ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ମଙ୍ଗ ଧରିବେ ଷ୍ଟିଭ ସ୍ମିଥ । ଦ୍ବିତୀୟ ଟେଷ୍ଟ ମ୍ୟାଚ ସମୟରେ କମିନ୍ସଙ୍କ ପରିବାରର ଜଣେ କେହି ଅସୁସ୍ଥ ଥିବାରୁ ସେ ଦିଲ୍ଲୀରୁ ସିଡନୀ ଅଭିମୁଖେ ଯାତ୍ରା କରିଥିଲେ । ତୃତୀୟ ଟେଷ୍ଟ ପୂର୍ବରୁ ସେ ଦଳରେ ଯୋଗ ଦେବା ଅନୁମାନ କରାଯାଉଥିଲା । ମାତ୍ର ସେ ପରିବାର ପାଖରେ ରହିବା ନେଇ ତୃତୀୟ ଟେଷ୍ଟ ମ୍ୟାଚ ସୁଦ୍ଧା ଭାରତ ଆସି ପାରିବେ ନାହିଁ ତେଣୁ ତୃତୀୟ ଟେଷ୍ଟ ପାଇଁ ଷ୍ଟିଭ ସ୍ମିଥ ଦଳର ନେତୃତ୍ବ ନେବେ । ତେବେ ବାକି ଥିବା ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ସ୍ମିଥ୍ ହିଁ ଭ୍ରମଣକରୀ ଟିମ୍ ଅଷ୍ଟ୍ରେଲିଆର କ୍ୟାପଟେନ୍ ଭାବେ ଚୟନ ହୋଇଛନ୍ତି ।
କମିନ୍ସ କହିଛନ୍ତି, ଏହି ସମୟରେ ଭାରତ ଫେରିବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ ଭାବୁଛି ମୋ ପରିବାର ସହ ସମୟ ବିତାଇବା ଭଲ ହେବ । କ୍ରିକେଟ ଅଷ୍ଟ୍ରେଲିଆ ଓ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ଧନ୍ୟବାଦ ।'' କମିନ୍ସଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆର ନେତୃତ୍ବ ନେବେ ଷ୍ଟିଭ ସ୍ମିଥ । ବଲ ଟାମ୍ପରିଂ ମାମଲାରେ ଷ୍ଟିଭ ସ୍ମିଥ ଅଧିନାୟକ ପଦ ହରାଇଥିଲେ । ଘଟଣାକୁ ଅନେକ ବର୍ଷ ବିତିବା ପରେ ଅଷ୍ଟ୍ରେଲିଆ କ୍ରିକେଟ ତାଙ୍କ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛି । ତେଣୁ ସେ ଭାରତ ବିପକ୍ଷ ତୃତୀୟ ଟେଷ୍ଟର କମାଣ ଧରିବେ । ସ୍ମିଥଙ୍କ ନେତୃତ୍ବରେ 2017ରେ ଅଷ୍ଟ୍ରେଲିଆ ଭାରତରେ ଟେଷ୍ଟ ସିରିଜ ଖେଳିଥିଲା ଯାହାକୁ ଭାରତ 2-1ରେ ଜିତିଥିଲା ।
ଏହା ବି ପଢନ୍ତୁ...BGT: ସିରିଜ ଅଧାରୁ ଆଉଟ ୱାର୍ଣ୍ଣର, ସ୍ବଦେଶ ଫେରିଲେ ଅଗର
ଅନ୍ୟପଟେ ଆହତ ସମସ୍ୟା ପାଇଁ ଦଳର ଷ୍ଟାର ବ୍ୟାଟର ଡେଭିଡ ୱାର୍ଣ୍ଣର ବାଦ ପଡିଛନ୍ତି । ସେହିପରି ସ୍ପିନ ବୋଲର ତଥା ଅଲରାଉଣ୍ଡର ଆଷ୍ଟନ ଅଗର ସ୍ବଦେଶ ଫେରିଛନ୍ତି । ପ୍ରକାଶ ଥାଉ କି, ଫେବୃଆରୀ 9 ତାରିଖରୁ ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତି ଭାରତ 2-0ରେ ଆଗୁଆ ରହିଛି । ମାର୍ଚ୍ଚ 1ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପୂର୍ବରୁ କଙ୍ଗାରୁ ଦଳ କ୍ୟାପଟେନ ପାଟ କାମିନ୍ସ ପରିବରରେ କେହି ଜଣେ ଅସୁସ୍ଥ ଥିବାରୁ ସ୍ବଦେଶ ଫେରିଥିଲେ । ତୃତୀୟ ଟେଷ୍ଟ ପୂର୍ବରୁ ସେ ଦଳକୁ ଫେରିବା ଆଶା କରାଯାଉଥଲା ମାତ୍ର ତାହା ସମ୍ଭବ ହୋଇନାହିଁ ।