ETV Bharat / sports

ଅପରାଜେୟ ଅଷ୍ଟ୍ରେଲିଆ ବିଶ୍ବ ବିଜେତା, ନଜର ପକାନ୍ତୁ ନିଆରା ରେକର୍ଡ ଉପରେ - ଅଷ୍ଟ୍ରେଲିଆ ବିଶ୍ବକପ ବିଜୟୀ

ଅପରାଜେୟ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ବିଶ୍ବକପ ଚାମ୍ପିୟନ ହୋଇଛି । ଏଥିସହିତ ବିଶ୍ବକପ ଫାଇନାଲରେ ସର୍ବଶ୍ରେଷ୍ଠ ସ୍କୋର, ବିଶ୍ବକପ ଫାଇନାଲରେ ପ୍ରଥମ ୩୦୦ରୁ ଅଧିକ ସ୍କୋର ଓ ବିଶ୍ବକପ ଫାଇନାଲରେ ସର୍ବାଧିକ ରନ୍‌ର ଭାଗିଦାରୀ ଭଳି ଅନେକ ରେକର୍ଡ ହୋଇଛି । ଅଧିକ ପଢନ୍ତୁ

Womens Cricket World Cup Australia champion
ଅପରାଜେୟ ଅଷ୍ଟ୍ରେଲିଆ ବିଶ୍ବବିଜେତା, ନଜର ପକାନ୍ତୁ ନିଆରା ରେକର୍ଡ ଉପରେ
author img

By

Published : Apr 3, 2022, 7:31 PM IST

ହାଇଦ୍ରାବାଦ: ଅପରାଜେୟ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ବିଶ୍ବକପ ଚାମ୍ପିୟନ ହୋଇଛି । ଏଥିସହିତ ବିଶ୍ବକପ ଫାଇନାଲରେ ସର୍ବଶ୍ରେଷ୍ଠ ସ୍କୋର, ବିଶ୍ବକପ ଫାଇନାଲରେ ପ୍ରଥମ ୩୦୦ରୁ ଅଧିକ ସ୍କୋର ଓ ବିଶ୍ବକପ ଫାଇନାଲରେ ସର୍ବାଧିକ ରନ୍‌ର ଭାଗିଦାରୀ ଭଳି ଅନେକ ରେକର୍ଡ ହୋଇଛି । ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଅଷ୍ଟ୍ରେଲିଆ ୱିକେଟକିପର ଆଲେସ ହେଲି । ଫାଇନାଲ ମୁକାବିଲାରେ ୧୭୦ ରନ୍‌ର ମାରାଥନ ଇଂନିସ ଖେଳିଥିବା ହେଲି ଆଉ ଏକ ବିଶ୍ବକପ ବିଜେତା ହେବାସହ ଏକାଧିକ ବିଶ୍ବରେକର୍ଡ ନିଜ ନାମରେ କରିଛନ୍ତି ।

୧୭୦-ବିଶ୍ବକପ ଫାଇନାଲ୍‌ ମ୍ୟାଚ୍‌ରେ ବୃହତ ବ୍ୟକ୍ତିଗତ ସ୍କୋର୍‌:

