ ଏକ ଅଏଣ୍ଟମେଣ୍ଟ ଲଗାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ICC ଜାଡେଜାଙ୍କ 25 ପ୍ରତିଶତ ମ୍ୟାଚ୍‌ ଫି' କାଟିଥିଲା । ତେବେ ଏସବୁ ଖବର ମଧ୍ୟରେ ଚେତନ୍ ଶର୍ମାଙ୍କ ବିସ୍ଫୋରକ ବୟାନ୍ କୋଟିକୋଟି କ୍ରିକେଟ ପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି । ବାସ୍ତବରେ BCCI କେତେ ସ୍ବଚ୍ଛ, ଖେଳାଳିମାନେ କେତେ ଦାୟିତ୍ବ ସମ୍ପନ୍ନ ଏବଂ ସଚ୍ଚୋଟ ତା' ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ମଧ୍ୟରେ BCCIର ଆଭିମୁଖ୍ୟ କଣ ରହିବ ତାହାରି ଉପରେ ସଭିଁଙ୍କ ନଜର ରହିବ ।

Last Updated : Feb 15, 2023, 1:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.