ETV Bharat / sports

ଶନିବାର ଆଇପିଏଲ 2021ର ଭାଗ୍ୟ ନିର୍ଦ୍ଧାରଣ, ବସିବ ବିସିସିଆଇ ବୈଠକ

ଶନିବାର ଅନୁଷ୍ଠିତ ହେବାକୁଥିବା ବିସିସିଆଇର ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗ 2021ର ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ । ଅଧିକ ପଢନ୍ତୁ...

BCCI to meet on Saturday, may decide on IPL 2021's fate
ଶନିବାର ଆଇପିଏଲ 2021ର ଭାଗ୍ୟ ନିର୍ଦ୍ଧାରଣ, ବସିବ ବିସିସିଆଇ ବୈଠକ
author img

By

Published : May 28, 2021, 10:43 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ 2021ର ଭାଗ୍ୟ ଶନିବାର ନିର୍ଦ୍ଧାରଣ ହୋଇପାରେ । ଶନିବାର ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ଏହି ବୈଠକରେ ଘରୋଇ ସିଜିନ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।

ଜୈବ ସୁରକ୍ଷା ବଳୟ ମଧ୍ୟରେ ଆଇପିଏଲ 2021 ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିଲେ ମଧ୍ୟ ଏକାଧିକ ଖେଳାଳି କୋଭିଡ-19 ସଂକ୍ରମିତ ଚିହ୍ନଟ ହେବାରେ ଚଳିତ ମାସ ଅଧାରୁ ଆଇପିଏଲର 14ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି ।

ଏହାପରେ ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ବୋର୍ଡ ଗୁଡିକୁ ଚିଠି ଲେଖିବା ସହ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିଥିଲେ । ଦେଶରେ କୋରୋନା ଭାଇରସ ସ୍ଥିତି ଗମ୍ଭୀର ଥିବାବେଳେ ଆଗାମୀ କ୍ରିକେଟ ସିଜିନ ନେଇ ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ହେବ ।

ଟି20 ବିଶ୍ବକପ ଭାରତରେ ଆୟୋଜନ ନେଇ ସୂଚୀ ରହିଥିଲା ମାତ୍ର ବର୍ତ୍ତମାନ ଏହି ମେଗା ଇଭେଣ୍ଟ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇପାରେ ।

ଆଇପିଏଲ 2021ର ଅବଶିଷ୍ଟ 31ଟି ମ୍ୟାଚ ପାଇଁ ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ ଶେଷହେବାର ଦିନକ ପରେ ଅର୍ଥାତ ସେପ୍ଟେମ୍ବର 15ରୁ ବିସିସିଆଇ ବିଚାର କରୁଛି । ତେବେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.