ETV Bharat / sports

Women's T20 World Cup: ଭାରତର ଫାଇନାଲ ଆଶା ଧୂଳିସାତ, ୫ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

author img

By

Published : Feb 23, 2023, 10:30 PM IST

ମହିଳା ଟି-୨୦ ବିଶ୍ବକପ । ଅଷ୍ଟ୍ରେଲିଆଠାରୁ ମାତ୍ର ୫ରନରେ ପରାସ୍ତ ପରେ ମଉଳିଲା ଭାରତର ଫାଇନାଲ ଆଶା । ଅଧିକ ପଢନ୍ତୁ

Women's T20 World Cup
Women's T20 World Cup

କେପଟାଉନ: ମହିଳା ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେଲା ଭାରତୀୟ ଟିମ । ଫଳରେ ଭାରତର ଫାଇନାଲ ଆଶା ଧୂଳିସାତ ହୋଇଛି । ଭାରତ ଅଷ୍ଟ୍ରେଲିଆଠାରୁ ମାତ୍ର ୫ରନରେ ପରାସ୍ତ ହୋଇଛି । ଭାରତ ଆଗରେ ୧୭୩ ଟାର୍ଗେଟ ରହିଥିଲା । ତେବେ ଶେଷ ଓଭର ସୁଦ୍ଧା ଭାରତ ୮ ୱିକେଟ ହରାଇ ୧୬୭ ରନ କରିଥିଲା । କ୍ୟାପଟେନ ହରମନ ପ୍ରୀତ ସର୍ବାଧିକ ୫୨ ରନ କରିଥିବା ବେଳେ ଅଷ୍ଟ୍ରେଲିଆର ବେଥ ମୋନି ସର୍ବାଧିକ ୫୪ ରନ କରିଥିଲେ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ କେପଟାଉନର ନ୍ୟୁଲାଣ୍ଡସରେ ଖେଳାଯାଉଥିଲା । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭରରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ମୋଟ ୧୭୨ ରନ କରିଥିଲା । ଫଳରେ ଭାରତ ଆଗରେ ୧୭୩ ରନ ଟାର୍ଗେଟ ରହିଥିଲା । ତେବେ ଶେଷ ଓଭର ସୁଦ୍ଧା ଭାରତ ୮ ୱିକେଟ ହରାଇ ୧୬୭ ରନ କରିଥିଲା । ମ୍ୟାଚ ପରାସ୍ତ ହେବାରୁ ଭାରତ ଫାଇନାଲକୁ ପ୍ରବେଶ କରିପାରିନାହିଁ । ମ୍ୟାଚ ଆରମ୍ଭରୁ ହିଁ ମହିଳା ଭାରତୀୟ ଟିମକୁ ଝଟକା ଲାଗିଥିଲା । ଭାରତର ଦ୍ରୁତ ବୋଲର ପୂଜା ବସ୍ତ୍ରାକର ଅସୁସ୍ଥ ଯୋଗୁଁ ଟିମରୁ ବାଦ ପଡ଼ିଥିଲେ ।

ଏହା ବି ପଢନ୍ତୁ- ICC Womens T20 World Cup: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ଆଜି ମ୍ୟାଚର ଆରମ୍ଭରୁ ବେଥ ମୁନେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ମୁନେ ୩୭ ବଲରେ ୫୪ ରନ କରିଥିବା ବେଳେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆ ମହିଳା ଟିମର ଅଧିନାୟିକା ମେଗ ଲାନିଙ୍ଗ ୩୪ ରନରେ ୪୯ ରନ ହାସଲ କରିଥିଲେ । ସେ ୪ଟି ଚୌକା ସହ ୨ଟି ଛକା ମାରିଥିଲେ । ଭାରତର ବୋଲିଂ ସମ୍ପର୍କରେ ଆଲୋଚନା କଲେ ବୋଲର ଶିଖା ପାଣ୍ଡେ ଆଜି ଭଲ ପ୍ରଦର୍ଶନ କରିଥିଲେ । ସେ ୨ଟି ୱିକେଟ ହାସଲ କରିଥିବା ବେଳେ ଦୀପ୍ତି ଶର୍ମା ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହାସହିତ ଅଷ୍ଟ୍ରେଲିଆ ୨୦ ଓଭରରେ ମୋଟ ୧୭୨ ରନ କରିଥିଲା ।

ଅଷ୍ଟ୍ରେଲିଆ ଟିମ ମହିଳା ଟି-୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିବା ପରେ କ୍ୟାପଟେନ ଲାନିଙ୍ଗ କହିଛନ୍ତି, "ଆଜି ଦଳ ଏକ ବଡ଼ ବିଜୟ ହାସଲ କରିଛି । ଆଜି ଆମର ଭଲ ଖେଳାଳି ମଇଦାନକୁ ଓହ୍ଲାଇନଥିବା ବେଳେ ଦଳ ବଡ଼ ବିଜୟ ହାସଲ କରିଛି । ଆମେ ପ୍ରତିଟି ଦିଗକୁ ଧ୍ୟାନରେ ରଖି ଖେଳିଥିଲୁ । ଯାହାଦ୍ବାରା ଆମେ ଆଜି ବିଜୟ ହାସଲ କରିଛୁ । ଆସନ୍ତା ରବିବାର ଫାଇନାଲ ମ୍ୟାଚ ଖେଳିବାକୁ ବେଶ ଉତ୍ସାହିତ ରହିଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.