ETV Bharat / sports

ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ - ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି

ଅଲମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

chances of cricket returning to olympics increase ioc los angeles to consider inclusion in 2028
ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ
author img

By

Published : Aug 4, 2022, 7:17 PM IST

Updated : Aug 4, 2022, 7:49 PM IST

ଲାଉସେନ୍‌: ଅଲମ୍ପିକ୍ସ ଗେମ୍ସକୁ କ୍ରିକେଟ'ର ବହୁ ପ୍ରତିକ୍ଷୀତ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି(IOC) USAର ଲସ ଆଞ୍ଜେଲସରେ ହେବାକୁ ଥିବା ୨୦୨୮ ସଂସ୍କରଣର ଅଲମ୍ପିକ୍ସ ଗେମ୍ସ ପାଇଁ କ୍ରିକେଟ ସହିତ ୯ଟି ଭିନ୍ନ ଖେଳ ସାମିଲ କରିବାକୁ ନିକଟରେ ସମୀକ୍ଷା କରିଛି । ଅଲମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ ।

chances of cricket returning to olympics increase ioc los angeles to consider inclusion in 2028
ଅନ୍ତର୍ଜାତୀୟ ଅଲମ୍ପିକ କମିଟି

ପ୍ରମୁଖ କ୍ରିକେଟ ୱେବସାଇଟ୍‌ ESPNcricinfoର ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟ କାଉନସିଲକୁ(ICC) ଲସ ଆଞ୍ଜେଲସ ଗେମ୍ସ ଅଲମ୍ପିକ୍ସ ଆୟୋଜକ କମିଟି ଓ ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ନିଜର ପ୍ରସ୍ତୁତି ନେଇ ପକ୍ଷ ରଖିବାକୁ ନିମନ୍ତ୍ରଣ କରିଛି । ଏହାର ଦିନକ ପରେ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ସମ୍ଭାବନା ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ଏନେଇ ଏଯାବତ ଚୁଡାନ୍ତ ନିଷ୍ପତି ନିଆଯାଇନାହିଁ । ମାତ୍ର ୨୦୨୩ରେ ମୁମ୍ବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ଅଲମ୍ପିକ କମିଟିର(IOC) ଅଧିବେଶନ ପୂର୍ବରୁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।

କ୍ରିକେଟ ବ୍ୟତୀତ ବିଶ୍ବ କ୍ରୀଡାର ମହାକୁମ୍ଭ ସମ୍ମାନଜନକ ଅଲମ୍ପିକ୍ସ ପ୍ରତିଯୋଗିତା ସାମିଲ ପାଇଁ ସମୀକ୍ଷା କରାଯାଇଥିବା ଖେଳ ଗୁଡିକ ମଧ୍ୟରେ ବେସ୍‌ବଲ/ସପ୍ଟବଲ୍‌, ଫ୍ଲାଗ ଫୁଟବଲ୍‌, ଲାକ୍ରସ, ବ୍ରେକ ଡ୍ୟାନ୍ସିଂ, କରାଟେ, କିକ୍‌ବକ୍ସିଂ, ସ୍କ୍ବାସ ଓ ମୋଟରସ୍ପୋର୍ଟ ରହିଛି । IOC ପକ୍ଷରୁ ପୂର୍ବରୁ ଏହା କୁହାଯାଇଛି ଯେ, ୨୦୨୮ ସଂସ୍କରଣର ଅଲମ୍ପିକ୍ସରେ ମୋଟ ୨୮ଟି ସ୍ପୋର୍ଟ୍ସ ସାମିଲ ହେବ । ଏହାସହିତ ଯୁବପିଢିଙ୍କୁ ଫୋକସ ସହ ଭଲ ନୂଆଖେଳ ସାମିଲ ଉପରେ ମଧ୍ୟ ବିଚାର କରାଯିବ ।

ତେବେ ଆଇଓସି ଅନୁଯାୟୀ, ଏକ ସ୍ପୋର୍ଟ୍ସ ଅଲମ୍ପିକ୍ସରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହା ନିଶ୍ଚିତ ଭାବରେ କିଛି ମାନଦଣ୍ଡ ପୂରଣ କରିବ । ଏହା ମଧ୍ୟରେ ଜଟିଳତା ଓ ଆୟକୁ କମ କରିବା, ସୁରକ୍ଷା ଓ ସ୍ବାସ୍ଥ୍ୟ ସହିତ ସର୍ବଶ୍ରେଷ୍ଠ ଖେଳାଳିଙ୍କ ଉପଲବ୍ଧତାରେ ଖେଳକୁ ପ୍ରଥମ ସ୍ଥାନରେ ରଖିବା, ବୈଶିକ ଅପିଲ୍‌, ଆୟୋଜକ ଦେଶର ହିତ, ଲୈଙ୍ଗିକ ସମାନତା, ଯୁବା ପ୍ରାସଙ୍ଗିକତା ଓ ଦୀର୍ଘକାଳୀନ ସ୍ଥିରତା ସାମିଲ ରହିଛି ।

ବର୍ତ୍ତମାନ ରାଜ୍ୟଗୋଷ୍ଠ୍ରୀ କ୍ରୀଡାରେ(Commonwealth Games) କ୍ରିକେଟକୁ ସାମିଲ କରାଯାଇଛି । ତେବେ କେବଳ ମହିଳା କ୍ରିକେଟର୍ସ ଏଥିରେ ଅଂଶଗ୍ରହଣ କରିଛନ୍ତି । ମୋଟ ୮ଟି ଟିମ ମଧ୍ୟରେ ଟି୨୦ ଫର୍ମାଟରେ ପ୍ରତିଯୋଗିତା ଖେଳାଯାଉଛି । ମାତ୍ର ଅଲମ୍ପିକ୍ସରେ ସାମିଲ ହେବାକୁ ହେଲେ ଉଭୟ ମହିଳା ପୁରୁଷ ଖେଳାଳି ଅଂଶଗ୍ରହଣ କରୁଥିବା ଆବଶ୍ୟକ ।

ICC CEO ଜର୍ଫ ଆଲାର୍ଡିସ କହିଛନ୍ତି, "ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ ସ୍ବତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାରୁ ଖୁସି । ରାଜ୍ୟଗୋଷ୍ଠୀ କ୍ରୀଡାରେ ବହୁସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ବିଶ୍ବର ଶ୍ରେଷ୍ଠ ଖେଳାଳି କ୍ରିକେଟକୁ ଉପଭୋଗ କରୁଛନ୍ତି । ଟିଭି ପରଦାରେ ମଧ୍ୟ ଅନେକ ଦେଖୁଥିବେ ବୋଲି ଆଶା ।"

Last Updated : Aug 4, 2022, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.