ETV Bharat / sports

ଆଇପିଏଲ୍‌ ୨୦୨୪ ମିନି ଅକ୍ସନ: ବିସିସିଆଇର ନୂଆ ପ୍ରୋତ୍ସାହନ ପ୍ଲାନ, ଲକ୍ଷପତି ହେବେ ଅନ୍‌କ୍ୟାପଡ୍‌ ଖେଳାଳି

author img

By ETV Bharat Odisha Team

Published : Dec 18, 2023, 5:01 PM IST

IPL 2024: ଆଇପିଏଲ୍‌ ୨୦୨୪ରେ ଅନ୍‌କ୍ୟାପ୍‌ଡ୍‌ ଖେଳାଳିଙ୍କ ପ୍ରୋତ୍ସାହନ ପାଇଁ ନୂଆ ନିୟମ ଆଣିବ ବିସିସିଆଇ । ଆଇପିଏଲ୍‌ ୨୦୨୪ ପୂର୍ବରୁ କୌଣସି ଅନ୍‌କ୍ୟାପ୍‌ଡ୍‌ ଖେଳାଳି ଟିମ୍‌ ଇଣ୍ଡିଆ ପାଇଁ ମ୍ୟାଚ୍‌ ଖେଳିଲେ ତାଙ୍କ ଦରମାରେ ବୃଦ୍ଧି କରିବେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ । ଅଧିକ ପଢ଼ନ୍ତୁ

ବିସିସିଆଇର ନୂଆ ପ୍ରୋତ୍ସାହନ ଯୋଜନା
ବିସିସିଆଇର ନୂଆ ପ୍ରୋତ୍ସାହନ ଯୋଜନା

ହାଇଦ୍ରାବାଦ: ସାରା ଦେଶରେ ଆରମ୍ଭ ହେଲାଣି ଆଇପିଏଲ୍‌ ୨୦୨୪ କାଉଣ୍ଟ ଡାଉନ୍‌ । ଭାରତର ଏହି କ୍ରିକେଟ୍‌ ମହୋତ୍ସବ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଖେଳି ଗଲାଣି କ୍ରିକେଟ୍‌ ଫିଭର । ପ୍ରଥମ ଥର ପାଇଁ ବିଦେଶରେ ଆଇପିଏଲ୍‌ ଖେଳାଳି ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାବେଳେ ଏହି ମିନି ଅକ୍ସନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ମଙ୍ଗଳବାର ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ତେବେ ଏହା ପୂର୍ବରୁ ଅନ୍‌କ୍ୟାପ୍‌ଡ୍‌ ଖେଳାଳିଙ୍କ ପାଇଁ ଏକ ନୂଆ ଯୋଜନା କରିଛି ବିସିସିଆଇ । ଯେଉଁଥିରେ ଅନକ୍ୟାପ୍‌ଡ୍‌ ଖେଳାଳିଙ୍କୁ ମିଳିବ ଅଧିକ ପ୍ରୋତ୍ସାହନ ।

ପୂର୍ବ ନିୟମ: ପୂର୍ବରୁ କୌଣସି ଅନକ୍ୟାପ୍‌ ଖେଳାଳି ଟିମ୍‌ ଇଣ୍ଡିଆରେ ସାମିଲ ହେଲେ ମଧ୍ୟ ସେମାନଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜମାନେ ସେମାନଙ୍କୁ କେବଳ ପୂର୍ବ ନିର୍ଦ୍ଧାରୀତ ମ୍ୟାଚ୍‌ ଫିସ୍‌ ହିଁ ଦେଉଥିଲେ । ଅର୍ଥାତ କୌଣସି ଅନକ୍ୟାପ୍‌ଡ୍‌ ଖେଳାଳି ଆଇପିଏଲ୍‌ ଅକ୍ସନ୍‌ରେ ଯେତିକି ମୂଲ୍ୟରେ କୌଣସି ଦଳକୁ ଯାଇଥିବେ, ସେହି ଅନୁଯାୟୀ ତାଙ୍କୁ ୩ ବର୍ଷ ଯାଏଁ ଦରମା ମିଳୁଥିଲା । ଏହାପରେ ସେହି ଖେଳାଳିଙ୍କୁ ସେହି ଦଳ ରଖିବାକୁ ଚାହିଁଲେ ୩ ବର୍ଷ ପରେ ଏହି ଦରମାରେ ବୃଦ୍ଧି କରାଯାଉଥିଲା ।

