ETV Bharat / sports

'ଭାରତ ଭଳି ଘରୋଇ କ୍ରିକେଟ ଆୟୋଜନ କରୁ ଅଷ୍ଟ୍ରେଲିଆ'

author img

By

Published : May 14, 2021, 8:08 PM IST

"ଭାରତ ଭଳି ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ ଆୟୋଜନ ହେବା ଆବଶ୍ୟକ ।" ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କୋଚ ଗ୍ରେଗ ଚାପେଲ । ଅଧିକ ପଢ଼ନ୍ତୁ...

'ଭାରତ ଭଳି ଘରୋଇ କ୍ରିକେଟ ଆୟୋଜନ କରୁ ଅଷ୍ଟ୍ରେଲିଆ'
'ଭାରତ ଭଳି ଘରୋଇ କ୍ରିକେଟ ଆୟୋଜନ କରୁ ଅଷ୍ଟ୍ରେଲିଆ'

ନୂଆଦିଲ୍ଲୀ: "ଭାରତ ଭଳି ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ ଆୟୋଜନ ହେବା ଆବଶ୍ୟକ ।" ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କୋଚ ଗ୍ରେଗ ଚାପେଲ । ବର୍ତ୍ତମାନ ଅଷ୍ଟ୍ରେଲିଆରେ ବର୍ତ୍ତମାନ 6ଟି ଦଳ ଘରୋଇ କ୍ରିକେଟ ଦଳ ରହିଛନ୍ତି । ଫଳରେ ଯେଉଁସବୁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି ସେଥିରେ ବହୁ ପ୍ରତିଭାଶାଳୀ କ୍ରିକେଟ ଖେଳାଳି ଭାଗ ନେବାରୁ ବଞ୍ଚିତ ହେଉଛନ୍ତି ।

ଭାରତରେ ରଣଜୀ ଓ ବିଜୟ ହଜାରେ ଟ୍ରଫି ଭଳି ଘରୋଇ ଟୁର୍ଣ୍ଣାମେଣ୍ଟରେ ପ୍ରାୟ 38ଟି ଦଳ ଭାଗ ନେଉଛନ୍ତି । ଏଭଳି ଘରୋଇ ଟୁର୍ଣ୍ଣାମେଣ୍ଟ ପଦ୍ଧତିକୁ ଅଷ୍ଟ୍ରେଲିଆ ମଧ୍ୟ ଆପଣାଇବା ଦରକାର ବୋଲି କହିଛନ୍ତି ଗ୍ରେଗ୍ ଚାପେଲ । ଅଷ୍ଟ୍ରେଲିଆରେ ଅଧିକରୁ ଅଧିକ ଦଳ ତିଆରି କରି ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ ଚାପେଲ ।

ଗ୍ରେଗ ଚାପେଲ ଏକ ସାକ୍ଷାତାକାରରେ କହିଛନ୍ତି ଯେ, "ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଥିବା ପ୍ରତିଭାବାନ କ୍ରିକେଟରଙ୍କୁ ଆମେ ଏମିତି ହିଁ ଛାଡ଼ି ପାରିବା ନାହିଁ । କୌଣସି ନା କୌଣସି ପରିସ୍ଥିତିରେ ଆମଙ୍କୁ ସେମାନଙ୍କ ଆବଶ୍ୟକତା ପଡ଼ିପାରେ । ମୋ ମତରେ ଏହା ଆମ ଦେଶା ପାଇଁ ଏହା କ୍ଷତିକାରକ। ଆମକୁ ଭାରତ ଭଳି ଘରୋଇ କ୍ରିକେଟ ପଦ୍ଧତି ଆପଣାଇବାକୁ ପଡ଼ିବ। ନ୍ୟୁସାଉଥ ୱେଲସରେ ଦୁଇଟି ଦଳ ଗଢ଼ା ଯାଇପାରିବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.