ETV Bharat / sports

BCCI central contracts: ପୂଜାରା, ରାହାଣେ ଓ ପାଣ୍ଡ୍ୟାଙ୍କ ପଦ ଅବନତି

author img

By

Published : Mar 3, 2022, 3:59 PM IST

ଭେଟେରାନ ଭାରତୀୟ କ୍ରିକେଟର ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ ଝଟ୍‌କା । ଭାରତୀୟ କ୍ରିକେଟ ବୋର୍ଡ(BCCI) ଦ୍ବାରା ଜାରି କରାଯାଇଥିବା ସଦ୍ୟତମ ବାର୍ଷିକ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକାରେ ପଦ ଅବନତି । ଅଧିକ ପଢନ୍ତୁ

BCCI central contracts: Pujara, Rahane, Pandya demoted after underwhelming performances
BCCI central contracts: ପୂଜାରା, ରାହାଣେ ଓ ପାଣ୍ଡ୍ୟାଙ୍କ ପଦ ଅବନତି

ନୂଆଦିଲ୍ଲୀ: ଭେଟେରାନ ଭାରତୀୟ କ୍ରିକେଟର ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ ଝଟ୍‌କା । ଭାରତୀୟ କ୍ରିକେଟ ବୋର୍ଡ(BCCI) ଦ୍ବାରା ଜାରି କରାଯାଇଥିବା ସଦ୍ୟତମ ବାର୍ଷିକ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକାରେ ଏହି ଷ୍ଟାର ଖେଳାଳିଙ୍କୁ ନିଜ ମାନ୍ୟତାରୁ ତଳକୁ ଖସିବାକୁ ପଡିଛି । ବୋର୍ଡର ଆପେକ୍ସ କାଉନସିଲ୍‌ ଦ୍ବାରା ଏହି ତାଲିକା ପ୍ରସ୍ତୁତ ହୋଇଛି ।

ବିସିସିଆଇ ୪ଟି ବର୍ଗରେ ଖେଳାଳିଙ୍କୁ ବିଭକ୍ତ କରି ବାର୍ଷିକ ଦରମା ପ୍ରଦାନ କରିଥାଏ । A+ ବର୍ଗରେ ଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଓ A, B, C ବର୍ଗରେ ଥିବା ଖେଳାଳିଙ୍କୁ ଯଥାକ୍ରମେ ୫କୋଟି, ୩ କୋଟି, ଓ ଏକ କୋଟି ଟଙ୍କା ପ୍ରଦାନ କରିଥାଏ ।

ଏହାମଧ୍ୟ ପଢନ୍ତୁ: BCCIର ଜେନେରାଲ୍ ମ୍ୟାନେଜର ହେଲେ ଆବି କୁରୁଭିଲା

ଉଭୟ ରାହାଣେ ଓ ପୂଜାରା ଗତ ସିଜିନରେ ପ୍ରଭାବୀ ପ୍ରଦର୍ଶନ କରିନପାରି ଟେଷ୍ଟ ସ୍କ୍ବାଡ୍‌ରୁ ନିଜ ସ୍ଥାନ ହରାଇଥିଲେ । ଯାହାଫଳରେ ସଦ୍ୟତମ ଚୁକ୍ତି ତାଲିକାରେ ଗ୍ରେଡ୍‌ 'A'ରୁ ଗ୍ରେଡ୍‌ 'B'ରୁ ଖସିଛନ୍ତି ରାହାଣେ ଓ ପୂଜାରା । ତେବେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା, ପୂର୍ବତନ କ୍ୟାପେଟନ ବିରାଟ କୋହଲି ଓ ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା ୩ଜଣ ଖେଳାଳି ଭାବେ A+ ବର୍ଗରେ ସ୍ଥାନ ପାଇଛନ୍ତି ।

ଅନ୍ୟପଟେ ୨୦୨୧ଟି-୨୦ ବିଶ୍ବକପ ପରଠାରୁ ଭାରତ ପାଇଁ କୌଣସି ମ୍ୟାଚ୍‌ ଖେଳିନଥିବା ଆହତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 'A' ବର୍ଗରୁ 'C'କୁ ଖସିଆସିଛନ୍ତି । ସେହିପରି ଟିମ ମ୍ୟାନେଜମେଣ୍ଟ ଦ୍ବାରା କେବଳ ODI ଟିମ ପାଇଁ ଉପଲବ୍ଧ ଥିବା ଓପନର ଶିଖର ଧାୱନଙ୍କୁ ମଧ୍ୟ 'A' ବର୍ଗରୁ ବାଦ୍‌ ପଡିବା ସହ 'C' ବର୍ଗରେ ସନ୍ତୁଷ୍ଟ ହେବାକୁ ପଡିଛି । ୱିକେଟ କିପର ବ୍ୟାଟ୍‌ର ରିଦ୍ଧିମାନ ଶାହା ନିଜର 'B' ବର୍ଗରୁ 'C'କୁ ଖସିଛନ୍ତି । ଦ୍ରୁତ ବୋଲର ନବଦୀପ ସାଇନି ଓ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ତାଲିକାରୁ ବାଦ୍‌ ପଡିଛନ୍ତି ।

ପ୍ରତ୍ୟେକ ବର୍ଗର ସଂପୂର୍ଣ୍ଣ ତାଲିକା:-

A+ - ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରା

A - ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, କେଏଲ ରାହୁଲ, ମହମ୍ମଦ ସାମି, ଋଷଭ ପନ୍ତ

B - ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା

C - ଶିଖର ଧାୱନ, ଉମେଶ ଯାଦବ, ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଦୀପକ ଚହର, ଶୁଭମନ ଗିଲ୍‌, ହନୁମା ବିହାରୀ, ୟୁଜଭେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ଶାହା, ମୟଙ୍କ ଅଗ୍ରୱାଲ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.