ଆଲେସା ହେଲି ବିଶ୍ବକପ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୭୦ ରନ୍‌ର ଇଂନିସ ଖେଳିଛନ୍ତି । ଏହା ମହିଳା କିମ୍ବା ପୁରୁଷ ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ । ଏହି ମ୍ୟାଚ୍‌ ବିଜୟୀ ଇଂନିସ ସହ ହେଲି ଆଡାମ ଗିଲଖ୍ରୀଷ୍ଟଙ୍କ ୧୪୯ ରନ୍‌ର ରେକର୍ଡକୁ ଭଙ୍ଗ କରିଛନ୍ତି । ୨୦୦୭ ବିଶ୍ବକପର ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଏହି ଇଂନିସ ଖେଳିଥିଲେ ଗିଲଖ୍ରୀଷ୍ଟ । ଏହି ତାଲିକାର ତୃତୀୟରେ ରହିଛନ୍ତି ଇଂଲଣ୍ଡର ମହିଳା ବ୍ୟାଟ୍‌ର ନାଟ୍‌ ସ୍କିଭର । ୨୦୨୨ ମହିଳା ବିଶ୍ବକପ ଫାଇନାଲ ମୁକାବିଲାରେ ଅପରାଜିତ ୧୪୮ ରନ୍‌ର ଇଂନିସ ଖେଳିଛନ୍ତି ସ୍କିଭର । ଚତୁର୍ଥରେ ରହିଛନ୍ତି ରିକି ପଣ୍ଟିଂ, ଭାରତ ବିପକ୍ଷରେ ୨୦୦୩ ବିଶ୍ବକପ ଫାଇନାଲରେ ଅପରାଜିତ ୧୪୦ ରନ୍‌ର ଇଂନିସ ଖେଳିଥିଲେ । ତାଲିକାର ପଞ୍ଚମରେ ଭିଭି ରିଚାର୍ଡସ ରହିଛନ୍ତି । ସେ ୧୯୭୯ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୩୮ ରନ୍‌ର ଇଂନିସ ଖେଳିଥିଲେ ।

ବିଶ୍ବକପ ଫାଇନାଲରେ ୩୫୬/୫:

ମହିଳା ODI ବିଶ୍ବକପ ଫାଇନାଲରେ ପ୍ରଥମ ଥର ପାଇଁ ଏହା ଅଷ୍ଟ୍ରେଲିଆର ୩୦୦ରୁ ଅଧିକ ସ୍କୋର । ଏହାପୂର୍ବରୁ ୨୦୦୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୫୯ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆର ସର୍ବାଧିକ ସ୍କୋର ଥିଲା । ଅଷ୍ଟ୍ରେଲିଆର ୩୫୬ ମଧ୍ୟ ମହିଳା କିମ୍ବା ପୁରୁଷ ବିଶ୍ବକପ ଫାଇନାଲରେ ଦ୍ବିତୀୟ ସର୍ବାଧିକ ସ୍କୋର । ୨୦୦୩ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲୀୟ ପୁରୁଷ ଟିମର ୩୫୯/୨ ସର୍ବଶ୍ରେଷ୍ଠ ସ୍କୋର ରହିଛି ।

ମହିଳା ଏକଦିବସୀୟ ମ୍ୟାଚ୍‌ରେ ସର୍ବାଧିକ ରନ୍‌

  • ମହିଳା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ରେ ୩୫୬ ଅଷ୍ଟ୍ରେଲିଆର ତୃତୀୟ ସର୍ବବୃହତ୍‌ ସ୍କୋର । ଏହାପୂର୍ବରୁ ଡେନମାର୍କ ବିପକ୍ଷରେ ୧୯୯୭ ବିଶ୍ବକପରେ ୪୧୨/୩ ଓ ପାକିସ୍ତାନ ବିପକ୍ଷରେ ସମାନ ବର୍ଷ ୩୯୭/୪ ସ୍କୋର କରିଥିଲେ । ଏହାମଧ୍ୟ ମହିଳା ODIରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବବୃହତ ସ୍କୋର୍‌ । ନିଜର ଏହି ରେକର୍ଡକୁ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ହାମିଲଟନ୍‌ରେ ୩୧୦/୩ ସହ ଭଙ୍ଗ କରିସାରିଛି କଙ୍ଗାରୁ ଟିମ ।
  • ଅଷ୍ଟ୍ରେଲିଆ ପାଇଁ ହେଲିଙ୍କ ୧୭୦ ମହିଳା ODIରେ ଦ୍ବିତୀୟ ସର୍ବବୃହତ ସ୍କୋର୍‌ । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ବେଲିଣ୍ଡା କ୍ଳାର୍କ । ସେ ୧୯୯୭ ବିଶ୍ବକପରେ ଡେନମାର୍କ ବିପକ୍ଷରେ ଅପରାଜିତ ୨୨୯* ରନ୍‌ର ମାରାଥନ ଇଂନିସ ଖେଳିଥିଲେ । ଏହି ଫର୍ମାଟରେ ହେଲିଙ୍କ ପ୍ରଦର୍ଶନ ମଧ୍ୟ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ । ଏହି ରେକର୍ଡ ପୂର୍ବରୁ କ୍ଳାର୍କଙ୍କ(୧୪୬*, ୨୦୦୦) ନାମରେ ରହିଥିଲା ।
  • ହେଲି ପ୍ରଥମ ୫୦ ବଲ୍‌ରୁ ୫ଟି ଚୌକା ଯୋଗେଁ ମାତ୍ର ୩୭ ରନ୍‌ କରିଥିଲେ । ପରବର୍ତ୍ତୀ ୫୦ ବଲ୍‌ରୁ (୫୧ରୁ ୧୦୦ ବଲ୍‌) ୮ଟି ଚୌକା ସହାୟତାରେ ୬୩ ରନ୍‌ ଓ ଶେଷ ୩୮ ବଲ୍‌ରୁ ୧୩ଟି ଚୌକା ସହାୟତାରେ ୭୦ ରନ୍‌ ସଂଗ୍ରହ କରିଥିଲେ ।

