ମୀରପୁର: ବାଂଲାଦେଶ ବିପକ୍ଷରେ ଭାରତକୁ ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତିବା ପାଇଁ ଭାରତକୁ ୧୦୦ ରନ ଆବଶ୍ୟକ । ଦ୍ବିତୀୟ ଇନିଂସରେ ଭାରତ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟଷ୍ଟ ମ୍ୟାଚ ଜାରି ରହିଛି । ଆଜି(ଶନିବାର) ମ୍ୟାଚର ତୃତୀୟ ଦିନ ରହିଥିଲା । ତୃତୀୟ ଦିନର ୱିକେଟ ଅପସାରଣ ବେଳକୁ ଭାରତ ୨୩ ଓଭରରେ ୪ ଟି ୱିକେଟ ହରାଇ ୪୫ ରନ କରିଛି । ଅକ୍ଷର ପଟେଲ ସର୍ବାଧିକ ୨୬ ରନ କରି ଅପରାଜିତ ରହିଛନ୍ତି ।
-
Stumps on Day 3️⃣ of the second #BANvIND Test.#TeamIndia move to 45/4 & require 100 runs to win with @akshar2026 & @JUnadkat at the crease.
— BCCI (@BCCI) December 24, 2022 " class="align-text-top noRightClick twitterSection" data="
Scorecard - https://t.co/CrrjGfXPgL pic.twitter.com/d9w83R8qLt
">Stumps on Day 3️⃣ of the second #BANvIND Test.#TeamIndia move to 45/4 & require 100 runs to win with @akshar2026 & @JUnadkat at the crease.
— BCCI (@BCCI) December 24, 2022
Scorecard - https://t.co/CrrjGfXPgL pic.twitter.com/d9w83R8qLtStumps on Day 3️⃣ of the second #BANvIND Test.#TeamIndia move to 45/4 & require 100 runs to win with @akshar2026 & @JUnadkat at the crease.
— BCCI (@BCCI) December 24, 2022
Scorecard - https://t.co/CrrjGfXPgL pic.twitter.com/d9w83R8qLt
ଭାରତ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚର ଆଜି ତୃତୀୟ ଦିନ । ବାଂଲାଦେଶ ଦ୍ବିତୀୟ ଇନିଂସରେ ୨୩୧ ରନ କରି ଅଲ ଆଉଟ ହୋଇଛି । ସିରିଜ କ୍ଲିନ ସ୍ବିପ କରିବା ପାଇଁ ଭାରତ ୧୦୦ ରନ ଦୂରରେ ରହିଛି । ଦ୍ବିତୀୟ ଇନିଂସରେ ବାଂଲାଦେଶର ମେହିଦି ହାସନ ମିରାଜଙ୍କ ଘାତକ ବୋଲିଂ ବଳରେ ଟିମ ଇଣ୍ଡିଆର ପ୍ରଥମ ଅର୍ଡର ଧରାଶାୟୀ ହୋଇଛି । ଓପନର ଶୁଭମନ ଗିଲ ଓ ଲୋକେଶ ରାହୁଲ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ବିଫଳ ରହିଥିଲେ । ସେହିପରି ଚେତେଶ୍ବର ପୂଜାରା ଓ ବିରାଟ କୋହଲି ମଧ୍ୟ ନିରାଶ କରିଛନ୍ତି । ଉଭୟ କ୍ରମଶଃ ୬ ଓ ୧ ରନ କରିଆଉଟ ହୋଇଛନ୍ତି । ତୃତୀୟ ଦିନରେ ୱିକେଟ ଅପସାରଣ ଭାରତର ସଙ୍କଟମୋଚକ ସାଜିଥିଲେ ଅକ୍ଷର ପଟେଲ । ସେ ସର୍ବାଧିକ ୨୬ ରନ କରି ଅପରାଜିତ ରହିଛନ୍ତି । ସେହିପରି ଜୟଦେବ ଉନଦକତ ୩ ରନ କରି ନଟଆଉଟ ରହିଛନ୍ତି । ତେବେ ଭାରତ ପାଇଁ ଶେଷ ଭରସା ଭାବେ ରହିଛନ୍ତି ଋଷଭ ପନ୍ତ ଏବଂ ଶ୍ରେୟସ୍ ଆୟାର ।
ମେହିଦି ହାସନ ମିରାଜ ଭାରତର ବ୍ୟାଟିଂ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲେ । ସେ ଆଜି ସର୍ବାଧିକ ୩ ଟି ୱିକେଟ ହାସଲ କରିଛନ୍ତି । ସେପଟେ ଦ୍ବିତୀୟ ଇନିଂସରେ ବାଂଲାଦେଶ ୨୩୧ ରନ କରି ଅଲଆଉଟ ହୋଇଛି । ଲିଟନ ଦାସ ସର୍ବାଧିକ ୭୩ ରନର ଇନିଂସ ଖେଳିଥିଲେ । ଜାକିର ହୁସେନ ୫୧ ରନ, ନୁରୁଲ ହାସନ ଓ ତସକିନ ଅହମ୍ମଦ ଉଭୟ ୩୧ ରନ, ସାକିବ ଅଲ ହାସନ ୧୩ ରନ କରିଥିଲେ । ଅନ୍ୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରି ନାହାନ୍ତି ।