ETV Bharat / sports

ଭୁବନେଶ୍ୱର କୁମାରଙ୍କ ଡେଥ୍ ଓଭର ବୋଲିଂ ଚିନ୍ତାଜନକ: ଗାଭାସ୍କର - ଡେଥ ଓଭର ବୋଲିଂ ଚିନ୍ତାର କାରଣ

ସୁନୀଲ ଗାଭାସ୍କର ( Sunil Gavaskar ) କହିଲେ ସିନିୟର ପେସ ବୋଲର ଭୁବନେଶ୍ବର କୁମାରଙ୍କର ( Bhuvneshwar kumar ) ଡେଥ ଓଭରରେ ଖରାପ ପ୍ରଦର୍ଶନ ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଅଧିକ ପଢନ୍ତୁ

ଭୁବନେଶ୍ବର କୁମାରଙ୍କ ଡେଥ ଓଭର ବୋଲିଂ ଚିନ୍ତାର କାରଣ : ଗାଭାସ୍କର

author img

By

Published : Sep 21, 2022, 8:08 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟରେ ପରାସ୍ତ କରିଛି । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ବୋଲିଂ ବିଭାଗର ଦୁର୍ବଳତାକୁ ନେଇ ଉଠିଛି ପ୍ରଶ୍ନ । ଏହି ମ୍ୟାଚରେ ଭରସାଯୋଗ୍ୟ ବୋଲର ଭୁବନେଶ୍ବର କୁମାର ୪ ଓଭରର ବୋଲିଂ କରି ୫୨ ରନ ବ୍ୟୟ କରିଥିଲେ । ତେବେ ତାଙ୍କର ଏଭଳି ବୋଲିଂ ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ସୁନୀଲ ଗାଭାସ୍କର ( Sunil Gavaskar ) କହିଛନ୍ତି ସିନିୟର ପେସ ବୋଲର ଭୁବନେଶ୍ବର କୁମାରଙ୍କର ( Bhuvneshwar kumar ) ଡେଥ ଓଭରରେ ଖରାପ ପ୍ରଦର୍ଶନ ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଡେଥ ଓଭରରେ ଏଭଳି ଖରାପ ପ୍ରଦର୍ଶନ ଜାରି ରହିଲେ ବିଶ୍ବକପ ପାଇଁ ଏହା ଘାତକ ସାଜିପାରେ । ନିକଟର ଖେଳାଯାଇଥିବା ମ୍ୟାଚରେ ଭାରତ ଡେଥ ଓଭରରେ ହିଁ ଜିତିବା ମ୍ୟାଚ ଗୁଡିକ ହାରି ଯାଇଛି । ଦଳର ସ୍ଥିତି ମଜବୁତ ରହିଥିଲେ ମଧ୍ୟ ଡେଥ ଓଭରର ବୋଲିଂରେ ହିଁ ମ୍ୟାଚ ଏପଟ ସେପଟ ହୋଇଛି । ବିଶେଷ କରି ଭୁବନେଶ୍ବର କୁମାର ଡେଥ ଓଭର ବୋଲିଂରେ ପ୍ରବଳ ରନ ବ୍ୟୟ କରିବା ନଜର ଆସିଛନ୍ତି ।

ଆହୁରି ମଧ୍ୟ ପଢନ୍ତୁ...ମହିଳା ଏସିଆ କପ୍, ଭାରତୀୟ ଟିମ୍ ଘୋଷଣା

ଗତକାଲି ଖେଳାଯାଇଥିବା ମ୍ୟାଚ ବାବଦରେ ଗାଭାସ୍କର କହିଛନ୍ତି, "ମୋତେ ଲାଗୁ ନ ଥିଲା କି ବହୁତ କାକର ଥିଲା । ଫିଲ୍ଡର ଏବଂ ବୋଲର ତାଙ୍କ ଆଙ୍ଗୁଳି ଶୁଖିଲା ରଖିବା ପାଇଁ ସେମାନେ ଟାୱେଲ ବ୍ୟବହାର କରୁଥିବାର ନଜର ଆସିନାହାଁନ୍ତି । ଏହା କୌଣସି ବାହାନା ନୁହେଁ । ସତ କଥା ହେଲା ଦଳର ବୋଲିଂ ପ୍ରଦର୍ଶନ ଠିକ ନଥିଲା । ବିଶେଷ କରି ଡେଥ ଓଭରରେ ଦୁର୍ବଳ ବୋଲିଂ ଏହା ଏକ ବଡ ଚିନ୍ତାର କାରଣ । ବୋଲିଂ ବିଭାଗରେ ଅଧିକ ଭରସାଯୋଗ୍ୟ ରହିଛନ୍ତି ସିନିୟର ପେସ ବୋଲର ଭୁବନେଶ୍ବର କୁମାର । ହେଲେ ଗତକାଲିର ମ୍ୟାଚରେ ଭୁବନେଶ୍ବର କୁମାର ଅଧିକ ରନ ବ୍ୟୟ କରିଛନ୍ତି । ସେ ଏସିଆ କପରେ ପାକିସ୍ତାନ, ଶ୍ରୀଲଙ୍କା ଏବଂ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ କରିଥିଲେ । ହେଲେ ଦଳ ସେହି ସବୁ ଜିତିବା ମ୍ୟାଚଗୁଡିକ ରନ ବ୍ୟୟ କରି ପରାଜୟ ବରଣ କରିଛି । ଯାହା ବାସ୍ତବରେ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।"

ଗାଭାସ୍କର ଷ୍ଟାର ବୋଲର ଜଶପ୍ରିତ ବୁମରାଙ୍କ ଉପରେ ଭରସା କରି କହିଛନ୍ତି, "ଚୂଡାନ୍ତ ଏକାଦଶରେ ବୁମରା ସ୍ଥାନ ପାଇବା ପରେ ଦଳର ବୋଲିଂ ବିଭାଗ ମଜବୁତ ହେବ । ଏହା ଅଷ୍ଟ୍ରେଲିଆ ସହିତ ଦଳ ପାଇଁ ପ୍ରଥମ ମ୍ୟାଚ ଥିଲା । ହେଲେ ଭୁଲିବା ଉଚିତ ନୁହେଁ କି ଅଷ୍ଟ୍ରେଲିଆ ବିଶ୍ବ ଚମ୍ପିଆନ । ତାଙ୍କ ଠାରୁ ଅସାଧାରଣ ପ୍ରଦର୍ଶନ ସବୁବେଳେ ଆଶା କରାଯାଇଥାଏ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.