ETV Bharat / sports

IND v AUS 3rd Test: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି - ବର୍ଡର ଗଭାସ୍କର ଟ୍ରଫି ତୃତୀୟ ଟେଷ୍ଟ

ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

border gavaskar trophy third test
IND v AUS 3rd Test
author img

By

Published : Mar 1, 2023, 10:14 AM IST

Updated : Mar 1, 2023, 10:35 AM IST

ଭୋପାଳ: ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆରମ୍ଭ ହୋଇଛି ମୁକାବିଲା । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଯାହା ଅନୁମାନ କରାଯାଉଥିଲା ସତ ହୋଇଛି । ଭାରତୀୟ ଏକାଦଶରେ ପରିବର୍ତ୍ତନ ହୋଇଛି । ଓପନିଂ ଚିନ୍ତା ଦୂର କରିବା ପାଇଁ କେଏଲ ରାହୁଲ ଓ ଶୁଭମନ ଗିଲ ଜଣଙ୍କୁ ଏକାଦଶରେ ସାମିଲ କରାଯିବାର ଥିଲା । କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଏକାଦଶରେ ସାମିଲ କରାଯାଇଛି । ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି ।

ମ୍ୟାଚ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଂ କରିଥିଲେ । ଗିଲ ଭଲ ଆରମ୍ଭ କରିଥିଲେ । ଦଳୀୟ ସ୍କୋର ମାତ୍ର 27ରେ ରୋହିତ ଶର୍ମା 12 ରନ କରି ମାଥ୍ୟୁ କୁନେମାନଙ୍କ ଶିକାର ହୋଇ ସଅଳ ପାଭିଲିୟନ ଫେରିଛନ୍ତି । ପରେ ପରେ ଶୁଭମନ ଗିଲ 21 ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଜେଡା ଓ ଚେତେଶ୍ବର ପୂଜାରା ମଧ୍ୟ ଆଉଟ ହୋଇଛନ୍ତି । ଦଳୀୟ ସ୍କୋର 44ରେ ଭାରତର 4ଟି ୱିକେଟ ପତନ ହୋଇଛି । ମାଥ୍ୟୁ କୁନେମାନ 3ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ...Womens T20 World Cup: ମେଗ ଲାନିଙ୍ଗଙ୍କ ରେକର୍ଡ, ଜିତିଲେ 5 ଆଇସିସି ଟ୍ରଫି

ସ୍ମିଥଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଛି କଙ୍ଗାରୁ ଦଳ । ଦଳରେ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିଛି । କାମରେନ ଗ୍ରୀନ ଓ ମିଚେଲ ଷ୍ଟାର୍କ ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ସ୍ମିଥଙ୍କ ନେତୃତ୍ବରେ ଦଳ କମବ୍ୟାକ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି । ହୋଲକର ଷ୍ଟାଡିୟମ ସ୍ପିନରଙ୍କୁ ସୁହାଇବ ତେଣୁ ଅଷ୍ଟ୍ରେଲିଆ ଏହାର ଫାଇଦା ନେଇପାରେ । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଅନୁମାନ କରାଯାଉଥିଲା । ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ପ୍ରକାଶଥାଉ କି, ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ମୋଟ 4ଟି ଟେଷ୍ଟରୁ ଭାରତ ଦୁଇଟି ଜିତି 2-0ରେ ଆଗୁଆ ରହିଛି । କାନପୁର ଓ ଦିଲ୍ଲୀ ଟେଷ୍ଟରେ ଭାରତର କଙ୍ଗାର ଦଳକୁ ଧୂଳି ଚଟାଇଥିଲା । ତୃତୀୟ ଟେଷ୍ଟ ଜିତି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଶୀର୍ଷରେ ରହିବାକୁ ଦଳ ଲକ୍ଷ୍ୟ ରଖିଛି ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, କେଏସ ଭାରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, ଉମେଶ ଯାଦବ, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଟ୍ରାଭିସ ହେଡ, ଉସମାନ ଖୱାଜା, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ପିଟର ହ୍ୟାଣ୍ଡସକମ, କାମରେନ ଗ୍ରୀନ, ଆଲେକ୍ସ କ୍ୟାରୀ, ମିଚେଲ ଷ୍ଟାର୍କ, ଟଡ ମର୍ଫି, ନାଥାନ ଲାୟନ, ମାଥ୍ୟୁ କୁନେମାନ ।

Last Updated : Mar 1, 2023, 10:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.