ETV Bharat / sports

ପୁଣି କୁମ୍ବଲେ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ !

ପୁଣି ଅନୀଲ କୁମ୍ବଲେ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । BCCI ଅନୀଲ କୁମ୍ବଲେ ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ଆବେଦନ ପାଇଁ କହିପାରେ ବୋଲି ଚର୍ଚ୍ଚା । ଅଧିକ ପଢନ୍ତୁ...

author img

By

Published : Sep 18, 2021, 11:07 AM IST

Updated : Sep 18, 2021, 2:04 PM IST

ଅବସର ନେବେ ରବି ଶାସ୍ତ୍ରୀ, ଆଗମୀ ମୁଖ୍ୟ କୋଚ୍ ପାଇଁ କୁମ୍ବଲେ ଏବଂ ଲକ୍ଷ୍ମଣଙ୍କ ନାମ

ମୁମ୍ବାଇ: ପୁଣି ଭାରତୀୟ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେଙ୍କୁ ଦିଆଯାଇପାରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ବ । ଟି-୨୦ ବିଶ୍ବକପ୍ ପରେ ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଥିବାରୁ BCCI କୁମ୍ବଲେଙ୍କୁ ମୁଖ୍ୟ କୋଚ୍ କରିପାରେ ବୋଲି ଚର୍ଚ୍ଚା ହେଉଛି ।

୨୦୧୬-୧୭ର ବର୍ଷ ପାଇଁ କୁମ୍ବଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ । ସେତେବେଳେ ସଚ୍ଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଗଠିତ ଏକ କ୍ରିକେଟ ପରାମର୍ଶଦାତା କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଥିଲା । ବର୍ତ୍ତମାନ BCCI ର ମୁଖ୍ୟ ସୌରଭ ଗାଙ୍ଗୁଲି ଥିବାରୁ ସେ କୁମ୍ବଲେଙ୍କୁ ପୁଣି ମୁଖ୍ୟ କୋଚ୍ ପାଇଁ ଆବେଦନ କରିବାକୁ କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ କୁମ୍ବଲେଙ୍କ ମତାନ୍ତର ସହ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ସେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ ବିରାଟ ଟି-୨୦ ବିଶ୍ବକପ୍ ପରେ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି । କୁମ୍ବଲେ ପୁଣି ଥରେ କୋଚ ପଦକୁ ଫେରିବା ଏହା ଏକ ମୁଖ୍ୟ କାରଣ ମଧ୍ୟ ହୋଇପାରେ ।

ସେପଟେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ପାଇଁ ଭିଭିଏସ ଲକ୍ଷ୍ମଣଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । BCCI ଲକ୍ଷ୍ମଣଙ୍କୁ ମଧ୍ୟ ଆବେଦନ ପାଇଁ କହିପାରେ । ଜଣେ ବରିଷ୍ଠ BCCI ଅଧିକାରୀଙ୍କ କହିବା ଅନୁଯାୟୀ ସେତେବେଳେ BCCI କୁମ୍ବଲେଙ୍କ ପ୍ରତି ଯେଉଁ ଅନ୍ୟାୟ କରିଥିଲା ତାକୁ ଏବେ ସୁଧାରିବାକୁ ଯାଉଛି । ମାତ୍ର କୁମ୍ବଲେ ଏହି ପଦ ପାଇଁ ଆବେଦନ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 18, 2021, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.