ପରିବର୍ତ୍ତିତ ନିୟମ: ହେଲେ ଏବେ ଅନ୍‌କ୍ୟାପ୍‌ଡ୍‌ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିୟମରେ ପରିବର୍ତ୍ତନ ଆଣିବ ବିସିସିଆଇ । ନୂଆ ନିୟମ ଅନୁସାରେ ଯଦି ୫୦ ଲକ୍ଷରୁ କମ୍‌ ଟଙ୍କାରେ ଗୋଟିଏ ଆଇପିଏଲ୍‌ ଦଳକୁ ଯାଇଥିବା କୌଣସି ଅନକ୍ୟାପ୍‌ଡ୍‌ ଖେଳାଳି ପରବର୍ତ୍ତୀ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳନ୍ତି, ତେବେ ଏହାର ଠିକ୍‌ ପରବର୍ତ୍ତୀ ସିଜିନ୍‌ରେ ହିଁ ତାଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଉକ୍ତ ଖେଳାଳିଙ୍କ ଦରମାରେ ବୃଦ୍ଧି କରିବ । ୩ ବର୍ଷ ପର୍ଯ୍ୟନ୍ତ ଏହି ଦରମା ନିୟମିତ ଭାବେ ସମୀକ୍ଷା କରି ବୃଦ୍ଧି କରାଯିବ । ଅର୍ଥାତ୍‌ ଭାରତ ପାଇଁ ଗୋଟିଏ ମ୍ୟାଚ୍‌ ଖେଳିବା ପରେ ସେହି ଖେଳାଳିଙ୍କ ସର୍ବନିମ୍ନ ମୂଲ୍ୟ ୫୦ ଲକ୍ଷ ବା ତା'ଠାରୁ ଅଧିକ ଟଙ୍କା ଧାର୍ଯ୍ୟ କରିବ ସମ୍ପୃକ୍ତ ଫ୍ରାଞ୍ଚାଇଜ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪ ଅକ୍ସନ୍‌: କେଉଁ ଦଳକୁ ଯିବେ କିଏ ? ସବୁ ଦଳ ନଜରରେ ଏହି ଦାମୀ ଖେଳାଳି

କିଏ କ୍ୟାପଡ୍‌ ଓ କିଏ ଅନ୍‌କ୍ୟାପ୍‌ଡ୍‌: ରିପୋର୍ଟ ଅନୁସାରେ ବିସିସିଆଇ ମଧ୍ୟ କ୍ୟାପ୍‌ଡ୍‌ ଓ ଅନ୍‌କ୍ୟାପ୍‌ଡ୍‌ ଖେଳାଳିଙ୍କ ସଂଜ୍ଞା ସ୍ପଷ୍ଟ କରିଛି । ଯଦି କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଟେଷ୍ଟ, ଦିନିକିଆ ବା ଟି୨୦ରେ ସର୍ବନିମ୍ନ ଗୋଟିଏ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି, ତେବେ ତାଙ୍କୁ କ୍ୟାପ୍‌ଡ୍‌ ଖେଳାଳି ବୋଲି ଧରାଯିବ । ସେହିଭଳି ଆଇସିସିର ଏକ ନିୟମିତ ସଦସ୍ୟ କ୍ରିକେଟ୍‌ ବୋର୍ଡ ଦ୍ବାରା ଖେଳାଳି ଜଣକ କେନ୍ଦ୍ରୀୟ ଚୁକ୍ତିନାମାରେ ଅନୁବନ୍ଧିତ ହୋଇଥିଲେ ସେ କ୍ୟାପ୍‌ଡ୍‌ ଖେଳାଳି ତାଲିକାରେ ସ୍ଥାନିତ ହେବେ । ଏହାବାଦ ସମସ୍ତ ଖେଳାଳି ଅନ୍‌କ୍ୟାପ୍‌ଡ୍‌ ତାଲିକାଭୁକ୍ତ । ଏପରିକି ଆଇସିସିର ସହଯୋଗୀ ସଦସ୍ୟ ରାଷ୍ଟ୍ରର କୌଣସି ଖେଳାଳି ମଧ୍ୟ ଅନ୍‌କ୍ୟାପ୍‌ଡ୍‌ ଖେଳାଳି ତାଲିକାରେ ରହିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ମିନି-ଅକ୍ସନକୁ ଆଉ ଗୋଟିଏ ଦିନ, ଜାଣନ୍ତୁ କେତେବେଳେ ଓ କେମିତି ଦେଖିବେ

ପ୍ରକାଶଯୋଗ୍ୟ, ଏଥର ନିଲାମୀ ପ୍ରକ୍ରିୟାରେ ବିଭିନ୍ନ ଦଳରେ ୭୭ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ଥିବାବେଳେ ଏଥିପାଇଁ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୩୩୩ ସର୍ଟଲିଷ୍ଟେଡ୍‌ ଖେଳାଳି । ଏଥିରେ ୨୧୪ ଜଣ ଭାରତୀୟ ଖେଳାଳି ସାମିଲ ରହିଥିବାବେଳେ ୧୧୯ ବିଦେଶୀ ଖେଳାଳି ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୧୬ କ୍ୟାପଡ୍‌ ଓ ୨୧୫ ଅନ୍‌କ୍ୟାପଡ୍‌ ଖେଳାଳି ହୋଇଛନ୍ତି । ସେହିଭଳି ୨୫ ଜଣ ଖେଳାଳୀଙ୍କ ବେସ୍‌ ପ୍ରାଇସ୍‌ ରହିଛି ସର୍ବାଧିକ ୨ କୋଟି ଟଙ୍କା, ୨୧ ଜଣଙ୍କର ବେସ୍‌ ପ୍ରାଇସ ୧.୫ କୋଟି ଓ ୧୬ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.