ETV Bharat / sports

INDvsAUS 4th Test: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ଦିନ ଖେଳ ଦେଖିବେ ମୋଦି

ଅହମ୍ମଦାବାଦରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

author img

By

Published : Mar 8, 2023, 3:00 PM IST

India vs Australia fourth test
IND vs AUS 4th Test

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ମାର୍ଚ୍ଚ 9 ତାରିଖରେ ଅର୍ଥାତ ଆସନ୍ତାକାଲି (ଗୁରୁବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିର୍ଣ୍ଣାୟକ ମ୍ୟାଚ ଦେଖିବେ । ତାଙ୍କ ସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନସ ମଧ୍ୟ ବର୍ଡର ଗାଭାସ୍କର ଟ୍ରଫି ଶେଷ ଟେଷ୍ଟ ମ୍ୟାଚ ଦେଖିବେ । ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରିବେ । ଏହା ପରେ ପ୍ରଥମ ଦିନ ମ୍ୟାଚ ଦେଖିବା ପରେ ଦିଲ୍ଲୀ ଅଭିମୁଖେ ବାହାରିବେ ।

ଆଜିଠୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନସ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଭାରତ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହା ସହିତ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚ ମଧ୍ୟ ଦେଖିବେ ଆନ୍ଥୋନି ଆଲବେନସ । ଗତବର୍ଷ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କ ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଭାରତ ଗସ୍ତରେ ଆସିଛନ୍ତି ଆନ୍ଥୋନି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସମେତ ଅଷ୍ଟ୍ରେଲିଆ ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଡାନ ଫେରଲେ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଆଜି (ବୁଧବାର) ଅହମ୍ମଦାବାଦରେ ପହଞ୍ଚିବେ ଆନ୍ଥୋନି । ଆସନ୍ତାକାଲି (ଗୁରୁବାର) ମ୍ୟାଚ ଦେଖିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

ଚତୁର୍ଥ ଟେଷ୍ଟ ଆରମ୍ଭର ପ୍ରଥମ ଦିନ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଷ୍ଟାଡିୟମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କିଛି ଘଣ୍ଟା ମ୍ୟାଚ ଦେଖିବା ପରେ ସେମାନେ ଦିଲ୍ଲୀ ଅଭିମୁଖେ ବାହାରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅହମ୍ମଦାବାଦ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି। 3 ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହା ବି ପଢନ୍ତୁ...IND vs AUS 4th Test: ଫେରିବେନି ପ୍ୟାଟ୍‌ କମିନ୍ସ, କମାଣ ସମ୍ଭାଳିବେ ସ୍ମିଥ

ଭାରତୀୟ ଦଳ ଏହି 4 ଟେଷ୍ଟ ସିରିଜରେ 2-1ରେ ଆଗୁଆ ରହିଛି । କାନପୁର ଓ ଦିଲ୍ଲୀରେ ଖେଳାଯାଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ 9 ୱିକେଟରେ ପରାସ୍ତ ହୋଇଥିଲା । ଶେଷ ମୁକାବିଲାରେ ଜୋରଦାର ଲଢେଇ ହେବ ବୋଲି ଅନୁମାନ କରାଯାଉଛି । WTC ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଚତୁର୍ଥ ଟେଷ୍ଟ ଜିତିବାକୁ ହେବ । ଏହି ଟେଷ୍ଟ ଜିତିଲେ ଭାରତ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଅନସିପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.