ETV Bharat / sports

BGT 2nd Test Day 2: ଭାରତ ୨୬୨ରେ ଅଲଆଉଟ, ୬୧ରନରେ ଆଗୁଆ ଅଷ୍ଟ୍ରେଲିଆ - ଭାରତ ୨୬୨ ରନରେ ସମସ୍ତ ୱିକେଟ ହରାଇଛି

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୨୬୨ ରନରେ ସମସ୍ତ ୱିକେଟ ହରାଇଛି । ଏହାପରେ ଦ୍ବିତୀୟ ଇନିଂସ ଖେଳିବାକୁ ଆସି ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୨ ଓଭରରେ ଗୋଟିଏ ୱିକେଟ ହରାଇ ୬୧ ରନ ସଂଗ୍ରହ କରିଛି । ଅଧିକ ପଢ଼ନ୍ତୁ

BGT 2nd Test Day 2 Stumps
BGT 2nd Test Day 2 Stumps
author img

By

Published : Feb 18, 2023, 6:16 PM IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ । ଦ୍ବିତୀୟ ଦିନର ଖେଳରେ ଭାରତ ପ୍ରଥମ ଇନିଂସ ପାଇଁ ୨୬୨ ରନରେ ସମସ୍ତ ୱିକେଟ ହରାଇଛି । ଏହାପରେ ଦ୍ବିତୀୟ ଇନିଂସ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଛି କଙ୍ଗାରୁ ଦଳ । ତେବେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୨ ଓଭରରେ ଗୋଟିଏ ୱିକେଟ ହରାଇ ୬୧ ରନ ସଂଗ୍ରହ କରିଛି ।

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ୨୬୩ ରନ କରି ପ୍ରଥମ ଦିନରେ ହିଁ ସମସ୍ତ ୱିକେଟ ହରାଇଥିଲା କଙ୍ଗାରୁ ଦଳ । ଏହାପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଲୋକେଶ ରାହୁଲ ପ୍ରଥମ ଦିନରେ ୨୧ ରନ ସଂଗ୍ରହ କରିଥିଲେ ।

ଏହାପରେ ଦ୍ବିତୀୟ ଦିନରେ କଙ୍ଗାରୁ ବୋଲର ନାଥନ ଲାୟନଙ୍କ ଲଗାତାର ଆକ୍ରମଣର ଭାରତୀୟ ଟପ ଅର୍ଡର ବ୍ୟାଟର ମାନେ ସାମ୍ନା କରିପାରି ନଥିଲେ । ପ୍ରଥମେ ରାହୁଲ କେବଳ ୧୭ ରନ କରିଥିବା ବେଳେ ଲାୟନଙ୍କ ଶିକାର ହୋଇଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ ଲାୟନ । ପରେ ପରେ ଚେତେଶ୍ବର ପୂଜାରାଙ୍କୁ ମଧ୍ୟ ଖାତା ଖୋଲିବାକୁ ଦେଇନଥିଲେ ଏହି କଙ୍ଗାରୁ ବୋଲର । ଗୋଟିଏ ପଟେ ବିରାଟ କୋହଲି ପାଳି ସମ୍ଭାଳୁଥିବା ବେଳେ ଅନ୍ୟପଟେ କିନ୍ତୁ ଶ୍ରେୟସ ଆୟର (୪) ଓ ଶ୍ରୀକର ଭରତ (୬)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଲାୟନ ।

ବିରାଟ କୋହଲିଙ୍କ ସହିତ ରବିନ୍ଦ୍ର ଜାଡେଜା କିଛି ସମୟ ପାଳି ସମ୍ଭାଳିଥିଲେ । କିନ୍ତୁ ୪ଟି ଚୌକା ସହାୟତାରେ ମୋଟ ୨୬ ରନ କରିଥିବା ବେଳେ ଜାଡ଼େଜାଙ୍କୁ ଟଡ ମର୍ଫି ଆଉଟ କରିଦେଇଥିଲେ । ଏହାପରେ ବିରାଟ କୋହଲି ୮୪ ବଲ ଖେଳି ୪ଟି ଚୌକା ସହିତ ୪୪ ରନ କରିଥିଲେ । ଏହି ସମୟରେ ମାଥ୍ୟୁ କୁହ୍‌ନେମନଙ୍କ ବଲ ବିରାଟଙ୍କ ଲେଗ୍‌ ପ୍ୟାଡ ଓ ବ୍ୟାଟ୍‌ରେ ଏକା ସାଙ୍ଗରେ ବାଜିଥିଲା । କିନ୍ତୁ ଏହାକୁ ଆଉଟ ଦେଇଥିଲେ ଅମ୍ପାୟାର । ଯାହାକୁ ନେଇ କୋହଲିଙ୍କ ସମେତ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମରେ ଅସନ୍ତୋଷ ଦେଖା ଦେଇଥିଲା ।

ଏହାପରେ ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ଅକ୍ଷର ଭାରତ ପକ୍ଷରୁ ସର୍ବାଧିକ ୧୧୫ ବଲରୁ ୯ ଚୌକା ଓ ୩ ଛକା ସହିତ ୭୪ ରନ ଯୋଡ଼ିଥିଲେ । ଅଶ୍ବିନ ମଧ୍ୟ ୭୧ ବଲରୁ ୩୭ ରନର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଉଭୟଙ୍କ ଭାଗିଦାରୀ ଭାରତକୁ କଙ୍ଗାରୁ ଦଳର ପ୍ରଥମ ଇନିଂସ ସ୍କୋର ନିକଟରେ ପହଞ୍ଚାଇଥିଲା । ତେବେ ଭାରତ କେବଳ ୧ ରନ ପଛରେ ରହିଯାଇଥିଲା ।

ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ ୨୯ ଓଭରରେ ୬୭ ରନ ବ୍ୟୟ କରି ସର୍ବାଧିକ ୫ ୱିକେଟ ସଫଳତା ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ କୁହ୍‌ନେମନ ଓ ଟଡ ମର୍ଫି ଯଥାକ୍ରମେ ୭୨ ଓ ୫୩ ରନ ଦେଇ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଅଧିନାୟକ ପ୍ୟାଟ୍‌ କମିନ୍ସ ୧୩ ଓଭରରେ ୪୧ ରନ ବ୍ୟୟ କରି ଗୋଟିଏ ସଫଳତା ପାଇଥିଲେ । ଭାରତ ଅଲ ଆଉଟ ହେବାପରେ ଅଷ୍ଟ୍ରେଲିଆ ବଡ଼ ସ୍କୋର ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲା । କଙ୍ଗାରୁ ଓପନର ଉସ୍‌ମାନ ଖାୱଜା (୬)ଙ୍କୁ ପ୍ରଥମରୁ ରବିନ୍ଦ୍ର ଜାଡ଼େଜା ଆଉଟ କରିଦେଇଥିଲେ । ଟ୍ରାବିସ ହେଡ୍‌ ଓ ମାର୍ନସ ଲାବୁସାନେ ଦ୍ବୁତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳକୁ ୬୧ ରନରେ ପହଞ୍ଚାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.