ETV Bharat / sports

Asia Cup 2023: ୧୭ ଜଣିଆ ସ୍କ୍ବାଡ୍‌ ଘୋଷଣା କଲା BCCI, ଦଳକୁ ଫେରିଲେ ଏହି ୨ ଷ୍ଟାର ଖେଳାଳି

ଏସିଆ କପ 2023 ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଅଧିକ ପଢନ୍ତୁ

author img

By

Published : Aug 21, 2023, 2:25 PM IST

BCCI announces Indias Asia Cup 2023 squad
18 ଜଣିଆ ସ୍କ୍ବାଡ ଘୋଷଣା କଲା BCCI

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଏନେଇ ୧୭ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ କରାଯାଇଛି । କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି । ତିଲକ ବର୍ମାଙ୍କୁ ଏସିଆ କପ୍‌ ସ୍କ୍ବାଡ୍‌ରେ ସ୍ଥାନ ମିଳିଛି । ସଞ୍ଜୁ ସାମସନ ଷ୍ଟାଣ୍ଡବାଏ ଖେଳାଳି ଭାବେ ରହିଛନ୍ତି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି BCCI ।

  • Rohit Sharma (Captain), Shubman Gill, Virat Kohli, Shreyas Iyer, Suryakumar Yadav, Tilak Varma, KL Rahul, Ishan Kishan, Hardik Pandya (VC), Ravindra Jadeja, Shardul Thakur, Axar Patel, Kuldeep Yadav, Jasprit Bumrah, Mohd. Shami, Mohd. Siraj, Prasidh Krishna

    Traveling stand-by…

    — BCCI (@BCCI) August 21, 2023 " class="align-text-top noRightClick twitterSection" data=" ">

ଭାରତୀୟ ଦଳ ଘୋଷଣା ନେଇ ବିଳମ୍ବ ହୋଇଥିଲା ମାତ୍ର ଆଜି ଏସିଆ କପ୍‌ ପାଇଁ ଦଳ ଘୋଷଣା ହୋଇଛି । BCCI ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଆଜି ଚୟନ କମିଟି ବୈଠକ ବସିଥିଲା । ଏହାପରେ ଦଳ ଘୋଷଣା ହୋଇଛି । ଦୀର୍ଘ ଦିନ ପରେ ଦଳରୁ ବାଦ୍‌ ପଡ଼ିଥିବା କେଏଲ ରାହୁଲ ଓ ଶ୍ରେୟସ ଆୟର ଦଳକୁ ଫେରିଛନ୍ତି । ତିଲକ ବର୍ମାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ନେତୃତ୍ବ ନେଇଥିବା ବୁମ୍‌ରା ମଧ୍ୟ ଭାରତୀୟ ସ୍କ୍ବାଡ୍‌ରେ ସ୍ଥାନ ପାଇଛନ୍ତି । ଚୟନ କମିଟି ବୈଠକରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ସାମିଲ ଥିଲେ ।

  • #WATCH | BCCI chief selector Ajit Agarkar announces Indian Men's Cricket team for Asia Cup 2023

    "Rohit Sharma (C), Shubman Gill, Virat Kohli, Shreyas Iyer, KL Rahul, Suryakumar Yadav, Tilak Varma, Ishan Kishan, Hardik Pandya (VC), Ravindra Jadeja, Shardul Thakur, Axar Patel,… pic.twitter.com/hG6Y6YkZQr

    — ANI (@ANI) August 21, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asia Cup 2023: ଅଗଷ୍ଟ 30ରୁ ଆରମ୍ଭ, ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା

ଏସିଆ କପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେଏଲ ରାହୁଲ, ଇଶାନ କସାନ, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ରବୀନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ଷ୍ଟାଣ୍ଡ ବାଏ ଖେଳାଳି: ସଞ୍ଜୁ ସାମସନ୍‌

ପ୍ରକାଶ ଥାଉ କି, ଆସ୍ତନ୍ତା ଅଗଷ୍ଟ 30ରୁ ଦିନିକିଆ ଏସିଆ କପ କ୍ରିକେଟ ଆରମ୍ଭ ହେବ । ସେପ୍ଟେମ୍ବର 2ରେ କାଣ୍ଡିରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ଲଢେଇ ହେବ । ସେପ୍ଟେମ୍ବର 17 ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଉଦଘାଟନୀ ମ୍ୟାଚ୍‌ ନେପାଳ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହାପରେ ସେପ୍ଟେମ୍ବର 4 ତାରିଖରେ ନେପାଳ ବିପକ୍ଷରେ ଖେଳିବ । ଗ୍ରୁପ ପର୍ଯ୍ୟାୟରେ ମୋଟ 6ଟି ମ୍ୟାଚ୍‌ ଖେଳାଯିବ । ପ୍ରତି ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ ।

ହ୍ରାଇବ୍ରିଡ୍‌ ଫର୍ମାଟରେ ପାକିସ୍ତାନର ମୁଲତାନ ଓ ଲାହୋର ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ସମସ୍ତ ମ୍ୟାଚ ଖେଳାଯିବ । ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏ ଦଳ ସୁପର-4 ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ ରବିନ ଫର୍ମାଟରେ ସୁପର-4 ରାଉଣ୍ଡ୍‌ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ । ଏସିଆ କପର 16ତମ ସଂସ୍କରଣରେ ଭାରତୀୟ ଦଳ ଦମଦାର ପ୍ରସ୍ତୁତି ସହ ମୈଦାନକୁ ଓହ୍ଲାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.