ETV Bharat / sports

Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି - ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟରୁ ପୂଜାରାଙ୍କୁ ଛୁଟି ମିଳିଥିବା ବେଳେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି ସଞ୍ଜୁ ସାମସନ । ଅଧିକ ପଢ଼ନ୍ତୁ

Indian Team for West Indies Tour
Indian Team for West Indies Tour
author img

By

Published : Jun 24, 2023, 7:42 AM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ରହିବେ ବୋଲି ସ୍ପଷ୍ଟ ହୋଇଛି । ତେବେ ଟେଷ୍ଟ ବିଶେଷଜ୍ଞ ଭାବେ ପରିଚିତ ବ୍ୟାଟର ଚେତେଶ୍ବର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ଯାହାକୁ ନେଇ ପୂଜାରାଙ୍କ କ୍ୟାରିୟରକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । WTC ଫାଇନାଲରେ ଦଳକୁ ଫେରି ଭଲ ପ୍ରଦର୍ଶନ କରିଥିବା ଆଜିଙ୍କ୍ୟ ରାହାଣେଙ୍କୁ ବଡ଼ ଦାୟିତ୍ବ ଦେଇଛି ବିସିସିଆଇ । ରାହାଣେଙ୍କୁ ଟେଷ୍ଟ ସିରିଜ୍ ପାଇଁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେପଟେ ୧୭ ଜଣିଆ ଦିନିକିଆ ସ୍କ୍ବାଡରେ ୱିକେଟ ରକ୍ଷକ ବ୍ୟାଟର ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି ।

  • India’s ODI Squad: Rohit Sharma (Capt), Shubman Gill, Ruturaj Gaikwad, Virat Kohli, Surya Kumar Yadav, Sanju Samson (wk), Ishan Kishan (wk), Hardik Pandya (VC), Shardul Thakur, R Jadeja, Axar Patel, Yuzvendra Chahal, Kuldeep Yadav, Jaydev Unadkat, Mohd. Siraj, Umran Malik, Mukesh… pic.twitter.com/PGRexBAGFZ

    — BCCI (@BCCI) June 23, 2023 " class="align-text-top noRightClick twitterSection" data=" ">

ତେବେ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଯୁବ ତାରକା ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକୱାଡ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ୍ ପାଇଁ ଯଶସ୍ବୀଙ୍କୁ ଅତିରିକ୍ତ ତାଲିକାରେ ରଖାଯାଇଥିଲା । ଋତୁରାଜଙ୍କୁ ମଧ୍ୟ ପ୍ରଥମେ WTC ଅତିରିକ୍ତ ଖେଳାଳୀ ଭାବେ ଚୟନ କରାଯାଇଥିଲା । ହେଲେ ବିବାହ କାରଣରୁ ସେ ଦଳରେ ଯୋଗ ଦେଇ ପାରିନଥିଲେ । ଉଭୟ ଜୟସ୍ବାଲ ଏବଂ ଋତୁରାଜଙ୍କ ମଧ୍ୟରୁ ଯିଏ ବି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ, ତାଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିଛି ବିସିସିଆଇ ।

  • NEWS - India’s squads for West Indies Tests and ODI series announced.

    TEST Squad: Rohit Sharma (Capt), Shubman Gill, Ruturaj Gaikwad, Virat Kohli, Yashasvi Jaiswal, Ajinkya Rahane (VC), KS Bharat (wk), Ishan Kishan (wk), R Ashwin, R Jadeja, Shardul Thakur, Axar Patel, Mohd.… pic.twitter.com/w6IzLEhy63

ସେପଟେ ଦ୍ରୁତ ବୋଲର ମୁକେଶ କୁମାର ଏବଂ ନବଦୀପ ସୈନିଙ୍କୁ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଅଭିଜ୍ଞ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଦିନିକିଆ ଦଳରେ ମଧ୍ୟ ଋତୁରାଜ ଗାଏକୱାଡଙ୍କୁ ସ୍ଥାନ ମିଳିଥିବା ବେଳେ ଦ୍ରୁତ ବୋଲର ଜୟଦେବ ଉନାଦକଟ ଏବଂ ମୁକେଶ କୁମାରଙ୍କୁ ମଧ୍ୟ ଚୟନ କରାଯାଇଛି ।

ପ୍ରକାଶ ଥାଉ କି ଆସନ୍ତା ମାସ ଦ୍ବିତୀୟ ସପ୍ତାହରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଯାକ ଫର୍ମାଟ୍‌ରେ 3ଟି ଶୃଙ୍ଖଳା ଖେଳିବା ପାଇଁ ଆସନ୍ତା ମାସ ପ୍ରଥମ ସପ୍ତାହରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ଭାରତୀୟ ଦଳ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ ଟି୨୦ ମ୍ୟାଚ୍ ଖେଳିବ । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଆଗାମୀ ଦିନରେ ଦଳ ଘୋଷଣା ହେବ ବୋଲି କୁହାଯାଇଛି ।

ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେଏସ୍ ଭରତ (ୱିକେଟ୍ କିପର), ଈଶାନ କିଶାନ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସୈନି ।

ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଈଶାନ କିଶାନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.