ETV Bharat / sports

ICC ODI World Cup 2023: ଫୋକସରେ ଡ୍ରେନେଜ୍‌ ସିଷ୍ଟମ, ବର୍ଷା ହେଲେ କଭର ହେବ ଗ୍ରାଉଣ୍ଡ

author img

By

Published : Jul 29, 2023, 9:42 PM IST

ଦିନିକିଆ ବିଶ୍ବକପ୍ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିସିସିଆଇ । ଏହାରି ଭିତରେ ବର୍ଷାରେ ଯେପରି କୌଣସି ମ୍ୟାଚ୍‌ ପ୍ରଭାବିତ ନହୁଏ, ସେନେଇ ବିଶେଷ ଦୃଷ୍ଟି ଦିଆଯାଇଛି । ବିଭିନ୍ନ ଭେନ୍ୟୁରେ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଫୋକସ୍‌ କରିଛି ବିସିିସିଆଇ । ଅଧିକ ପଢ଼ନ୍ତୁ

ICC ODI World Cup 2023
ICC ODI World Cup 2023

ମୁମ୍ବାଇ: ପାଖେଇ ଆସୁଛି ଦିନିକିଆ କ୍ରିକେଟ୍‌ ମହାକୁମ୍ଭ ବିଶ୍ବକପ୍‌ ୨୦୨୩ । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଏବଂ ଆଇସିସି ପକ୍ଷରୁ କ୍ରୀଡାସୂଚୀ ମଧ୍ୟ ଜାରି ହୋଇ ସାରିଛି । ଆସନ୍ତା ଅକ୍ଟୋବର ୫ ତାରିଖରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ସେପଟେ ବିଶ୍ବକପ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ।

ତେବେ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ହେବାକୁ ଥିବା ଷ୍ଟାଡିୟମ୍‌ ଗୁଡ଼ିକ ବିଭିନ୍ନ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଯଦି ୨୦୨୩ ଦିନିକିଆ ବିଶ୍ବକପ୍‌ ସମୟରେ ବର୍ଷା ହୁଏ, ତେବେ ପୁରା ଷ୍ଟାଡିୟମ୍‌କୁ ଘୋଡାଯିବ । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ବିସିସିଆଇକୁ ସମସ୍ତ ବୋର୍ଡ ଜଣାଇଛନ୍ତି । ଯଦିଓ ଅକ୍ଟୋବର ଏବଂ ନଭେମ୍ବର ମାସରେ ବର୍ଷାର ପରିମାଣର କମ୍‌ ରହିଥାଏ, ହେଲେ ମ୍ୟାଚ୍‌ରେ ଏହାର ପ୍ରଭାବ ନପଡ଼ିବା ଉପରେ ଗୁରୁତ୍ବ ଦିଆଯାଇଛି । ଯଦି ବି ମ୍ୟାଚ୍‌ ସମୟରେ ବା ପୂର୍ବରୁ ବର୍ଷା ହୁଏ, ତେବେ ପୁରା ଷ୍ଟାଡିୟମକୁ କଭର କରାଯିବ । ଏହା ସହିତ ଷ୍ଟାଡିୟମରୁ ପାଣି ନିଷ୍କାସନ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଫୋକସ୍‌ କରାଯାଇଛି । ବର୍ଷା ହେଲେ କିପରି କମ୍‌ ସମୟ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେବ, ସେନେଇ ମଧ୍ୟ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଗୁଡ଼ିକ ଧ୍ୟାନ ଦେବାକୁ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ସିଜିନ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଘୋଷଣା କଲା BCCI, ପୁଣି ନିରାଶ ବାରବାଟୀ

ଉଲ୍ଲେଖଯୋଗ୍ୟ, ୨୦୨୩ ଦିନିକିଆ ବିଶ୍ବକପ ଭାରତ ଆୟୋଜନ କରୁଥିବା ବେଳେ ମୋଟ ୧୨ଟି ଭେନ୍ୟୁରେ ସମସ୍ତ ଖେଳ ଆୟୋଜନ କରାଯିବା ନେଇ ପ୍ରସ୍ତୁତ ହୋଇଛି ବିସିସିଆଇ । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ବିଶ୍ବକପ୍‌ର ଅଭ୍ୟାସ୍‌ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । ଏହି ସମସ୍ତ ଷ୍ଟାଡିୟମରେ ଡ୍ରେନେଜ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ବିସିସିଆଇ ରାଜ୍ୟ କ୍ରିକେଟ ବୋର୍ଡ ମାନଙ୍କୁ ନିର୍ଦ୍ଦେଶ ଦେଇଛି । କୌଣସି ପରିସ୍ଥିତିରେ ବର୍ଷା କାରଣରୁ ମ୍ୟାଚ୍‌ ପ୍ରଭାବିତ ନହେବା ଉପରେ ବିଶେଷ ଦୃଷ୍ଟି ଦେଇଛି ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.