ETV Bharat / sports

Ind vs Ban first test, Day two: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ଚମକିଲେ ଭାରତୀୟ ବୋଲର

author img

By

Published : Dec 15, 2022, 10:53 PM IST

ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ମ୍ୟାଚ୍‌ର ଡ୍ରାଇଭିଂ ସିଟ୍‌ରେ ରହିଛି ଭାରତ । ଅଧିକ ପଢ଼ନ୍ତୁ

Bangladesh lost eight wickets till first test day two stumps
Ind vs Ban first test, Day two: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ଚମକିଲେ ଭାରତୀୟ ବୋଲର

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ମ୍ୟାଚ୍‌ର ଡ୍ରାଇଭିଂ ସିଟ୍‌ରେ ରହିଛି ଭାରତ । ପ୍ରଥମ ଦିନରେ ୨୮୭ ରନ୍‌ରେ ୬ ୱିକେଟ ହରାଇଥିଲା ଭାରତ । ଦ୍ବିତୀୟ ଦିନରେ ମ୍ୟାଚ୍‌ ଆରମ୍ଭରୁ ଶ୍ରେୟସ ଆୟରଙ୍କ କ୍ୟାଚ୍‌ ଛାଡ଼ିଥିଲେ ବିପକ୍ଷ ଦଳ । ଏହାସତ୍ତ୍ବେ ଅର୍ଦ୍ଧଶତକକୁ ଶତକରେ ପରିଣତ କରିପାରିନଥିଲେ ଶ୍ରେୟସ ଆୟର । ସେ ୮୭ ରନ୍‌ କରି ପାଭେଲିୟନ ଫେରିଥିଲେ ।

ଏହାପରେ ରବିଚନ୍ଦ୍ରନ ଅଶ୍ବିନଙ୍କ ଅର୍ଦ୍ଧଶତକୀୟ ପାଳି ଭାରତୀୟ ସ୍କୋର୍‌କୁ ୪୦୦ ପାର୍‌ କରାଇବାରେ ଉପଯୋଗୀ ସାବସ୍ତ ହୋଇଥିଲା । ସେ ୧୧୩ଟି ବଲ୍‌ରେ ୫୮ ରନ୍‌ କରିଥିଲେ । ଅନ୍ୟପଟେ କୂଳଦୀପ ଯାଦବ ମଧ୍ୟ ୪୦ ରନ୍‌ କରି ଭାରତୀୟ ସ୍କୋର୍‌ ବୋର୍ଡ ଆଗକୁ ବଢ଼ାଇଥିଲେ । ଶେଷରେ ୪୦୪ ରନ୍‌ରେ ଭାରତ ଅଲ୍‌ ଆଉଟ ହୋଇଥିଲା ।

ଏବେ ଥିଲା ବାଂଲାଦେଶ ବ୍ୟାଟରଙ୍କ ପାଳି । ବୋଲିଂ ଓପନ୍‌ କରି ମହମ୍ମଦ ସିରାଜ ବାଂଲାଦେଶର ଖାତା ଖୋଲିବା ପୂର୍ବରୁ ଭାରତକୁ ୱିକେଟ ଦେଇଥିଲେ । ଏହାପରେ ଉମେଶ ଯାଦବ ମଧ୍ୟ ଶୀଘ୍ର ଆଉ ଏକ ୱିକେଟ ନେଇଥିଲେ । ଏହାପରେ ବାଂଲାଦେଶ ଟିମ୍‌ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା । ବାଂଲାଦେଶର ମାତ୍ର ୩ ଜଣ ବ୍ୟାଟର ୨୦ରନ୍‌ରୁ ଅଧିକ ସ୍କୋର୍‌ କରି ପାରିଛନ୍ତି । କୌଣସି ବ୍ୟାଟର ୩୦ ରନ୍‌ ସ୍କୋର୍‌ ପାରିନଥିଲେ । ମୁସିଫିକର ରହିମ ସର୍ବାଧିକ ୨୮ ରନ୍‌ କରିଛନ୍ତି । ୪୪ ଓଭରରେ ବାଂଲାଦେଶ ୮ ୱିକେଟ ହରାଇ ୧୩୩ ରନ୍‌ ହିଁ କରି ପାରିଛି ।

ଭାରତ ପକ୍ଷରୁ ଫାଷ୍ଟ ବୋଲର ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିବା ବେଳେ କୂଳଦୀବ ଯାଦବ ସର୍ବାଧିକ ୪ଟି ୱକେଟ ନେଇଛନ୍ତି । ଉମେଶ ଯାଦବ ଗୋଟିଏ ୱିକେଟ ନେଇଛନ୍ତି । ଅଶ୍ବିନ ଓ ଅକ୍ଷରଙ୍କୁ ଗୋଟିଏ ବି ୱିକେଟ ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ମ୍ୟାଚ୍‌ ଭାରତ ପକ୍ଷକୁ ଯାଉଥିବା ମନେ ହେଉଛି । ତେବେ ଏଥିପାଇଁ ବାଂଲାଦେଶକୁ ଖୁବଶୀଘ୍ର ଫୋଲଅନ୍‌ ଦେବାକୁ ହେବ । ଏବେ ତୃତୀୟ ଦିନର ଖେଳ ଉପରେ ସଭିଁଙ୍କ ନଜର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.