ETV Bharat / sports

ଟି20 ବିଶ୍ବକପ: ଶେଷ ନିଷ୍ପତ୍ତି ପୂର୍ବରୁ ଆଇସିସିକୁ ମାସେ ସମୟ ମାଗିବ ବିସିସିଆଇ

ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗ 2021 ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ଶନିବାର ବିସିସିଆଇ ଘୋଷଣା କରିଛି । ଅଧିକ ପଢନ୍ତୁ...

author img

By

Published : May 29, 2021, 4:59 PM IST

BCCI to seek 1 month's time from ICC for final call on WT20, formal nod for IPL in UAE in Sept-Oct
ଟି20 ବିଶ୍ବକପ: ଶେଷ ନିଷ୍ପତ୍ତି ପୂର୍ବରୁ ଆଇସିସିକୁ ମାସେ ସମୟ ମାଗିବ ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ବୈଠକରେ ଶନିବାର ସେପ୍ଟେମ୍ବରରେ ୟୁଏଇରେ ଆଇପିଏଲ 2021ର ଅବଶିଷ୍ଟ ମ୍ୟାଚ ଆୟୋଜନକୁ ଅନୁମୋଦନ ମିଳିଛି । ତେବେ ଟି20 ବିଶ୍ବକପ ନେଇ ଚୁଡାନ୍ତ ନିଷ୍ପତ୍ତି ନେବାକୁ ଆଇସିସିକୁ ଏକ ମାସ ସମୟ ମାଗିଛି ବିସିସିଆଇ । ଭାରତରେ କୋଭିଡ-19 ସ୍ଥିତି ପରଖିବା ପରେ ବିଶ୍ବକପ ଭଳି ମେଗା ଇଭେଣ୍ଟ ଆୟୋଜନ ନେଇ ଶେଷ ନିଷ୍ପତ୍ତି ନେବାକୁ ବୋର୍ଡ ସ୍ଥିର କରିଛି ।

ସ୍ବତନ୍ତ୍ର ସାଧାରଣ ବୈଠକ(SGM) ଭର୍ଚୁଆଲ ମାଧ୍ୟମରେ ପ୍ରାୟ 50 ମିନିଟ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିରେ ଏହି ଦୁଇ ଦୁଇଟି ପ୍ରସ୍ତାବ ଉପରେ ସହମତି ହୋଇଛି ।

"ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଆଇପିଏଲର ବାକି ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ।" ବୈଠକରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ରାଜ୍ୟ ବୋର୍ଡ ସଦସ୍ୟ ଏହା କହିଛନ୍ତି ।

"ସେପ୍ଟେମ୍ବରରେ, ଭାରତରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ସମୟ । ଅନ୍ୟପଟେ ୟୁଏଇରେ ମ୍ୟାଚ ଖେଳାଯିବାକୁଥିବା 3ଟି ଗ୍ରାଉଣ୍ଡ ସହଜ ହେବ ଯାହାକି 2020ରେ ଦେଖାଯାଇଥିଲା ।"

ସେପ୍ଟେମ୍ବର 18ରୁ ଅକ୍ଟୋବର 10 ମଧ୍ୟରେ ଆଇପିଏଲର ବିକା ମ୍ୟାଚ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

ସେ କହିଛନ୍ତି, ଟି20 ବିଶ୍ବକପ ଭାରତରେ ଅକ୍ଟୋବର ଶେଷ ସପ୍ତାହରେ ଆରମ୍ଭ ହେବା ନେଇ ସମସ୍ତ ସଦସ୍ୟ ଚାହାନ୍ତି । ମାତ୍ର ଏନେଇ ବର୍ତ୍ତମାନ ସ୍ଥିତିରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ବିସିସିଆଇ ପ୍ରତିନିଧି-- ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଜୁଲାଇ 1 ପର୍ଯ୍ୟନ୍ତ ସମୟ ମାଗିବେ ଓ ଅନ୍ୟଏକ SGM ବୈଠକରେ ଟି20 ବିଶ୍ବକପ ଆୟୋଜନ ନେଇ ନିଷ୍ପତ୍ତି ହେବ ।

ବର୍ତ୍ତମାନ ଦେଶର ସ୍ବାସ୍ଥ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିସିସିଆଇ ମଧ୍ୟ ଏକ ସଂକ୍ଷିପ୍ତ ଘୋଷଣାନାମାରେ ୟୁଏଇରେ ଆଇପିଏଲ 2021ର ଅବଶିଷ୍ଟ ମ୍ୟାଚ ଆୟୋଜନ ପାଇଁ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥିବା ଉଲ୍ଲେଖ କରିଛି ।

ଜୁନ 1ରେ ଆଇସିସି ବୋର୍ଡ ବୈଠକ ଦୁବାଇରେ ବସିବାର ସୂଚୀ ରହିଛି । ଫଳରେ ଏହି ବୈଠକରେ ବିସିସିଆଇ ସବାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ଉପସଭାପତି ରାଜୀବ ଶୁକ୍ଲା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଅକ୍ଟୋବରରେ ଭାରତରେ ଟି20 ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.