ହାଇଦ୍ରାବାଦ: ଇଂଲଣ୍ଡ ପୁରୁଷ ଟେଷ୍ଟ କ୍ରିକେଟ ଟିମ୍ ମୁଖ୍ୟ କୋଚ୍ ଭାବେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମଙ୍କୁ ନିଯୁକ୍ତି । ଏନେଇ ଇଂଲଣ୍ଡ ଏବଂ କ୍ରିକେଟ ୱାଲେସ କ୍ରିକେଟ ବୋର୍ଡ(ECB) ସୂଚନା ଦେଇଛି । ଆସନ୍ତା ମାସରୁ ମୁଖ୍ୟ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ ମ୍ୟାକୁଲମ ।
ତେବେ ଜୁନ 2 ତାରିଖରୁ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ 3 ଟିକିଆ ଟେଷ୍ଟ ସିରିଜ ଖେଳାଯିବ । ଏଥିରେ ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପ୍ଟେନ ଇଂଲଣ୍ଡର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ । ଇଂଲଣ୍ଡ କ୍ରିକେଟ ୱୋର୍ଡର ଚୟନକର୍ତ୍ତାର ମୁଖ୍ୟ ଅଗ୍ଜିକ୍ୟୁଟିଭ ଅଫିସର ଟୋମ ହାରିସୋନ, ପୁରୁଷ କ୍ରିକେଟ୍ ରବ୍ ପରିଚାଳନା ନିର୍ଦ୍ଦେଶକ, ଷ୍ଟ୍ରାଟେଜିକ୍ ପରାମର୍ଶଦାତା ଆଣ୍ଡ୍ରିୟୁ ଷ୍ଟ୍ରସ୍ ଏବଂ ପ୍ରଦର୍ଶନ ନିର୍ଦ୍ଦେଶକ ମୋ ବୋବାଟଙ୍କ ସର୍ବସମ୍ମତି କ୍ରମେ ମ୍ୟାକୁଲମଙ୍କୁ ନିଯୁକ୍ତି ମିଳିଛି ।
-
Say hello to our new boss! 👋@Bazmccullum | #EnglandCricket pic.twitter.com/T6CiX5OgE5
— England Cricket (@englandcricket) May 12, 2022 " class="align-text-top noRightClick twitterSection" data="
">Say hello to our new boss! 👋@Bazmccullum | #EnglandCricket pic.twitter.com/T6CiX5OgE5
— England Cricket (@englandcricket) May 12, 2022Say hello to our new boss! 👋@Bazmccullum | #EnglandCricket pic.twitter.com/T6CiX5OgE5
— England Cricket (@englandcricket) May 12, 2022
ତେବେ ସାକ୍ଷାତକାରରେ ମ୍ୟାକୁଲମ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଚୟନକର୍ତ୍ତାଙ୍କ ପକ୍ଷରୁ ପ୍ରକାଶ ପାଇଛି । ତେବେ ମ୍ୟାକୁଲମ ବର୍ତ୍ତମାନ 2022 IPL କୋଲକାତା ନାଇଟ ରାଇଡର୍ସ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟରତ ଅଛନ୍ତି । ଏହାପୂର୍ବରୁ ସେ କାରିବିଆନ ପ୍ରିମିୟର ଲିଗ 2022ର ଟ୍ରିନବାଗୋ ନାଇଟ ରାଇଡର୍ସ କୋଚ ଥିଲେ ।
ତେବେ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ଏହି ନିଯୁକ୍ତି ଦେବା ପରେ ମ୍ୟାକୁଲମ ଖୁସିବ୍ୟକ୍ତ କରିବା ସହ ଟିମକୁ ଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ବର୍ତ୍ତମାନ ଦଳ ସମ୍ମୁଖୀନ କରୁଥିବା ଗୁରୁତ୍ବପୂର୍ଣ୍ଣ ଆହ୍ବାନଗୁଡିକ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ଅଛି । ଆଗକୁ ଏସବୁର ସମାଧାନ ଦିଗରେ କାର୍ଯ୍ୟ କରିବି । ବେନ୍ ଷ୍ଟୋକ୍ସଙ୍କ ସହ ସାଥ୍ ଦେଇ ଦଳକୁ ମଜଭୂତ କରିବାକୁ ଚେଷ୍ଟା କରିବି ।'