ETV Bharat / sports

Border Gavaskar Trophy: ଏହି ଖେଳାଳିଙ୍କ ମଧ୍ୟରେ ହେବ କଡା ଟକ୍କର - ଭାରତ ବନାମ ଅଷ୍ଟ୍ରେଲିଆ

ବର୍ଡର ଗାଭାସ୍କର ଟ୍ରଫିରେ ବ୍ୟାଟିଂ ଏବଂ ବୋଲିଂର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିବ । ଏହି ଟେଷ୍ଟ ସିରିଜରେ ଭାରତୀୟ ବୋଲର ଅତିଥି ଦଳର ବ୍ୟାଟରମାନଙ୍କ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ । ଅଧିକ ପଢନ୍ତୁ

Border Gavaskar Trophy
Border Gavaskar Trophy
author img

By

Published : Feb 7, 2023, 8:02 PM IST

ହାଇଦ୍ରାବାଦ: ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ଏବେ ବର୍ଡର ଗାଭାସ୍କର ଟ୍ରଫି ଉପରେ । ଏନେଇ ନେଟ୍ସରେ ଫୁଲ ଦମ୍‌ରେ ଝାଳ ବୁହାଉଛନ୍ତି ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ । ଏହି ଟ୍ରଫିରେ ବ୍ୟାଟିଂ ଏବଂ ବୋଲିଂର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିବ । ବ୍ୟାଟର ଅଧିକରୁ ଅଧିକ ରନ୍ ସଂଗ୍ରହ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲେଇବେ । ସେହିପରି ବୋଲର ବିପକ୍ଷ ଦଳର ବ୍ୟାଟରଙ୍କୁ ଶୀଘ୍ର ପାଭଲିୟନ ପଠାଇବାର ଲକ୍ଷ୍ୟ ରଖିବେ । ଏହି ଟେଷ୍ଟ ସିରିଜରେ ଭାରତୀୟ ବୋଲର ଅତିଥି ଦଳର ବ୍ୟାଟରମାନଙ୍କ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ । ନଜର ପକାନ୍ତୁ କେଉଁ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ।

ଆର ଅଶ୍ବୀନ ଏବଂ ଷ୍ଟିଭ ସ୍ମିଥ - କେଉଁ ବ୍ୟାଟରଙ୍କ ସହିତ କେଉଁ ବୋଲରଙ୍କର କଡା ଟକ୍କର ହେବ ସେନେଇ ଏବେଠୁ କ୍ରିକେଟ ମହଲରେ ଚର୍ଚ୍ଚା ଲାଗିରହିଛି । ବର୍ଡର ଗାଭାସ୍କର ଟ୍ରଫିରେ ସବୁଠୁ ବଡ ମୁକାବିଲା ଟିମ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ଏବଂ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟର ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ହେବା ନେଇ କୁହାଯାଉଛି । ଏହି ଦୁଇ କ୍ରିକେଟ ପରସ୍ପରଙ୍କ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ରେକର୍ଡ ରହିଛି । ସ୍ପିନର ଅଶ୍ବୀନ ଷ୍ଟିଭ ସ୍ମିଥଙ୍କୁ ୬ ଥର ଆଉଟ କରିଛନ୍ତି । ସେପଟେ ସ୍ମିଥ ମଧ୍ୟ ଅଶ୍ବୀନଙ୍କ ବଲରେ ଦମଦାର ବ୍ୟାଟିଂ କରି ୬୮.୬୬ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।

କମିନ୍ସ ବନାମ ବିରାଟ କୋହଲି - ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କଙ୍ଗାରୁ ଟିମର ଅଧିନାୟକ କମିନ୍ସଙ୍କ ମଧ୍ୟରେ ଜୋରଦାର ମୁକାବିଲା ହେବା ନେଇ ମଧ୍ୟ ଆଶା କରାଯାଉଛି । ଉଭୟ ଉଭୟଙ୍କ ବିପକ୍ଷରେ ବହୁତ ଥର ଖେଳିଛନ୍ତି । ଯେଉଁଥିରେ ବିରାଟ କୋହଲି କମିନ୍ସଙ୍କ ବଲରେ ୫ଥର ଆଉଟ୍ ହୋଇଛନ୍ତି । ସେହିପରି ବିରାଟ କୋହଲି କମିନ୍ସଙ୍କ ବିପକ୍ଷରେ ୧୬.୪ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଏବେ ସମସ୍ତଙ୍କ ନଜର ରନ ମେସିନ ବିରାଟ କୋହଲି ଘରୋଇ ମାଟିରେ କିଭଳି ପ୍ରଦର୍ଶନ ଦେଖାଇବେ ।

ନାଥନ ଲିୟନ ବନାମ ଚେତେଶ୍ବର ପୂଜାରା - ସେପଟେ ଟିମ ଇଣ୍ଡିଆର ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ବର ପୂଜାରା ଏବଂ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନଙ୍କ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା କରାଯାଇଛି । ଉଭୟ କ୍ରିକେଟରଙ୍କ ମଧ୍ୟରେ ମୁକାବିଲା ବହୁତ ରୋମାଞ୍ଚ ହୋଇଥାଏ । ପରସ୍ପର ପରସ୍ପରକୁ ମୁକାବିଲାରେ ୨୮ ଥର ଭେଟିଛନ୍ତି । ଯେଉଁଥିରେ ପୂଜାରାଙ୍କୁ ନାଥନ ଲିୟନ ୧୦ ଥର ପାଭଲିୟନର ରାସ୍ତା ଦେଖାଇବାରେ ସଫଳ ହୋଇଥିଲେ । ସେହିପରି ପୂଜାରା ନାଥନ ଲିୟନଙ୍କ ବିପକ୍ଷରେ ୫୨.୧ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।

ଫେବୃଆରୀ ୯ ତାରିଖରୁ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.