ETV Bharat / sports

Asia Cup 2023: ଦଳ ଘୋଷଣା କଲା ବାଂଲାଦେଶ, ସାକିବ୍‌ ଅଲ୍‌ ହାସନ୍‌ଙ୍କ ନେବେ ନେତୃତ୍ବ

ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ପାଇଁ ଦଳ ଘୋଷଣା କରିଛି ବାଂଲାଦେଶ କ୍ରିକେଟ ବୋର୍ଡ । ସାକିବ୍‌ ଅଲ୍‌ ହାସନଙ୍କ କାନ୍ଧରେ ରହିଛି ନେତୃତ୍ବ ଭାର । ଜାଣନ୍ତୁ ଆଉ କାହାକୁ ମିଳିଛି ସ୍ଥାନ

ଏସିଆ କପ୍‌ ପାଇଁ ଦଳ ଘୋଷଣା କରିଛି ବାଂଲାଦେଶ
ଏସିଆ କପ୍‌ ପାଇଁ ଦଳ ଘୋଷଣା କରିଛି ବାଂଲାଦେଶ
author img

By

Published : Aug 13, 2023, 8:54 PM IST

ଢାକା: ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ । ଏଥିପାଇଁ ବାଲାଂଦେଶ କ୍ରିକେଟ ବୋର୍ଡ (ବିସିବି) ଶନିବାର ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରିଛି । ଭେଟେରାନ ଅଲରାଉଣ୍ଡର ସାକିବ୍‌ ଅଲ୍‌ ହାସନ ଦଳର ନେତୃତ୍ବ ନେବେ । ତେବେ ଅଭିଜ୍ଞ ବ୍ୟାଟର୍‌ ତମିମ ଇକ୍‌ବାଲ ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଏସିଆ କପ୍‌ରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଜାତୀୟ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ତାନ୍‌ଜିଦ ହାସନ ପାଳି ଆରମ୍ଭ କରିବାକୁ ସୁଯୋଗ ପାଇବେ ବୋଲି କୁହାଯାଉଛି ।

ତେବେ ଏସୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ର ବିଗୁଲ୍‌ ବାଜି ସାରିଥିବା ବେଳେ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡ଼ିକ ଏଥିପାଇଁ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚଳିତ ମାସ ଅର୍ଥାତ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ବାଲାଂଦେଶକୁ ଗ୍ରୁପ 'ବି'ରେ ରଖାଯାଇଛି । ବାଂଲାଦେଶ ଦଳ ଆସନ୍ତା ୩୧ ତାରିଖ ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ୍‌ ଟ୍ରଫି ପାଇଁ ଅଭିଯାନ ଆରମ୍ଭ କରିବ । ଏଥିପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଶନିବାର ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରିଛି । ଭେଟେରାନ୍‌ ଅଲରାଉଣ୍ଡର ସାକବ୍‌ ଅଲ୍‌ ହାସନଙ୍କ ନେତୃତ୍ବାଧୀନ ଏହି ଦଳକୁ ଶାମିମ ହୋସେନ, ଅଲରାଉଣ୍ଡର ମେହଦି ହାସନ ଓ ସ୍ପିନର ନାସୁମ ଅହମ୍ମଦ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ରାହୁଲଙ୍କ ପ୍ରସ୍ତୁତି ଜୋରଦାର, ଆୟରଙ୍କୁ ନେଇ ଦ୍ବନ୍ଦ୍ବ

ତେବେ ଏହି ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ହାଇବ୍ରିଡ ମଡେଲରେ ଖେଳାଯିବ । ଅର୍ଥାତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁଇଟି ଦେଶ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ପ୍ରଥମେ ଭାରତ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ସେଥିପାଇଁ ଏସିସି (ଏସୀୟ କ୍ରିକେଟ୍‌ ପରିଷଦ) ଓ ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ) ଏହି ମଡେଲ ପ୍ରଦାନ କରିଥିଲେ । ହାଇବ୍ରିଡ୍‌ ମଡେଲ୍‌ରେ ଖେଳିବାକୁ ସମସ୍ତ ଏସୀୟ କ୍ରିକେଟ ବୋର୍ଡ ଗୁଡ଼ିକ ରାଜି ହେବା ପରେ ଖେଳସୂଚୀ ଜାରି କରିଥିଲା ଏସିସି । ଟିମ୍‌ ଇଣ୍ଡିଆ ଏସିଆ କପ୍‌ ୨୦୨୩ର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୨ ତାରିଖରେ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଦଳ ୨୪ ଅଗଷ୍ଟରୁ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମୀ)ରେ ଅଭ୍ୟାସ ଶିବିରରେ ଯୋଗଦେବେ ।

ବାଂଲାଦେଶ ଦଳ: ସାକିବ୍‌ ଅଲ୍‌ ହାସନ (ଅଧିନାୟକ), ଲିଟନ ଦାସ, ତାଞ୍ଜିଦ ହାସନ ତାମିମ, ନଜମୁଲ ହୋସେନ ଶାନ୍ତୋ, ତୋହିଦ ଦୃଦୟ, ମୁସଫିକର ରହିମ୍‌, ମେହେଦି ହାସନ ମିରାଜ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସନ ମହମ୍ମୁଦ, ମେହେଦି ହାସନ, ନାସୁମ ଅହମ୍ମଦ, ଶାମିମ୍‌ ହୋସେନ, ଅଫିଫ୍‌ ହୋସେନ୍‌, ଶୋରିଫୁଲ୍‌ ଇସଲାମ୍‌, ଇବାଦତ ହୋସେନ୍‌, ମହମ୍ମଦ ନଇମ୍‌

ଷ୍ଟାଣ୍ଡବାଇ: ତାଇଜୁଲ ଇସଲାମ, ସୈଫ ହାସନ, ତାନଜିମ ହାସନ ଶାକିବ

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.