ଗୌହାଟୀ: ବିରାଟ କୋହଲି ଓ ରୋହିତ ଶର୍ମା କ୍ରିକେଟ୍ ନୁହେଁ, ବର୍ ଖୋ ଖୋ ଖେଳନ୍ତି । ସୂର୍ଯ୍ୟକୁମାର ଯାଦବ ଜଣେ ବ୍ୟାଟର ନୁହନ୍ତି, ବରଂ ୱିକେଟ୍କିପର ଓ ବୋଲର । ଏକଥା ଆମେ କହୁନୁ, କହିଛନ୍ତି ଖୋଦ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଈଶାନ କିଷାନ । ଏପରିକି ସେ ନିଜ କିଟ୍ ବ୍ୟାଗ୍ରେ ଆଇସ୍କ୍ରିମ ରଖୁଥିବା ମଧ୍ୟ କହିଛନ୍ତି । ଈଶାନ କିଷାନଙ୍କ ଏପରି ଏକ ମଜାଦାର ଇଣ୍ଟରଭ୍ୟୁ ଭିଡିଓ ସେୟାର କରିଛି ବିସିସିଆଇ । ଯାହା ଶୁଣିଲେ ଆପଣ ମଧ୍ୟ ହସ ଅଟକାଇ ପାରିବେନି ।
-
Wrong answers only with @ishankishan51 😎
— BCCI (@BCCI) November 28, 2023 " class="align-text-top noRightClick twitterSection" data="
When wrong is right here 😉
WATCH 🎥🔽 - By @28anand | #TeamIndia | #INDvAUS pic.twitter.com/P9pw3X7azQ
">Wrong answers only with @ishankishan51 😎
— BCCI (@BCCI) November 28, 2023
When wrong is right here 😉
WATCH 🎥🔽 - By @28anand | #TeamIndia | #INDvAUS pic.twitter.com/P9pw3X7azQWrong answers only with @ishankishan51 😎
— BCCI (@BCCI) November 28, 2023
When wrong is right here 😉
WATCH 🎥🔽 - By @28anand | #TeamIndia | #INDvAUS pic.twitter.com/P9pw3X7azQ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି(ମଙ୍ଗଳବାର) ଖେଳାଯିବ ୩ୟ ଟି୨୦ ମ୍ୟାଚ୍ । ବିଶ୍ବକପ୍ ପରେ ଆରମ୍ଭ ହୋଇଥିବା ଏହି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେବେ ମଙ୍ଗଳବାର ଗୌହାଟୀର ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ୩ୟ ମ୍ୟାଚ୍ରେ ବିଜୟ ଧାରା ଜାରି ରଖିବା ସହିତ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ଆଣ୍ଡ୍ କୋ । ଏହାରି ଭିତରେ ମଙ୍ଗଳବାର ସକାଳେ ଦଳର ଷ୍ଟାର ବ୍ୟାଟର ଈଶାନ କିଷାନଙ୍କର ଏକ ମଜାଳିଆ ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ସେୟାର କରିଛି BCCI । ଏଥିରେ ଈଶାନଙ୍କୁ କେବଳ ଭୁଲ ଉତ୍ତର ଦେବାପାଇଁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଦେଖନ୍ତୁ କେଉଁ ପ୍ରଶ୍ନର କଣ ଉତ୍ତର ଦେଇଥିଲେ ଈଶାନ..
ପ୍ରଶ୍ନ: ଆପଣଙ୍କ ନାମ ?
ଉତ୍ତର: ଭିଭିଏସ୍ ଲକ୍ଷ୍ମଣ
ପ୍ରଶ୍ନ: ଆପଣଙ୍କ ବୟସ ?
ଉତ୍ତର: ୮୨ ବର୍ଷ
ପ୍ରଶ୍ନ: ଆପଣ କେଉଁ ଭାଷାରେ କଥା ହେଉଛନ୍ତି ?
ଉତ୍ତର: ସ୍ପାନିଶ୍
ପ୍ରଶ୍ନ: ଆପଣ କଣ ଖେଳନ୍ତି ?
ଉତ୍ତର: ଫୁଟବଲ୍
ପ୍ରଶ୍ନ: ସୂର୍ଯ୍ୟକୁମାର ଯାଦବ କିଏ ?
ଉତ୍ତର: ୱିକେଟ୍କିପର- ବୋଲର
ପ୍ରଶ୍ନ: ବିରାଟ ଓ ରୋହିତ କଣ ଖେଳନ୍ତି ?
ଉତ୍ତର: ଖୋ ଖୋ
ପ୍ରଶ୍ନ: ଆପଣଙ୍କ ଚୁଟିର ରଙ୍ଗ କଣ ?
ଉତ୍ତର: ଅରେଞ୍ଜ୍
ପ୍ରଶ୍ନ: ଯେତେବେଳେ ବଲ ଆସି ବ୍ୟାଟ୍ରେ ବାଜେ, କିପରି ଶବ୍ଦ ହୁଏ ?
ଉତ୍ତର: ମ୍ୟାଉଁ
ପ୍ରଶ୍ନ: ଆପଣ ଆମ କିଟ୍ ବ୍ୟାଗ୍ରେ କଣ ୩ଟି ଜିନିଷ ରଖନ୍ତି ?
ଉତ୍ତର: ହେଡ୍ଫୋନ୍, ୱାଲେଟ୍, ଆଇସ୍କ୍ରିମ୍
ପ୍ରଶ୍ନ: ଜିମ୍ରେ ଆପଣ କଣ କରନ୍ତି ?
ଉତ୍ତର: ଆଇସ୍ ହକି ଖେଳୁଛି
ପ୍ରଶ୍ନ: ଆମେ ଏବେ କେଉଁଠାରେ ଅଛେ ?
ଉତ୍ତର: ଟୋକିଓ
ତେବେ ଏହି ଇଣ୍ଟରଭ୍ୟୁ ସମୟରେ ସମସ୍ତ ପ୍ରଶ୍ନର ତୁରନ୍ତ ଭୁଲ ଉତ୍ତର ଦେବାକୁ ଈଶାନ କିଷାନଙ୍କୁ କୁହାଯାଇଥିଲା । ଈଶାନ ମଧ୍ୟ ସବୁ ପ୍ରଶ୍ନର ତୁରନ୍ତ ଭୁଲ ଉତ୍ତର ଦେଇ ଇଣ୍ଟରଭ୍ୟୁ ପାସ୍ କରିଥିଲେ । ଏହି ମଜାଳିଆ ଭିଡିଓକୁ ବିସିସିଆଇ ଏହାର ଆଧିକାରିକ 'ଏକ୍ସ' ହ୍ୟାଣ୍ଡେଲ୍ରେ ପୋଷ୍ଟ କରିଛି । ଯାହାକୁ ୟୁଜର୍ସ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଏଥିରେ ପ୍ରଶଂସକମାନେ ମଜାଳିଆ କମେଣ୍ଟ୍ସ ଦେଉଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