ହାଇଦ୍ରାବାଦ: ଗତ ୨୦୨୨ରେ ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କର ନାମ ଜାରି କଲା BCCI (Board of Control for Cricket in India) । ବ୍ୟାଟର ସୂର୍ଯ୍ୟକୁମାର ଯାଦବ (Surya Kumar Yadav) ଓ ଦ୍ରୁତ ବୋଲର ଭୁବନେଶ୍ବର କୁମାର (Bhuvneswar Kumar)ଙ୍କୁ ୨୦୨୨ରେ ଟି୨୦ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଭାବେ ଚୟନ କରିଛି BCCI ।
-
🏏 @surya_14kumar and @BhuviOfficial are our Top Performers in T20Is for 2022 👏💪#TeamIndia pic.twitter.com/pRmzxl8TDm
— BCCI (@BCCI) December 31, 2022 " class="align-text-top noRightClick twitterSection" data="
">🏏 @surya_14kumar and @BhuviOfficial are our Top Performers in T20Is for 2022 👏💪#TeamIndia pic.twitter.com/pRmzxl8TDm
— BCCI (@BCCI) December 31, 2022🏏 @surya_14kumar and @BhuviOfficial are our Top Performers in T20Is for 2022 👏💪#TeamIndia pic.twitter.com/pRmzxl8TDm
— BCCI (@BCCI) December 31, 2022
ସୂର୍ଯ୍ୟକୁମାରଙ୍କ ୧ ହଜାର ରନ ପୂରଣ
ବର୍ଷ ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ସମୁଦାୟ ୩୧ଟି ଟି୨୦ ମ୍ୟାଚ ଖେଳିଥିବା ବେଳେ ୧୧୬୪ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ବିପକ୍ଷରେ ୧୧୭ ରନ ସୂର୍ଯ୍ୟକୁମାରଙ୍କର ସବୁଠାରୁ ବଡ଼ ସ୍କୋର୍ ରହିଥିଲା । ଏହା ସହିତ ସେ ୨୦୨୨ ବର୍ଷରେ ୨ଟି ଶତକ ଓ ୯ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଟି୨୦ ଫର୍ମାଟରେ ଗୋଟିଏ ବର୍ଷରେ ୧ ହଜାର ରନ ସଂଗ୍ରହ କରିବାରେ ସେ ଭାରତରେ ପ୍ରଥମ ଓ ବିଶ୍ବରେ ଦ୍ବିତୀୟ ବ୍ୟାଟର ହୋଇଛନ୍ତି ।
-
A look at #TeamIndia's Top Performers in Test cricket for the year 2⃣0⃣2⃣2⃣ 🫡@RishabhPant17 @Jaspritbumrah93 pic.twitter.com/YpUi2rjo3P
— BCCI (@BCCI) December 31, 2022 " class="align-text-top noRightClick twitterSection" data="
">A look at #TeamIndia's Top Performers in Test cricket for the year 2⃣0⃣2⃣2⃣ 🫡@RishabhPant17 @Jaspritbumrah93 pic.twitter.com/YpUi2rjo3P
— BCCI (@BCCI) December 31, 2022A look at #TeamIndia's Top Performers in Test cricket for the year 2⃣0⃣2⃣2⃣ 🫡@RishabhPant17 @Jaspritbumrah93 pic.twitter.com/YpUi2rjo3P
— BCCI (@BCCI) December 31, 2022
୩୭ ୱିକେଟ ନେଇଛନ୍ତି ଭୁବନେଶ୍ବର
ଦ୍ରୁତ ବୋଲର ଭୁବନେଶ୍ବର କୁମାର ବର୍ଷ ୨୦୨୨ରେ ୩୨ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ସେ ୩୭ଟି ୱିକେଟ ସଂଗ୍ରହ କରିଛନ୍ତି । ଭାରତୀୟ ଦଳ ୨୦୨୩ ବର୍ଷର ଅଭିଯାନ ଆସନ୍ତା ଜାନୁଆରୀ ୩ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ କରିବ । ଏହି ସିରିଜ୍ରେ ୩ଟି ଲେଖାଏଁ ଟି୨୦ ଓ ଦିନିକିଆ ମ୍ୟାଚ ଖେଳାଯିବ ।
-
🏏@ShreyasIyer15 & @mdsirajofficial lead the charts for the Top Performers in ODIs in 2⃣0⃣2⃣2⃣ 🫡#TeamIndia pic.twitter.com/ZQyNsen8kP
— BCCI (@BCCI) December 31, 2022 " class="align-text-top noRightClick twitterSection" data="
">🏏@ShreyasIyer15 & @mdsirajofficial lead the charts for the Top Performers in ODIs in 2⃣0⃣2⃣2⃣ 🫡#TeamIndia pic.twitter.com/ZQyNsen8kP
— BCCI (@BCCI) December 31, 2022🏏@ShreyasIyer15 & @mdsirajofficial lead the charts for the Top Performers in ODIs in 2⃣0⃣2⃣2⃣ 🫡#TeamIndia pic.twitter.com/ZQyNsen8kP
— BCCI (@BCCI) December 31, 2022
ଋଷଭ ପନ୍ତ ଓ ବୁମ୍ରା ଟେଷ୍ଟର ଶ୍ରେଷ୍ଠ ଖେଳାଳି
ୱିକେଟ କିପର ଓ ବ୍ୟାଟର ଋଷଭ ପନ୍ତ(Rishabh Pant) ଓ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା(Jaspreet Bumrah)ଙ୍କୁ ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରିଛି BCCI । ଋଷଭ ପନ୍ତ ବର୍ଷ ୨୦୨୨ରେ ୭ଟି ମ୍ୟାଚ ଖେଳି ୬୧.୮୧ ହାରରେ ୬୮୦ ରନ୍ ସଂଗ୍ରହ କରିଛନ୍ତି । ୨୦୨୨ରେ ତାଙ୍କର ବେଷ୍ଟ ସ୍କୋର୍ ୧୪୬ ରହିଛି । ସେହିଭଳି ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା ୫ଟି ମ୍ୟାଚ ଖେଳି ୨୨ଟି ୱିକେଟ ନେଇଛନ୍ତି ।
ଶ୍ରେୟସ ଓ ସିରାଜ ଦିନିକିଆରେ ଶ୍ରେଷ୍ଠ
ଭାରତ ପାଇଁ ଦିନିକିଆ ଫର୍ମାଟରେ ଯୁବ ତାରକା ଶ୍ରେୟସ ଆୟର (Shreyas Iyer)ଙ୍କୁ ଶ୍ରେଷ୍ଠ ବ୍ୟାଟର ଓ ମହମ୍ମଦ ସିରାଜ (Mohammed Siraj)ଙ୍କୁ ଶ୍ରେଷ୍ଠ ବୋଲର ଭାବେ ଚୟନ କରିଛି BCCI । ଆୟର ୧୭ଟି ମ୍ୟାଚ ଖେଳି ୧୧୩ ଉଚ୍ଚତମ ସ୍କୋର ସହିତ ୭୨୪ ରନ ସଂଗ୍ରହ କରିଥିବା ବେଳେ ସିରାଜ ୧୫ ମ୍ୟାଚ ଖେଳି ୨୪ ୱିକେଟ ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