ETV Bharat / sports

ଭୁବନେଶ୍ବରଙ୍କ ଏ କିଭଳି ସଂକେତ ? ଇନ୍‌ଷ୍ଟାଗ୍ରାମ୍‌ରୁ 'କ୍ରିକେଟର୍‌' ହଟାଇଲେ

author img

By

Published : Jul 29, 2023, 5:27 PM IST

ଦୀର୍ଘଦିନରୁ ଟିମ୍‌ ଇଣ୍ଡିଆରୁ ଦୂରରେ ରହିଥିବା ଭାରତୀୟ ଷ୍ଟାର ବୋଲର ଭୁବନେଶ୍ବର କୁମାର ଏବେ ଚର୍ଚ୍ଚାରେ । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଭାରତୀୟ ଦଳରୁ ଦୂରରେ ରହିଥିବା ଏହି ଦ୍ରୁତ ବୋଲର ନିଜ ଇନ୍‌ଷ୍ଟାଗ୍ରାମ ବାୟୋରୁ 'କ୍ରିକେଟର' ଶବ୍ଦ ହଟାଇ ଦେଇଛନ୍ତି । ଯାହାକୁ ନେଇ ସେ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର କୁମାରଙ୍କ ଏ କିଭଳି ସଂକେତ ?
ଭୁବନେଶ୍ବର କୁମାରଙ୍କ ଏ କିଭଳି ସଂକେତ ?

ହାଇଦ୍ରାବାଦ: ଭାରତୀୟ ଷ୍ଟାର ବୋଲର ଭୁବନେଶ୍ବର କୁମାର ଏକଦା ଟିମ୍‌ ଇଣ୍ଡିଆ ପାଇଁ ବିଜୟର ଚାବିକାଠି ସାଜିଥିଲେ । ଦଳ ବେଶ ଚାପରେ ରହିଥିଲେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଗୋଟିଏ ଗୋଟିଏ ଓଭରରେ ଅବିଶ୍ବସନୀୟ ଭାବେ ବିପକ୍ଷ ଦଳ ହାତରୁ ବିଜୟ ଛଡ଼଼ାଇ ଆଣୁଥିଲେ ଭୁବି । ହେଲେ ଏବେ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ ଦେବାରୁ ସେ ଆଉ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରୁନାହାନ୍ତି । ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି ଭୁବି । ନଭେମ୍ବର ୨୦୨୨ରେ ଭୁବନେଶ୍ବର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ଏହାପରେ ସେ ଟିମ୍‌ ଇଣ୍ଡିଆକୁ ଆଉ ଫେରି ନାହାନ୍ତି । ଏହାରି ଭିତରେ ସେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଛି । ଏହାର କାରଣ ହେଉଛି ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ବାୟୋରୁ 'କ୍ରିକେଟର୍‌' ଶବ୍ଦକୁ ହଟାଇଦେଇଛନ୍ତି ।

ପୂର୍ବରୁ ଭୁବନେଶ୍ବର କୁମାରଙ୍କ ଇନ୍‌ଷ୍ଟାଗ୍ରାମ ବାୟୋରେ ଇଣ୍ଡିଆନ୍‌ କ୍ରିକେଟର୍‌ ଲେଖା ହୋଇଥିଲା । କିନ୍ତୁ ଶୁକ୍ରବାର ତାଙ୍କ ‌ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ବାୟୋରୁ 'କ୍ରିକେଟର୍‌' ଶବ୍ଦ ହଟାଯାଇ କେବଳ 'ଇଣ୍ଡିଆନ୍‌' ଲେଖା ହୋଇଥିବା ଦେଖିବାକୁ ମିଳିଛି । ଯଦିଓ ଏହାର କାରଣ ନେଇ ଭୁବନେଶ୍ବର ନିଜେ କିଛି ସ୍ପଷ୍ଟ କରିନାହାନ୍ତି, ତଥାପି ତାଙ୍କର ହଠାତ ଏଭଳି ନିଷ୍ପତ୍ତି ତାଙ୍କ ଅବସରକୁ ଇସାରା ଦେଉଥିବା ଚର୍ଚ୍ଚା ହେଉଛି । ୩୩ ବର୍ଷୀୟ ଏହି ଷ୍ଟାର ବୋଲର ଶେଷଥର ପାଇଁ ୨୦୨୨ ନଭେମ୍ବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନାପିଏର୍‌ରେ ଖେଳିଥିଲେ । ପ୍ରକାଶ ଥାଉ କି, ଭୁବନେଶ୍ବର କୁମାରଙ୍କ ଟ୍ବିଟର ଆକାଉଣ୍ଟରେ ଏବେ ବି 'ଇଣ୍ଡିଆନ୍ କ୍ରିକେଟର' ରହିଛି । ତେବେ ଭୁବନେଶ୍ବରଙ୍କର ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା କି ଈଶାନ୍ତଙ୍କ କ୍ୟାରିୟର ? ଦଳରେ ସ୍ଥାନ ମିଳିଲାନି, କରିବେ କମେଣ୍ଟ୍ରି

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବରରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳୀ ଚୟନ କରିବାରେ ବ୍ୟସ୍ତ ଅଛନ୍ତି ଚୟନକର୍ତ୍ତା । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ଭଳି ବରିଷ୍ଠ ଖେଳାଳୀଙ୍କୁ ପଛରେ ରଖି ଯୁବ ଖେଳାଳୀଙ୍କୁ ଆଗରେ ଖେଳିବାକୁ ସୁଯୋଗ ଦିଆଯାଉଛି । ବିଶ୍ବକପରେ କେଉଁ ଖେଳାଳୀଙ୍କୁ ନେଇ ଦଳ ଶକ୍ତିଶାଳୀ ହୋଇପାରିବ, ସେଥିପାଇଁ ଚାଲିଛି ପରୀକ୍ଷା । ଏହାରି ଭିତରେ ଭୁବନେଶ୍ବର କୁମାରଙ୍କୁ ଲଗାତାର ଭାବେ ସୁଯୋଗ ନମିଳିବା ବିଶ୍ବକପରେ ତାଙ୍କ ଚୟନ ଆଶାକୁ କ୍ଷୀଣ କରିଛି । ଏହାରି ଭିତରେ ଦିନିକିଆ ବିଶ୍ବକପ ପୂର୍ବରୁ ଭାରତର ଏହି ଅଭିଜ୍ଞ ଖେଳାଳୀଙ୍କ ଏଭଳି ନିଷ୍ପତି ପ୍ରଶଂସକଙ୍କୁ ନିରାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.