ଦୁବାଇ: ସୁପରଫ୍ୟାନ୍ 'ଚାଚା ଚିକାଗୋ' ନାମରେ ଲୋକପ୍ରିୟ ମହମ୍ମଦ ବାସିର ଭାରତ ଓ ପାକିସ୍ତାନକୁ ଟି-୨୦ ବିଶ୍ବକପ ମ୍ୟାଚ୍ରେ ଚିୟର କରିବାକୁ ପ୍ରସ୍ତୁତ । ମହେନ୍ଦ୍ର ସିଂହ ଧୋନିଙ୍କ ଫଟୋ ଥିବା ଭାରତ ଓ ପାକିସ୍ତାନର ଜର୍ସି ପିନ୍ଧି ନିଆରା ଅନ୍ଦାଜରେ ଚିୟର କରିବେ ବାସିର । ଟି-୨୦ ବିଶ୍ବକପ ୨୦୨୧ରେ ରବିବାର ଭାରତଓ ପାକିସ୍ତାନ ପ୍ରଥମ ମୁକାବିଲା ଖେଳିବାକୁ ଯାଉଛନ୍ତି ।
ଏହି ହାଇଭୋଲଟେଜ୍ ଲଢେଇ ପୂର୍ବରୁ ସୋସିଆଲ ମିଡିଆରେ ଚାଚା ଚିକାଗୋଙ୍କ ଭାରତ ଓ ପାକିସ୍ତାନ ଜର୍ସିରେ ଧୋନିଙ୍କ ଚିତ୍ର ଥିବା ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ଏକ ମାସ୍କ ମଧ୍ୟ ଡିଜାଇନ କରିଛନ୍ତି , ଯେଉଥିରେ ଲେଖିଛନ୍ତି 'ୱେଲକମ୍ ବ୍ୟାକ୍ ଧୋନି' ।
କ୍ରିକେଟ ଫ୍ୟାନ୍ 'ଚାଚା' ଧୋନିଙ୍କ ଜଣେ ବଡ ଫ୍ୟାନ । ସେଥିପାଇଁ ପୂର୍ବତନ ଭାରତୀୟ କ୍ୟାପଟେନ୍ ଅତୀତରେ ଅନେକ ବାର ତାଙ୍କର ବିଶ୍ବସ୍ତ ପ୍ରଶଂସକଙ୍କ ପାଇଁ ମ୍ୟାଚ୍ ଟିକେଟର ବ୍ୟବସ୍ଥା କରିଥାନ୍ତି ।
ଅନ୍ତର୍ଜାତୀୟ କ୍ରିକେଟରୁ ଅଗଷ୍ଟ ୧୫, ୨୦୨୦ରେ ଅବସର ଘୋଷଣା କରିବା ପରେ ଧୋନି ମେଣ୍ଟର ଭାବରେ ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ସହ ସାମିଲ ହୋଇଛନ୍ତି । ପାକିସ୍ତାନକୁ ହରାଇ ଧୋନିଙ୍କ ନେତୃତ୍ବରେ ବର୍ଷ ୨୦୦୭ ସଂସ୍କରଣର ଟି-୨୦ ବିଶ୍ବକପ ଜିତିଥିଲା ଭାରତ ।
ଏହାପୂର୍ବରୁ ଉଭୟ ଭାରତ ଓ ପାକିସ୍ତାନ ୫ଥର ଟି-୨୦ ବିଶ୍ବକପରେ ସାମ୍ନାସାମ୍ନି ହୋଇଛନ୍ତି ଓ ଭାରତ ସବୁ ମ୍ୟାଚ୍ରେ ବିଜୟୀ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