ନୂଆଦିଲ୍ଲୀ: 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଟିମ ପାଇଁ(U-19 Team Members) ଭାରତୀୟ କ୍ରିକେଟ ବୋର୍ଡ(BCCI)ର ପୁରସ୍କାର ରାଶି ଘୋଷଣା । ବିଶ୍ବ ବିଜୟୀ ଭାରତୀୟ ୧୯ ବର୍ଷରୁ କମ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ୪୦ଲକ୍ଷ ଲେଖାଏଁ ଓ ସପୋର୍ଟ ଷ୍ଟାଫ୍ଙ୍କୁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ବୋର୍ଡ । ଶନିବାର ଇଂଲଣ୍ଡକୁ ଫାଇନାଲ ମୁକାବିଲାରେ ହରାଇ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟେଲ ହାତେଇଥିଲା ୟଶ ଧୂଲଙ୍କ ନେତୃତାଧୀନ ଭାରତୀୟ ଟିମ ।
-
NEWS - The BCCI has announced cash rewards for the victorious India U19 team. The following is the breakdown of prize money -
— BCCI (@BCCI) February 6, 2022 " class="align-text-top noRightClick twitterSection" data="
Members of India U19 team – INR 40 lakhs each.
Members of the Support Staff, India U19 – INR 25 lakhs each.
More details here - https://t.co/ySaGBQxVt4 pic.twitter.com/v0Wxi4RlZg
">NEWS - The BCCI has announced cash rewards for the victorious India U19 team. The following is the breakdown of prize money -
— BCCI (@BCCI) February 6, 2022
Members of India U19 team – INR 40 lakhs each.
Members of the Support Staff, India U19 – INR 25 lakhs each.
More details here - https://t.co/ySaGBQxVt4 pic.twitter.com/v0Wxi4RlZgNEWS - The BCCI has announced cash rewards for the victorious India U19 team. The following is the breakdown of prize money -
— BCCI (@BCCI) February 6, 2022
Members of India U19 team – INR 40 lakhs each.
Members of the Support Staff, India U19 – INR 25 lakhs each.
More details here - https://t.co/ySaGBQxVt4 pic.twitter.com/v0Wxi4RlZg
ଏହାମଧ୍ୟ ପଢନ୍ତୁ: ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର
ଏକ ବିବୃତିରେ BCCI ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, "ସମସ୍ତ ବିଭାଗରେ ଭାରତୀୟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି ଓ ଟୁର୍ନାମେଣ୍ଟର ଅପରାଜେୟ ଟିମ ଭାବେ ପଞ୍ଚମ ବିଶ୍ବକପ ଟ୍ରଫି ଜିତିବାର ହକଦାର ହୋଇଛି । ଟିମର ଏକାଧିକ ଖେଳାଳି COVID-୧୦ ସଂକ୍ରମିଟ ସତ୍ତ୍ବେ, ସକରାତ୍ମକ ମନୋବଳ ସହ ପ୍ରତ୍ୟାବର୍ତ୍ତନ କରିଥିଲା ଟିମ । ଅସୀମ ଧୈର୍ଯ୍ୟ ଓ ବିଜୟ ପ୍ରତି ବଳିଷ୍ଠ ପ୍ରତିବଦ୍ଧତା ସହ ଅବିଶ୍ବସନୀୟ ପ୍ରଦର୍ଶନ କରିଛି ଟିମ ।"
ଟିମର ଏହି ଚମତ୍କାର ପ୍ରଦର୍ଶନ ପାଇଁ ମୁଖ୍ୟ କୋଚ୍ ହୃଷିକେଶ କାନିତକର, ଅନ୍ୟ କୋଚିଂ ଗ୍ରୁପ ସଦସ୍ୟ, ସପୋର୍ଟ ଷ୍ଟାଫ୍ ଓ ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଏହି ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।
କ୍ୟାପଟେନ ୟଶ ଧୂଲଙ୍କ ସମେତ ୬ଜଣ ଖେଳାଳି COVID-19 ସଂକ୍ରମିତ ଚିହ୍ନଟ ହୋଇ ଟିମରୁ ବାଦ୍ ପଡିଥିଲେ । ଫଳରେ ଟୁର୍ନାମେଣ୍ଟର ଗ୍ରୁପ ପର୍ଯ୍ୟାୟର କିଛି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଖେଳିବାକୁ ବାଧ୍ୟ ହୋଇଥିଲା ଭାରତୀୟ ଟିମ । ଏହାସତ୍ତ୍ବେ ଟିମ ଟ୍ରଫି ହାତେଇବାକୁ ସଫଳ ହୋଇଛି ।