ETV Bharat / sports

ଲିଜେଣ୍ଡ୍ସ ଲିଗ ପାଇଁ ପ୍ରସ୍ତୁତ ବାରବାଟୀ

author img

By

Published : Sep 25, 2022, 8:19 PM IST

ସୋମବାରଠରୁ ବାରବାଟୀରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ । ଏନେଇ ବାରବାଟୀରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ଲିଜେଣ୍ଡ୍ସ ଲିଗ ପାଇଁ ବାରବାଟୀ ପ୍ରସ୍ତୁତ
ଲିଜେଣ୍ଡ୍ସ ଲିଗ ପାଇଁ ବାରବାଟୀ ପ୍ରସ୍ତୁତ

କଟକ: ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିଠାରୁ(ସୋମବାର) ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ ( Legends League Cricket ) । ଏନେଇ ବାରବାଟୀରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗ୍ୟାଲେରୀ, ଲାଇଟ, ପ୍ରେସ ବକ୍ସ, କ୍ଳବ ହାଉସ ସବୁ ଦିଗରେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ମ୍ୟାଚର ସୁରକ୍ଷା ଦିଗକୁ ଦୃଷ୍ଟିର ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ୪୦ ସେକ୍ସନ ପୋଲିସ ଫର୍ସ ମୁତୟନ କରାଯାଇଛି । ସେପ୍ଟେମ୍ବର ୨୬, ୨୭, ୨୯ ତିନି ଦିନ ଧରି ଖେଳାଯିବ ଏହି ମ୍ୟାଚ୍‌ । ପ୍ରଥମ ମୁକାବିଲା ମଣିପାଲ ଟାଇଗର୍ସ ବନାମ ଭିଲୱାରା କିଙ୍ଗସ ମଧ୍ୟରେ ଖେଳାଯିବ ।

ତିନିଦିନ ଧରି ହେବକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲିଜେଣ୍ଡ୍ସ ଲିଗ ଖେଳାଯିବା ନେଇ ଓସିଏ ଏବଂ ଲିଜେଣ୍ଡ୍ସ ଲିଗ ଆୟୋଜକ ସହିତ କମିଶନରେଟ ପୋଲିସର ବୈଠକ ବସିଥିଲା । ଲିଜେଣ୍ଡ୍ସ ଲିଗ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କଟକ କମିଶନରେଟ ପୋଲିସ । ଖେଳାଳିଙ୍କ ଷ୍ଟାଡିୟମ ଆସିବାଠୁ ଆରମ୍ଭ କରି ଖେଳ ପରିଚାଳନା ଏବଂ ଯିବା ପର୍ଯ୍ୟନ୍ତ ସବୁ ଦିଗରେ ନଜର ରଖିବ ପୋଲିସ । ମୋଟ 40 ସେକସନ ଫୋର୍ସ ଏହି ମ୍ୟାଚର ସୁରକ୍ଷା ଦିଗରେ ମୁତୟନ ରହିବେ ।

ଏହାସହ ଅନ୍ୟାନ୍ୟ ଅତରିକ୍ତ ଡିସିପି, ଏସପି ରାଙ୍କର ପୋଲିସ ଅଧିକାରୀ ମଧ୍ୟ ଖେଳାଳିଙ୍କ ସୁରକ୍ଷାରେ ମୁତୟନ ରହିବେ । ଟୁର୍ଣ୍ଣାମେଣ୍ଟର ଖେଳାଳିମାନେ ଭୁବନେଶ୍ବରରେ ରହିବେ । ହେଲେ ସେମାନେ ଖେଳିବା ପାଇଁ କଟକ ବାରବାଟୀକୁ ଆସିବେ । ଭେଟରାନ କ୍ରିକେଟର ତଥା କ୍ରିକେଟରୁ ଅବସର ନେଇ ସାରିଥିବା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି କ୍ରିକେଟ ଲିଗର 3ଟି ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । 4 ଟି ଟିମ ପରସ୍ପର ସହିତ ମୁଁହାଁମୁହିଁ ହେବେ । ମୋଟ 6ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ଏଥିରେ କଟକ ସାମିଲ ରହିଛି । ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବିଶ୍ବର ଜଣାଶୁଣା କ୍ରିକେଟରଙ୍କୁ ନେଇ ଏହି ଲିଡେଣ୍ଡ୍ସ କ୍ରିକେଟ ଲିଗ ଅନୁଷ୍ଠିତ ହୋଇଛି । ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ସେପ୍ଟେମ୍ବର ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଏବଂ ଭିଲୱାରା କିଙ୍ଗ୍ସ ମୁହାଁମୁହିଁ ହେବେ । ସେପ୍ଟେମ୍ବର ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ମଣିପାଲ ଟାଇଗର୍ସ ମଧ୍ୟରେ ଟକ୍କର ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.