ETV Bharat / sports

କ୍ରିକେଟର ସବୁ ଫର୍ମାଟରେ ବାବର ଆଜମ ବିଶ୍ବର ଜଣେ ଶ୍ରେଷ୍ଠ ବ୍ୟାଟର: ବିରାଟ କୋହଲି - ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ

ବାବର ଆଜମଙ୍କୁ ପ୍ରଶଂସା କଲେ ବିରାଟ କୋହଲି । ତାଙ୍କର ଖେଳ ଦେଖିବାକୁ ମୋତେ ବହୁତ ମଜା ଲାଗେ ବୋଲି କହିଲେ କୋହଲି । ଅଧିକ ପଢନ୍ତୁ

Babar Azam top batsman in the world
Babar Azam top batsman in the world
author img

By

Published : Aug 13, 2023, 3:11 PM IST

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କ ମୁହଁରେ ପାକିସ୍ତାନ ଖେଳାଳିଙ୍କ ପ୍ରଶଂସା । ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମଙ୍କୁ ପ୍ରଶଂସା କଲେ ଭାରତୀୟ କ୍ରିକେଟର ବିରାଟ କୋହଲି । କ୍ରିକେଟର ସବୁ ଫର୍ମାଟରେ ବାବରଙ୍କ ପ୍ରଦର୍ଶନ ବେଶ ପ୍ରଶଂସ ଯୋଗ୍ୟ । ସମସ୍ତ ଫର୍ମାଟରେ ସେ ବିଶ୍ବର ଜଣେ ଭଲ ବ୍ୟାଟ୍ସମ୍ୟାନ ବୋଲି କହିଛନ୍ତି ବିରାହ କୋହଲି । ଏକ ସ୍ପୋର୍ଟ୍ସ ଚ୍ୟାନେଲରେ ଏହି ପ୍ରତିକ୍ରିୟା ଦେଇଛନ୍ତି ବିରାଟ ।

କୋହଲି ପାକିସ୍ତାନର କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟର ବାବର ଆଜମଙ୍କ ପ୍ରଶଂସା କରିବା ସହ ତାଙ୍କ ସହ ହୋଇଥିବା ପ୍ରଥମ ସାକ୍ଷାତକୁ ମଧ୍ୟ ମନେ ପକାଇଥିଲେ । କୋହଲି କହିଥିଲେ, "2019 ମସିହାରେ ମାଞ୍ଚେଷ୍ଟରରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ବକପ ପରେ ବାବରଙ୍କ ସହ ମୋର ପ୍ରଥମ ସାକ୍ଷାତ ହୋଇଥିଲା। ଅଣ୍ଡର-19 ବିଶ୍ୱକପ ପରଠାରୁ ମୁଁ ଇମାଦ ୱାସିମଙ୍କୁ ଜାଣିଛି । ବାବର ମୋ ସହ କଥା ବାର୍ତ୍ତା ହେବାକୁ ଇଚ୍ଛା ପ୍ରକାଶ କରୁଥିବା ଇମାଦ ମୋତେ କହିଥିଲେ । ପରେ ବାବର ଆଉ ମୁଁ ଏକାଠି ବସି ଖେଳ ବିଷୟରେ କଥା ହୋଇଥିଲୁ । ସାକ୍ଷାତକାରର ପ୍ରଥମ ଦିନରୁ ହିଁ ସେ ମୋତେ ବହୁତ ସମ୍ମାନ କରନ୍ତି । ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ପରିବର୍ତ୍ତନ ହୋଇନାହିଁ । ସେ ଯାହାବି ହେଉନା କାହିଁକି, ସେ କ୍ରିକେଟର ସବୁ ଫର୍ମାଟରେ ବିଶ୍ବର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଏହା ସତ ମଧ୍ୟ ।"

ଏହା ମଧ୍ୟ ପଢନ୍ତୁ-ଇନ୍‌ଷ୍ଟାଗ୍ରାମରୁ ବିରାଟଙ୍କ ରୋଜଗାର ଖବର କେତେ ସତ ? ଜାଣନ୍ତୁ କଣ କହିଲେ କୋହଲି

ଗତ ସପ୍ତାହରେ ପ୍ରକାଶ ପାଇଥିବା ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଥିଲେ ପାକିସ୍ତାନର ବାବର ଆଜମ । ଏହି ଲିଷ୍ଟ୍‌ରେ ବାବର 886 ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । ସେପଟେ କୋହଲି 705 ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି । ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ । ଅକ୍ଟୋବର 15 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ହେବା ନେଇ ଖେଳ ସୂଚୀ ଘୋଷଣା ହୋଇଥିଲା । କିନ୍ତୁ ସେହିଦିନ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ଭାରତ ଓ ପାକିସ୍ତାନ ମ୍ୟାଚକୁ ଗୋଟିଏ ଦିନ ଆଗରୁ କରିବା ପାଇଁ ଗୁଜୁରାଟ ପୋଲିସ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ଯାହା ପରିବର୍ତ୍ତନ ମଧ୍ୟ ହୋଇଛି । ଅକ୍ଟୋବର 15 ପରିବର୍ତ୍ତେ 14 ତାରିଖରେ ହେବ ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ । ଯାହାକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.