ଦିନିକିଆ ବିଶ୍ବକପର ନକଆଉଟ ମ୍ୟାଚ୍‌ରେ ଦୁଇଟି ଶତକ:

ହେଲି ପ୍ରଥମ ଖେଳାଳି ଭାବେ କୌଣସି ମହିଳା ODI ବିଶ୍ବକପର ନକଆଉଟ ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ୱେଲିଂଟନରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ୧୨୯ ରନ୍‌ର ଇଂନିସ ଖେଳିଥିଲେ । ପୂର୍ବରୁ ମାତ୍ର ଦୁଇ ଜଣ ଖେଳାଳି ଏହି କରିସ୍ମା କରିପାରିଛନ୍ତି- ରିକି ପଣ୍ଟିଂ(୨୦୦୩ ଫାଇନାଲ ଓ ୨୦୧୧ କ୍ବାର୍ଟର-ଫାଇନାଲ) ଓ ମାହେଲା ଜୟବର୍ଦ୍ଧନେ(୨୦୦୭ ସେମିଫାଇନାଲ ଓ ୨୦୧୧ ଫାଇନାଲ ) ।

ମହିଳା ODI ବିଶ୍ବକପରେ ପ୍ରଥମ ଖେଳାଳି ଭାବେ ୫୦୦ ରନ୍‌

ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ହେଲି ୫୦୦ ରନ୍‌ ସଂଗ୍ରହ କରିଛନ୍ତି । ଯାହାକି ମହିଳା ODI ବିଶ୍ବକପରେ ୫୦୦ରୁ ଅଧିକ ରନ୍‌ କରିବାରେ ପ୍ରଥମ । ରାଚେଲ ହେଇନ୍ସଙ୍କ ନାମରେ ମଧ୍ୟ ୪୯୭ ରନ୍‌ ରହିଛି । ଫଳରେ ସେ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ରହିଛନ୍ତି । ଦୁଇ ଅଷ୍ଟ୍ରେଲୀୟ ଓପନର ମଧ୍ୟ ଡେବି ହେକଲିଙ୍କ ୪୫୬ ରନ୍‌ର ରେକର୍ଡଙ୍କୁ ଭଙ୍ଗ କରିଛନ୍ତି ।

ମହିଳା ODI ବିଶ୍ବକପରେ ୱିକେଟ କିପର ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର

ହେଲିଙ୍କ ୧୭୦ ରନ୍‌ର ଇଂନିସ ମହିଳା ODI ବିଶ୍ବକପରେ ଜଣେ ୱିକେଟକିପର ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ପୂର୍ବରୁ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ରାଚେଲ ପ୍ରିଷ୍ଟଙ୍କ ୧୫୭ ରନ୍‌ ସର୍ବାଧିକ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.