ETV Bharat / sports

ACC Board Meeting: ୨୦୨୩ କ୍ୟାଲେଣ୍ଡର ନେଇ ବୈଠକ କରିବେ BCCI ଏବଂ PCB !

author img

By

Published : Jan 24, 2023, 7:26 PM IST

PCB ଏକ ଆପତକାଳୀନ ବୈଠକ ପାଇଁ ଏସିଆ କ୍ରିକେଟ ପରିଷଦ ଅନୁରୋଧ କରିଛି । ଯାହାକୁ PCB ଅଧ୍ୟକ୍ଷ ନଜମ ସେଠୀ ଆସନ୍ତା ମାସରେ ଆୟୋଜନ କରିବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ

BCCI
BCCI

ହାଇଦ୍ରାବାଦ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ପରିଷଦ ମଧ୍ୟରେ ଆସନ୍ତା ଫେବୃଆରୀ ୪ ତାରିଖରେ ଏକ ବୈଠକ ଡକାଯାଇଛି । ଏହି ବୈଠକ ଏସିଆ କ୍ରିକେଟ ପରିଷଦ ତରଫରୁ ବସିବାକୁ ଯାଉଛି । ଏହି ବୈଠକ ପଛରେ ମୂଳ କାରଣ ରହିଛି କି ବିସିସିଆଇ ସଚିବ ତଥା ACC ଅଧ୍ୟକ୍ଷ ଜୟ ଶାହା ୨୦୨୩ ବର୍ଷ ପାଇଁ ACC କ୍ୟାଲେଣ୍ଡର ଘୋଷଣା କରିଛନ୍ତି । ଜୟ ଶାହା ଯେବେଠୁ ୨୦୨୩ ବର୍ଷ ପାଇଁ ACC କ୍ୟାଲେଣ୍ଡର ଘୋଷଣା କରିଛନ୍ତି ସେବେଠୁ PCB ACC ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଅଭିଯୋଗ ଆଣିଛି ଯେ PCBକୁ ACC କ୍ୟାଲେଣ୍ଡର ବାବଦରେ ଅବଗତ ନ କରାଯାଇ ତାହାକୁ ଘୋଷଣା କରାଯାଇଥିଲା ।

ସୂତ୍ର ଅନୁସାରେ, PCB ଏକ ଆପତକାଳୀନ ବୈଠକ ପାଇଁ ଏସିଆ କ୍ରିକେଟ ପରିଷଦ ଅନୁରୋଧ କରିଛି । ଯାହାକୁ PCB ଅଧ୍ୟକ୍ଷ ନଜମ ସେଠୀ ଆସନ୍ତା ମାସରେ ଆୟୋଜନ କରିବା ପାଇଁ କହିଛନ୍ତି । PCB ଅଧ୍ୟକ୍ଷ ଏକ ଟିଭି ସୋରେ କହିଥିଲେ ଯେ ବହୁ ଦିନ ହେବ ଏସିଆ କ୍ରିକେଟ ପରିଷଦ ପକ୍ଷରୁ କୌଣସି ବୈଠକ ବସିନାହିଁ । କିନ୍ତୁ ACC ରେ ଥିବା ସଦସ୍ୟ ଦେଶଗୁଡିକର ବିନା ଅନୁମତିରେ ବୋର୍ଡର ସବୁ କିଛି ନିଷ୍ପତ୍ତି ନିଆଯାଉଛି । ତାହା ମଧ୍ୟରୁ ୨୦୨୩ ବର୍ଷ ପାଇଁ ACC କ୍ୟାଲେଣ୍ଡର ଘୋଷଣା । ଏବେ ସବୁଠୁ ବଡ କଥା ଏହା ହେଉଛି କି ଏସିଆ କ୍ରିକେଟ ପରିଷଦର ( Asian Cricket Council ) ଏକ ବୈଠକ ପାଇଁ ରାଜି କରାଯାଇଛି ।

ତେବେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ପରିଷଦ ମଧ୍ୟରେ ଆସନ୍ତା ମାସରେ ଏକ ବୈଠକ ହେବା ନେଇ ଯୋଜନା ରହିଛି । ଏହି ଦୁଇ ବୋର୍ଡ ମଧ୍ୟରେ ଲାଗିଥିବା ବିବାଦ କାରଣ ଏସିଆ କପ ୨୦୨୩ । ଯାହା ସେପ୍ଟେମ୍ବରରେ ପାକିସ୍ତାନରେ ଆୟୋଜନ ହେବାକୁ ଥିଲା । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଏନେଇ କହିଥିଲେ ଯେ ଟିମ ଇଣ୍ଡିଆ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ । ଏସିଆ କପକୁ ପାକିସ୍ତାନ ବ୍ୟତୀତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ସେପଟେ ଏହାର ଜବାବରେ ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା କହିଥିଲେ ଯଦି ଏପରି ହୁଏ ତାହାଲେ ପାକିସ୍ତାନ ମଧ୍ୟ ଦିନିକିଆ କ୍ରିକେଟ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ । ଏହା ପରେ ଜୟ ଶାହା ACCର ଅଧ୍ୟକ୍ଷ ରହିଥିବା ବେଳେ ୨୦୨୩ ବର୍ଷ ପାଇଁ ACC କ୍ୟାଲେଣ୍ଡର ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.