ନୂଆଦିଲ୍ଲୀ: ପାକିସ୍ତାନ ଯିବେ ବିସିିସିଆଇ ସଭାପତି ରୋଜନ ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା । ଏସିଆ କପ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଳା ପାକିସ୍ତାନ ଗସ୍ତ କରିବେ । ପାକିସ୍ତାନ କ୍ରିକେଟ ବୋର୍ଡର (ପିସିବି) ନିମନ୍ତ୍ରଣ ବିସିସିଆଇ ଗ୍ରହଣ କରିଛି । ଅଗଷ୍ଟ 30 ତାରିଖରୁ ଏସିଆ କପ ଆରମ୍ଭ ହେବ । ସେପ୍ଟେମ୍ବର 2 ତାରିଖରେ ଭାରତ ପାକିସ୍ତାନ ମ୍ୟାଚ ରହିଛି । ଏହି ଦୁଇ ବିସିସିଆଇ ଅଧିକାରୀ ଏସିଆ କପ ଦେଖିବାକୁ ପାକିସ୍ତାନ ଗସ୍ତ କରିବେ ବୋଲି ସୁତ୍ରରୁ ସୂଚନା ମିଳିଛି ।
ଏହି ମେଗା କ୍ରିକେଟ ଇଭେଣ୍ଟ ଦେଖିବାକୁ ସେପ୍ଟେମ୍ବର 4 ତାରିଖରୁ ଲାହୋର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର 7 ତାରିଖରେ ଭାରତ ଫେରିବେ ଏହି ଦୁଇ ବିସିସିଆଇ ବରିଷ୍ଠ ଅଧିକାରୀ । ପାକିସ୍ତାନ କ୍ରିକେଟ ବୋର୍ଡର (ପିସିବି) ନିମନ୍ତ୍ରଣ କ୍ରମେ ବିସିସିଆଇ ସମେତ ଅନ୍ୟ ସବୁ କ୍ରିକେଟ ବୋର୍ଡର ସଦସ୍ୟ ପାକିସ୍ତାନ ଗସ୍ତ କରିବେ ।
ଏହା ବି ପଢନ୍ତୁ...Asia Cup 2023: ୧୭ ଜଣିଆ ସ୍କ୍ବାଡ୍ ଘୋଷଣା କଲା BCCI, ଦଳକୁ ଫେରିଲେ ଏହି ୨ ଷ୍ଟାର ଖେଳାଳି
ଏହା ବି ପଢନ୍ତୁ...Asia Cup 2023: ଅଗଷ୍ଟ 30ରୁ ଆରମ୍ଭ, ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା
ଏସିଆ କପ 2023 ପାଇଁ କାଉନଡାଉନ ଆରମ୍ଭ ହୋଇଛି । ଅଗଷ୍ଟ 30 ତାରିଖରୁ ଆରମ୍ଭ ହେବ ଏସିଆ କପ । ସେପ୍ଟେମ୍ବର 2 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ସେପ୍ଟେମ୍ବର 4 ତାରିଖରେ ଭାରତ ଓ ନେପାଳ ମଧ୍ୟରେ ମ୍ୟାଚ ଖେଳାଯିବ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପରେ ସମସ୍ତ 13ଟି ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନରେ ଆରମ୍ଭ ହୋଇ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନ ଓ ଲାହୋର ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ସମସ୍ତ ମ୍ୟାଚ ଖେଳାଯିବ । ହାଇବ୍ରିଡ ଫର୍ମାଟରେ ମୋଟ 6ଟି ଦଳକୁ ନେଇ ଏସିଆ କପ ଖେଳାଯିବ । 6ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ନେପାଳ ରହିଛନ୍ତି । ଗ୍ରୁପ ବିରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି । ନେପାଳ ପ୍ରଥମ ଥର ପାଇଁ ଏସିଆ କପ ଖେଳିବାକୁ ଯାଉଛି ।
ଏସିଆ କପ ପାଇଁ 17 ଜଣିଆ ଭାରତୀୟ ସ୍କ୍ବାଡ ଘୋଷଣା ହୋଇଛି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ କରାଯାଇଛି । କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କର ଦଳକୁ ଫେରିଛନ୍ତି । ତିଲକ ବର୍ମାଙ୍କୁ ଏସିଆ କପ୍ ସ୍କ୍ବାଡ୍ରେ ସ୍ଥାନ ମିଳିଛି । ସଞ୍ଜୁ ସାମସନ ଷ୍ଟାଣ୍ଡବାଏରେ ରଖାଯାଇଛି । ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏ ଦଳ ସୁପର-4 ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ ରବିନ ଫର୍ମାଟରେ ସୁପର-4 ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ । ସେପ୍ଟେମ୍ବର 6ରୁ ସୁପର-4 ରାଉଣ୍ଡର ଆରମ୍ଭ ହେବ ।